ETV Bharat / business

ଡିସେମ୍ବରରେ ଖସିଲା ହୋଲସେଲ ମୁଦ୍ରାସ୍ଫୀତି

author img

By

Published : Jan 14, 2021, 9:32 PM IST

ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପରେ ହୋଲସେଲ ମୁଦ୍ରାସ୍ଫୀତି କମିଛି । ଗୁରୁବାର ଜାରି ତଥ୍ୟରେ ଏ ନେଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

ଡିସେମ୍ବରରେ ଖସିଲା ହୋଲସେଲ ମୁଦ୍ରାସ୍ପୀତି
ଡିସେମ୍ବରରେ ଖସିଲା ହୋଲସେଲ ମୁଦ୍ରାସ୍ପୀତି

ନୂଆଦିଲ୍ଲୀ: ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାରିତ ମୁଦ୍ରାସ୍ଫୀତି 2020 ଡିସେମ୍ବରରେ 1.22 ପ୍ରତିଶତରୁ ଖସିଛି । ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପରେ ହୋଲସେଲ ମୁଦ୍ରାସ୍ଫୀତି କମିଛି । ଗୁରୁବାର ଜାରି ତଥ୍ୟରେ ଏ ନେଇ ସୂଚନା ଦିଆଯାଇଛି ।

2020 ନଭେମ୍ବରରେ ହୋଲସେଲ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି 1.55 ପ୍ରତିଶତରେ ଥିଲା । 2019 ଡିସେମ୍ବରରେ ଏହା 2.76 ପ୍ରତିଶତ ଥିଲା ।

ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ଦ୍ବାରା ଜାରି ତଥ୍ୟ ଅନୁସାରେ ଡବ୍ଲୁପିଆଇ ଖାଦ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ଫୀତି ହାର 2020 ନଭେମ୍ବରରେ 4.27 ପ୍ରତିଶତ ଥିଲା । ଯାହା ଡିସେମ୍ବରରେ ହ୍ରାସ ହୋଇ 0.92 ପ୍ରତିଶତ ରହିଛି ।

ପ୍ରକାଶ ଯେ, ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ କମି 4.59 ପ୍ରତିଶତରେ ପହଞ୍ଚିଛି । ମୁଖ୍ୟ ଭାବେ ଖାଦ୍ୟ ବସ୍ତୁ ସାମଗ୍ରୀ ଦାମ କମିବା ଦ୍ବାରା ଖୁଚୁରା ମୁଦ୍ରାସ୍ଫୀତି କମିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.