ETV Bharat / business

ଭେକ୍ଟ୍ରା କମ୍ପାନୀ ସହ ବିଜନେସ ଡିଲ ସସପେଣ୍ଡ କଲା ପ୍ରତିରକ୍ଷା ମନ୍ତ୍ରାଳୟ - ପ୍ରତିରକ୍ଷା ମନ୍ତ୍ରାଳୟ

ଅଧିକାରୀ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ M/s VAEPL ସହ 1 ବର୍ଷ ପାଇଁ ବ୍ୟବସାୟିକ ଚକ୍ତିକୁ ଅଗଷ୍ଟ 14ରୁ 1 ବର୍ଷ ପାଇଁ ସ୍ଥଗିତ ରଖିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ..

ଭେକ୍ଟ୍ରା କମ୍ପାନୀ ସହ ବିଜନେସ ଡିଲ ସସପେଣ୍ଡ କଲା ପ୍ରତିରକ୍ଷା ମନ୍ତ୍ରାଳୟ

author img

By

Published : Aug 25, 2020, 8:39 PM IST

ନୂଆଦିଲ୍ଲୀ: ଟାଟ୍ରା ଟ୍ରକ କାରବାରରେ ଅନିୟମିତତା ଅଭିଯୋଗରେ ସିବିଆଇ ତଦନ୍ତକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରଣାଳୟ ଭେକ୍ଟ୍ରା ଆଡଭାନ୍ସ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ (VAEPL) ସହିତ ସମସ୍ତ ବ୍ୟବସାୟିକ ଚୁକ୍ତିକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିଛି। ମଙ୍ଗଳବାର ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି ।

ଅଧିକାରୀ କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ M/s VAEPL ସହ 1 ବର୍ଷ ପାଇଁ ବ୍ୟବସାୟିକ ଚକ୍ତିକୁ ଅଗଷ୍ଟ 14ରୁ 1 ବର୍ଷ ପାଇଁ ସ୍ଥଗିତ ରଖିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

2012 ରେ ତତ୍କାଳୀନ ଆର୍ମି ଚିଫ ଜେନେରାଲ୍ ଭି.କେ ସିଂ ଦାବି କରିଥିଲେ ଯେ, ଭାରତୀୟ ସେନା ପାଇଁ 600 ଟି ଷ୍ଟାଣ୍ଡାର୍ଡ ଟାଟ୍ରା ଟ୍ରକ କ୍ରୟକୁ ଅନୁମୋଦନ କରିବା ପାଇଁ ତାଙ୍କୁ 14 କୋଟି ଟଙ୍କା ଅଫର କରାଯାଇଥିଲା ।

ସମସ୍ତ ପ୍ରକାର ଭୂମିରେ ଚଲାଯାଉପାରୁଥିବା ଟାଟ୍ରା ଟ୍ରକର ଯୋଗାଣ ଭେକ୍ଟ୍ରା କମ୍ପାନୀ ସାର୍ବଜନୀନ କ୍ଷେତ୍ରର ଭାରତ ଅର୍ଥ ( Earth) ମୁଭର୍ସ ଲିମିଟେଡ୍ (BEML)ମାଧ୍ୟମରେ ସେନାକୁ ଯୋଗାଇଉଥିଲା।

ଏକ ସରକାରୀ ଚିଠିରେ ପ୍ରତିରକ୍ଷା ମନ୍ତ୍ରଣାଳୟ M / s VAEPL ସହିତ ବ୍ୟବସାୟିକ ଚୁକ୍ତି ସ୍ଥଗିତାଦେଶକୁ ସିବିଆଇର ତଦନ୍ତ ଏବଂ ସିଂଙ୍କୁ ଲାଞ୍ଚ ଦେବା ଉଦ୍ୟମ ଅଭିଯୋଗ ସହ ଯୋଡିଛି। ଜେନେରାଲ (ଅବସରପ୍ରାପ୍ତ) ସିଂ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଅଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.