ନୂଆଦିଲ୍ଲୀ: କୋରୋନା ଭାଇରସର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଯୋଗାଇବେ ମାଗଣା ରାସନ ସାମଗ୍ରୀ । ଲକଡାଉନ ଓ କଟକଣା ମଧ୍ୟରେ ଲୋକଙ୍କ ଜୀବିକା ଆୟ ପ୍ରଭାବିତ ହୋଇଥିବାରୁ ଲୋକଙ୍କୁ ନଭେମ୍ବର ଯାଏଁ ମାଗଣା ରାସନ ଦେବାକୁ ସୋମବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହି ଯୋଜନା ଅଧିନରେ କେନ୍ଦ୍ର ସରକାର ରାସନ କାର୍ଡଧାରୀଙ୍କୁ ମେ ଓ ଜୁନ ମାସସରେ ପ୍ରତି ବ୍ୟକ୍ତିଙ୍କୁ 5 କିଲୋ ଗହମ କିମ୍ବା ଚାଉଳ ମାଗଣାରେ ଯୋଗାଇ ଦିଆଯିବ । ଅର୍ଥାତ ରାସନକାର୍ଡୀଧାରୀ ଏବେ ଦୀପାବଳି ଯାଏଁ ରାସନକାର୍ଡ ଉପରେ ନିର୍ଦ୍ଧାରିତ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ପାଇପାରିବେ ।
ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା 2.0 ବିସ୍ତାର ଘୋଷଣା କରିଛନ୍ତି । ଏହା ଫଳରେ 80 କୋଟି ଦେଶବାସୀ ଉପକୃତ ହୋଇପାରିବେ ।
ଏହା ପୂର୍ବରୁ ମେ ଓ ଜୁନ ଯାଏଁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ହିତାଧାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଦିଆଯାଉଥିଲା । ମହାମାରୀର ଏହି ସଙ୍କଟ ସମୟରେ ଗରିବଙ୍କ ସହ ସରକାର ଠିଆ ହେବେ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଯେପରି ମହାମାରୀ କାଳରେ କୌଣସି ଲୋକ ଭୋକରେ ଶୋଇବନି ସେଥିପାଇଁ ଏହି ପ୍ରୟାସ ।