ETV Bharat / business

ପ୍ଲାଷ୍ଟିକ ବିକଳ୍ପ ସନ୍ଧାନରେ fssai

author img

By

Published : Sep 13, 2019, 5:44 PM IST

ଅକ୍ଟୋବର2ରୁ ସମଗ୍ର ଦେଶରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଏଫଏସଏସଏଆଇ ପ୍ରସ୍ତୁତି ଚଲାଇଛି । ହୋଟେଲରେ ପ୍ଲାଷ୍ଟିକ ବୋତଲ ବଦଳରେ ପେପର ସୀଲ ଥିବା କାଚ , ପ୍ଲାଷ୍ଟିକ ଷ୍ଟ୍ର, ପ୍ଲେଟ, ଗିନା, ବେଲା ଆଦି ବିକଳ୍ପରେ ବାଉଁଶର ବ୍ୟବହାର ପାଇଁ ଯୋଜନା ଚାଲିଛି ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପ୍ଲାଷ୍ଟିକ ବ୍ୟବହାରକୁ ସମୂଳେ ନଷ୍ଟ କରିବାକୁ ବହୁମୁଖୀ ପଦକ୍ଷେପ ନିଆଯାଉଛି । ପ୍ରଧାନମନ୍ତ୍ରୀ ନିଜେ ପ୍ଲାଷ୍ଟିକ ବର୍ଜନ ପାଇଁ ଆହ୍ବାନ ଦେଉଛନ୍ତି । ଏପଟେ ଅକ୍ଟୋବର 2 ରୁ ଯେପରି ସମଗ୍ର ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନିଷିଦ୍ଧ ହେବ ସେଥିପାଇଁ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ଏଫଏସଏସଏଆଇ ପ୍ରସ୍ତୁତି ଚଲାଇଛି ।

developing concrete action plan to eliminate single use plastic fssai
ଫଟୋ ସୌଜନ୍ୟ-ଟ୍ବିଟର@@imVkohli

‘ଆଗାମୀ ଦିନରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଶେଷ କରିବା ପାଇଁ, ପରିବେଶ ଆନୁକୂଲ୍ୟ ବିକଳ୍ପ ଖୋଜିବା ତଥା ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ନୂଆ ଉପକରଣର ବିକଶିତ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଏହା ଅନୁଯାୟୀ ଏଫଏସଏସଏଆଇ ସମସ୍ତ ଭାଗୀଦାରଙ୍କ ସହ ମିଶି ଏକ ସୁଦୃଢ ଓସଠିକ ଯୋଜନା ବିକଶିତ କରୁଛି ।’ ଏଥିସହ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ବହୁ ଉଦ୍ୟୋଗକୁ କିଛି ଉପାୟ ଦେଇଥିବା ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ) କହିଛନ୍ତି ।

ହୋଟେଲରେ ପ୍ଲାଷ୍ଟିକ ବୋତଲ ବଦଳରେ ପେପର ସୀଲ ଥିବା କାଚ, ପ୍ଲାଷ୍ଟିକ ଷ୍ଟ୍ର, ପ୍ଲେଟ, ଗିନା, ବେଲା ଆଦି ବିକଳ୍ପରେ ବାଉଁଶର ବ୍ୟବହାର ପାଇଁ ଯୋଜନା ଚାଲିଛି ।

ସେପଟେ ମୋଦି ସରକାର ପ୍ଲାଷ୍ଟିକ ମୁକ୍ତ ଭାରତ ସ୍ବପ୍ନକୁ ସାକାର କରିବା ପାଇଁ ଭାରତୀୟ କ୍ରିକେଟ ଟିମ ଅଧିନାୟକ ବିରାଟ କୋହଲି ମଧ୍ୟ ନିଜ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରାଇଛନ୍ତି । ଯାହାକୁ ଏଫଏସଏସଏଆଇ ସିଇଓ ପବନ ଅଗ୍ରୱାଲ ପ୍ରଂଶସା କରିବା ସହ ଆଗାମୀ ଦିନ ପାଇଁ ଆଶାବାଦୀ ରହିଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.