ETV Bharat / business

CAITର ଦାବି, ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇବ ସରକାରଙ୍କ ଏହି ପ୍ରସ୍ତାବ

author img

By

Published : Jul 21, 2020, 6:00 PM IST

ଚେକ ବାଉନ୍ସକୁ ଅପରାଧିକ ଶ୍ରେଣୀରୁ ହଟିବା ପ୍ରସ୍ତାବକୁ ବିରୋଧ କରିଛି ସିଏଆଇଟି । ଏ ନେଇ ସଂଘ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ୟା ବଖାଣିଛି । ଅଧିକ ପଢନ୍ତୁ..

Decriminalisation Of Cheque Bounce To Hurt Traders: CAIT

ନୂଆଦିଲ୍ଲୀ: ଚେକ ବାଉନ୍ସକୁ ଅପରାଧ ଶ୍ରେଣୀରୁ ହଟାଇବା ପ୍ରସ୍ତାବକୁ ବିରୋଧ କରି ସିଏଆଇଟି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛି । ସମଗ୍ର ଦେଶର ବ୍ୟାପାରୀ ସଙ୍ଗଠନ ସିଏଆଇଟି କହିବା ଅନୁଯାୟୀ ଏହି ନିଷ୍ପତ୍ତି ଦ୍ବାରା ବ୍ୟବସାୟୀଙ୍କ ଉପରେ ଖରାପ ପ୍ରଭାବ ପଡିବ ।

ଏଥିସହ ସଙ୍ଗଠନ କହିଛି କି, ଏହା ଦ୍ବାରା କେବଳ ଚେକର ବିଶ୍ବାସନୀୟତାରେ କମିବ ନାହିଁ । ବରଂ ଏହା ପ୍ରଧାନମନ୍ତ୍ରୀଙ୍କ ଦେଶରେ ଏକ ଉପଯୁକ୍ତ ତଥା ନିର୍ଭରଯୋଗ୍ୟ ବ୍ୟବସାୟିକ ପରିବେଶ ସୃଷ୍ଟି କରିବା ପ୍ରୟାସକୁ ମଧ୍ୟ ଗଭୀର ଝଟକା ଦେବ ।

ସିଏଆଇଟି ଚିଠିରେ ଉଲ୍ଲେଖ କରିଛି କି, ସରକାରଙ୍କ ଏହି ପ୍ରସ୍ତାବ ଦ୍ୱାରା ସାରା ଦେଶରେ ବ୍ୟବସାୟ ସମ୍ପ୍ରଦାୟ ଅତ୍ୟଧିକ ବିଚଳିତ ହୋଇପଡିଛି । ଧାରା 138 କୁ ଅଣ-ଅପରାଧିକ କରିବା ନେଇ ସରକାରଙ୍କ ପ୍ରସ୍ତାବ ଯୋଗୁଁ ବଡ ସମସ୍ୟା ଉପୁଜିପାରେ । ଆଇନର ଏହି ଧାରା, ଜାରି କରାଯାଇଥିବା ଚେକର ବାଉନ୍ସ ହେବାକୁ ଅପରାଧିକ ଶ୍ରେଣୀରେ ଆଣିଥାଏ ।

ସିଏଆଇଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ସି ଭରତିଆ ଏବଂ ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାର କହିଛନ୍ତି କି, ସରକାରଙ୍କ ଏହି ପଦକ୍ଷେପ ଦେଶରେ ଛୋଟ ମାମାଲାଗୁଡିକୁ କୋର୍ଟକୁ ନ ଟାଣିବା ଏବଂ କୋର୍ଟ ବୋଝ ହ୍ରାସ କରିବା ଦିଗରେ ଏକ ଭଲ ବିଚାର । କିନ୍ତୁ ବ୍ୟାପର ସହ ଜଡିତ ଏହି ମହତ୍ବପୂର୍ଣ୍ଣ ଧାରା 138କୁ ଅଣ-ଅପରାଧିକ କରିବା ଦ୍ବାରା ଅଭ୍ୟାସଗତ ଅପରାଧୀଙ୍କୁ ପ୍ରୋତ୍ସାହନ ମିଳିବ । ସେମାନେ ଚେକ ଦେଇ ବ୍ୟବସାୟୀଙ୍କ ଠାରୁ ସାମଗ୍ରୀ ନେଇ ଫେରାର ହୋଇଯିବେ । ଆଉ ସେମାନଙ୍କ ଚେକ ବି ବାଉନ୍ସ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.