ETV Bharat / business

ରେଲୱେର ନୂଆ ରେକର୍ଡ, ଦିନକରେ ଯୋଗାଇଲା 1,118 ଟନ ଅକ୍ସିଜେନ

author img

By

Published : May 21, 2021, 10:37 PM IST

ପ୍ରାଣବାୟୁ ପହଞ୍ଚାଇବାରେ ଭାରତୀୟ ରେଳ ପ୍ରତିଦିନ କରୁଛି ନୂଆ କୀର୍ତ୍ତିମାନ । ଗୋଟିଏ ଦିନରେ ରେକର୍ଡ 1118 ଟନ ଅକ୍ସିଜେନ ଯୋଗାଣ କରିଛି । ଅଧିକ ପଢନ୍ତୁ..

ରେଳୱେର ନୂଆ ରେକର୍ଡ , ଦିନରେ ଯୋଗାଇଲା 1,118 ଟନ ଅକ୍ସିଜେନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ବଡ ରେକର୍ଡ । ଦିନକରେ 1,118 ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ ଯୋଗାଣ କରିଛି ଅକ୍ସିଜେନ ।

ପ୍ରାଣବାୟୁ ଯୋଗାଣରେ ଭାରତୀୟ ରେଳବାଇ ସବୁ ବାଧାବିଘ୍ନକୁ ଅତିକ୍ରମ କରି ପ୍ରତିଦିନ ସୃଷ୍ଟି କରୁଛି ରେକର୍ଡ । ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ମେଡିକାଲ ଅକ୍ସିଜେନ ଅଭାବ ମୁକାବିଲା ପାଇଁ ଦୌଡୁଛି ଅକ୍ସିଜେନ ଏକ୍ସପ୍ରେସ । ଏପ୍ରିଲ 24 ରୁ ଏବେ ସୁଦ୍ଧା ରେଳବାଇ ଅନେକ ରାଜ୍ୟକୁ 208 ଅକ୍ସିଜେନ ଏକ୍ସପ୍ରେସ ଓ 814 ଟ୍ୟାଙ୍କର୍ସ ଜରିଆରେ ପ୍ରାୟ 13319 ମେଟ୍ରିକ ଟନରୁ ଅଧିକ ଅକ୍ସିଜେନର ଯୋଗାଣ କରିସାରିଛି ।

ଶୁକ୍ରବାର ଅକ୍ସିଜେନ ଏକ୍ସପ୍ରେସ ଗୋଟିଏ ଦିନରେ ରେକର୍ଡ 1,118 ମେଟ୍ରିକ ଟନ ଲିକ୍ୟୁଡ ମେଡିକାଲ ଅକ୍ସିଜେନର ଯୋଗାଣ କରିଛି । ଭାରତୀୟ ରେଳବାଇର ତଥ୍ୟ ଅନୁସାରେ, ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଯେପରି ନ ହେବ ସେଥିପାଇଁ ସମୟ ଥାଉ ଥାଉ ଏଥିପାଇଁ ରେଳୱେ ଅକ୍ସିଜେନ ଏକ୍ସପ୍ରେସ ଚଲାଉଛି । ଟ୍ରେନ ଜରିଆରେ ଅକ୍ସିଜେନ ଟ୍ୟାଙ୍କରକୁ ଲୋଡ କରି ରାଜ୍ୟରେ ପହଞ୍ଚାଯାଉଛି । ଯେପରି ସମୟ ବଞ୍ଚାଯାଇ ପାରିବ । ଯଦି ଏହି ଟ୍ୟାଙ୍କର ସଡକ ମାର୍ଗରେ ଯିବ , ତେବେ ଅଧିକ ସମୟ ଲାଗିବ । କିନ୍ତୁ ଟ୍ରେନରେ ଏହାକୁ କମ ସମୟରେ ପହଞ୍ଚାଯାଇପାରୁଛି ।

ଅକ୍ସିଜେନ ଏକ୍ସପ୍ରେସ ସେବା ଏପ୍ରିଲ 19 ରେ ମୁମ୍ବାଇରୁ ଆରମ୍ଭ ହୋଇଥିଲା । ଏହି ସେବା ଦ୍ବାରା ଏବେ ସୁଦ୍ଧା 13 ରାଜ୍ୟ ହୋଇଛନ୍ତି ଉପକୃତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.