ETV Bharat / business

9% ଖସିବ ଜିଡିପି, ସରକାର ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଉନାହାନ୍ତି: କ୍ରିସିଲ

author img

By

Published : Sep 11, 2020, 1:53 PM IST

‘ମାଇନସ ନାଇନ ନାଓ’ ଶୀର୍ଷକ ଥିବା ରିପୋର୍ଟରେ କ୍ରିସିଲ ଦର୍ଶାଇଛି କି, କୋରୋନା ସଂକ୍ରମଣ ଯୋଗୁଁ ଅର୍ଥବ୍ୟବସ୍ଥା ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ଏଥିରୁ ଅର୍ଥନୀତିକୁ ମୁକୁଳାଇ ସରକାର ଉପଯୁକ୍ତ ଆର୍ଥିକ ସେବା ଯୋଗାଉନାହାଁନ୍ତି । ଏଥିଯୋଗୁଁ ଜିଡିପି ରିପୋର୍ଟରେ ସଂଶୋଧନ କରିଛି କ୍ରିସିଲ। ଅଧିକ ପଢନ୍ତୁ..

government is not providing adequate direct fiscal support

ନୂଆଦିଲ୍ଲୀ: କ୍ରିସିଲ ଆକଳନ ଅନୁସାରେ ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି 9 ପ୍ରତିଶତ ହ୍ରାସ ହେବ । ଯାହାକି 1950 ମସିହା ପରର ସର୍ବୋଚ୍ଚ ହ୍ରାସ । ମେ’ ମାସରେ ଅନୁମାନ କରାଯାଇଥିଲା କି 2020-21 ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର 5 ପ୍ରତିଶତ ଖସିବ । ହେଲେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କ୍ରିସିଲ ନିଜ ରିପୋର୍ଟକୁ ସଂଶୋଧିତ କରିଛି ।

‘ମାଇନସ ନାଇନ ନାଓ’ ଶୀର୍ଷକ ଥିବା ରିପୋର୍ଟରେ କ୍ରିସିଲ ଦର୍ଶାଇଛି କି, କୋରୋନା ସଂକ୍ରମଣ ଯୋଗୁଁ ଅର୍ଥବ୍ୟବସ୍ଥା ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ଏଥିରୁ ଅର୍ଥନୀତିକୁ ମୁକୁଳାଇ ସରକାର ଉପଯୁକ୍ତ ଆର୍ଥିକ ସେବା ଯୋଗାଉନଥିବା ଦର୍ଶାଯାଇଛି । ଦେଶ ମେରୁଦଣ୍ଡକୁ ସୁଦୃଢ ପାଇଁ ସରକାର 20 ଲକ୍ଷ କୋଟି ଟଙ୍କାର ରିଲିଫ ପ୍ଯାକେଜ ଘୋଷଣା କଲେ । ହେଲେ ବାସ୍ତବରେ ଜିଡିପିର 2 ପ୍ରତିଶତରୁ କମ ଖର୍ଚ୍ଚ ହୋଇଛି ।

ଏପରିକି ଅନେକ ବିଶ୍ଳେଷକ ତୀବ୍ର ପ୍ରତ୍ୟାବର୍ତ୍ତନ କିମ୍ବା ଭି-ଆକୃତିର ପୁନରୁଦ୍ଧାର ପାଇଁ ମତ ରଖୁଛନ୍ତି । କ୍ରିସିଲ କହିଛି କି, ମହାମାରୀ ଏକ ସ୍ଥାୟୀ ଦାଗ ଛାଡିଯିବ । ‘ମଧ୍ୟମ ଅବଧିରେ ବାସ୍ତବ ଜିଡିପି 13 ପ୍ରତିଶତ ସ୍ଥାୟୀ କ୍ଷତି ହେବ ବୋଲି ଆମେ ଆଶା କରୁଛୁ । ତେବେ ଏହାର ମୂଲ୍ୟ 30 ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ ରହିଛି ।’

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ମଧ୍ୟରେ ଜିଡିପି 23.9 ପ୍ରତିଶତ ଖସିଥିବା ରିପୋର୍ଟ ପ୍ରକାଶ ପାଇଛି । ଏହା ପରେ ଭାରତୀୟ ରେଟିଂ ଏଜେନ୍ସି ମାନେ ଭାରତ ଅର୍ଥନୀତିକୁ ନେଇ ସଂଶୋଧିତ ଆକଳନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଦେଶର ଜିଡିପି 10.5 ପ୍ରତିଶତ ରହିବ ବୋଲି ଫିଚ୍‌ ଆକଳନ କରିଛି । ପୂର୍ବରୁ ଏହା 5 ପ୍ରତିଶତ ବୋଲି ଉଲ୍ଲେଖ ରହିଥିଲା । ସେହିପରି ଘରୋଇ ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ ପ୍ରକାଶ କରିଛି କି, ଚଳିତ ଆର୍ଥିକ ବର୍ଷ ଭାରତର ଜିଡିପି 11.8 ପ୍ରତିଶତ କମିବ। ପୂର୍ବରୁ ଏହାକୁ 5.3 ପ୍ରତିଶତ ଖସିବା ନେଇ ଆନୁମାନ ରହିଥିଲା । ତେବେ 2021-22ରେ ଦେଶର ଜିଡିପି 9.9 ପ୍ରତିଶତ ରହିବ ବୋଲି ଅନୁମାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.