ETV Bharat / business

ପେଟ୍ରୋଲ ଓ ସିଏନଜିର ହେବ ହୋମ ଡେଲିଭରୀ, ପ୍ରସ୍ତୁତି କରୁଛନ୍ତି ସରକାର

ଭବିଷ୍ୟତରେ ଲୋକଙ୍କ ଘରେ ପହଞ୍ଚିବ ଇନ୍ଧନ । ଏଥିପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖି ସରକାର ବିଚାର କରୁଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅଧିକ ପଢନ୍ତୁ..

dharmendra pradhan
ପେଟ୍ରୋଲ ଓ ସିଏନଜିର ହେବ ହୋମ ଡେଲିଭରୀ, ପ୍ରସ୍ତୁତି କରୁଛନ୍ତି ସରକାର
author img

By

Published : May 29, 2020, 11:57 PM IST

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଡିଜେଲ ପରେ ଏବେ ପେଟ୍ରୋଲ ଓ ସିଏନଜି ଭଳି ଇନ୍ଧନର ହୋମ ଡେଲିଭରୀ ଆରମ୍ଭ ନେଇ ବିଚାର କରୁଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପେଟ୍ରୋଲ, ସିଏନଜି, ଏଲଏନଜି ଓ ଏଲପିଜି ଭଳି ସମସ୍ତ ପ୍ରକାର ଇନ୍ଧନ ପାଇଁ ସରକାର ଖୁରୁରା ବିକ୍ରିର ନୂଆ ସ୍ବରୂପ ଆଣିବାକୁ ଚିନ୍ତା କରୁଛନ୍ତି । ଏହି ନୂଆ ବ୍ୟବସ୍ଥାରେ ସମସ୍ତ ଇନ୍ଧନ ଗୋଟିଏ ସ୍ଥାନରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ଦେଶର ସବୁଠୁ ବଡ ଖୁଚୁରା ଇନ୍ଧନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) 2018 ସେପ୍ଟେମ୍ବରରେ ଏକ ମୋବାଇଲ ଡିସ୍ପେନ୍ସର ମାଧ୍ୟମରେ ଡିଜେଲର ହୋମ ଡେଲିଭରୀ ଆରମ୍ଭ କରିଥିଲା । ତେବେ ଏହି ସେବା ଏବେ କେବଳ କିଛି ସହରରେ ଉପଲବ୍ଧ ରହିଛି ।

ପ୍ରକାଶ ଯେ, ଇନ୍ଧନ ଅତ୍ୟଧିତ ଜ୍ବଳନଶୀଳ ପ୍ରକୃତିର । ଏଣୁ ଏହାର ହୋମ ଡେଲିଭରୀ ବହୁତ ବିପଦପୂର୍ଣ୍ଣ । ଏଥିପାଇଁ ସମ୍ଭନ୍ଧିତ ପ୍ରାଧିକରଣକୁ ସୁରକ୍ଷିତ ଉପାୟରେ ବିକଶିତ କରିବା ଓ ଅନୁମୋଦିତ କରିବା ଆବଶ୍ୟକ ରହିଛି ।

ପ୍ରଧାନ 11 ରାଜ୍ୟରେ 56 ନୂଆ ସିଏନଜି ଷ୍ଟେସନର ଉଦଘାଟନ କରିବା ସହ ଏକ ସମାରୋହରେ କହିଛନ୍ତି କି, ସରକାର ପୂର୍ବରୁ ହିଁ ଡିଜେଲ ଡିସ୍ପେନ୍ସର ଆରମ୍ଭ କରି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.