ନୂଆଦିଲ୍ଲୀ: ଆୟକର ବିଭାଗ ଆର୍ଥିକ ବର୍ଷ 2019-20 ପାଇଁ TDS/TCS ବିବରଣୀ ଦାଖଲ କରିବାର ସମୟସୀମା ବୃଦ୍ଧି କରିଛି । ଏଥିସହ ବିଭାଗ ଗତ ଆର୍ଥିକ ବର୍ଷ ପାଇଁ TDS/TCS ପ୍ରମାଣପତ୍ର ଜାରି କରିବା ଅବଧି ମଧ୍ୟ ଅଗଷ୍ଟ 15କୁ ବୃଦ୍ଧି କରିଦେଇଛି ।
ଆୟକର ବିଭାଗ କହିଛି କି, ବର୍ତ୍ତମାନ ସମୟରେ ଆମେ ଯେଉଁ ସ୍ଥିତିରେ ରହିଛୁ, ତାହାକୁ ନଜରରେ ରଖି ଆମେ ସମୟସୀମାକୁ ଆଗକୁ ବଢାଇବାକୁ ନିର୍ଣ୍ଣୟ ନେଇଛୁ । ଏବେ ଆର୍ଥିକ ବର୍ଷ 2019-20 ପାଇଁ TDS/TCS ଷ୍ଟେଟମେଣ୍ଟକୁ 2020 ଜୁଲାଇ 31 ଯାଏଁ ବଢାଯାଇଛି ।
ଏଥିରେ ଆହୁରୀ ମଧ୍ୟ କୁହାଯାଇଛି କି, ଆର୍ଥିକ ବର୍ଷ 2019-20 ପାଇଁ TDS/TCS ପ୍ରମାଣପତ୍ର ଜାରି ଅବଧି ମଧ୍ୟ ବଢିଛି ।