ETV Bharat / business

କୋଭିଡ ଟିକା ଓ ଅକ୍ସିଜେନ ଉପରୁ ହଟିଲା ସୀମା ଶୁଳ୍କ

author img

By

Published : Apr 24, 2021, 7:50 PM IST

ଅକ୍ସିଜେନ ସମ୍ବନ୍ଧିତ ଉପକରଣ ଓ ସାମଗ୍ରୀ ଉପରେ ଉପରୁ ଛାଡ ହେଲା ସୀମା ଶୁଳ୍କ । ଏଥିସହ କୋଭିଡ ଭ୍ୟାକ୍ସିନ ଉପରୁ ବି ସୀମା ଶୁଳ୍କ ହଟିଛି । ଅଧିକ ପଢନ୍ତୁ..

କୋଭିଡ ଟିକା ଓ ଅକ୍ସିଜେନ ଉପରୁ ହଟିଲା ସୀମା ଶୁଳ୍କ
କୋଭିଡ ଟିକା ଓ ଅକ୍ସିଜେନ ଉପରୁ ହଟିଲା ସୀମା ଶୁଳ୍କ

ନୂଆଦିଲ୍ଲୀ: କୋଭିଡ ଲଢେଇ ମଧ୍ୟରେ ସରକାରଙ୍କ ବଡ ଘୋଷଣା । ଅକ୍ସିଜେନ ସମ୍ବନ୍ଧିତ ଉପକରଣ ଓ ସାମଗ୍ରୀ ଉପରେ ଉପରୁ ଛାଡ ହେଲା ସୀମା ଶୁଳ୍କ । ଏଥିସହ କୋଭିଡ ଭ୍ୟାକ୍ସିନ ଉପରୁ ବି ସୀମା ଶୁଳ୍କ ହଟିଛି । ଫଳରେ ଆଗାମୀ ଦିନରେ ଏସବୁ ଉପକରଣର ଉପଲବ୍ଧତା ଏବଂ ସୁଲଭତା ବଢିବାରେ ସାହାଯ୍ୟ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଅକ୍ସିଜେନ ଉପଲବ୍ଧତାକୁ ବଢାଇବା ପାଇଁ ନିଆଯାଇଥିବା ପଦକ୍ଷେପର ଏକ ସମୀକ୍ଷା କରିଛନ୍ତି । ଏହି ସମୟରେ ସେ କହିଛନ୍ତି କି ଚିକିତ୍ସାରେ ବ୍ୟବହୃତ ଅକ୍ସିଜେନର ଯୋଗାଣ ବଢାଇବା ସହ ଘରେ ଓ ହସ୍ପିଟାଲରେ ରୋଗୀଙ୍କ ରକ୍ଷଣାବେକ୍ଷଣା ଲାଗି ଉପଯୋଗ ହେଉଥିବା ଉପକରଣ ବି ଜରୁରୀ ରହିଛି ।

ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରାଳୟ ଓ ଡିପୋକୁ ଅକ୍ସିଜେନ ଓ ଚିକିତ୍ସା ଉପକରଣର ଉପଲବ୍ଧତା ପାଇଁ ତାଳମେଳ ସହ କାମ କରିବାକୁ ଜୋର ଦେଇଛନ୍ତି । ତତ୍କାଳ ପ୍ରଭାବ ସହ 3 ମାସ ପାଇଁ ଅକ୍ସିଜେନ ଓ ଅକ୍ସିଜେନ ସମ୍ବନ୍ଧିତ ଉପକରଣ ଆମଦାନୀ ଉପରେ ବେସିକ ସୀମା ଶୁଳ୍କ ଓ ସ୍ବାସ୍ଥ୍ୟ ଉପକରକୁ ସମ୍ପୁର୍ଣ୍ଣ ଛାଡ ପାଇଁ ନିର୍ଣ୍ଣୟ ନିଆଯାଇଛି ।

ସେ ରାଜସ୍ବ ବିଭାଗକୁ କୋରୋନା ଚିକିତ୍ସା ସହ ଜଡିତ ଉପକରଣର ନିରବଚ୍ଛିନ୍ନ ଏବଂ ଶୀଘ୍ର କଷ୍ଟମ୍ କ୍ଲିୟରାନ୍ସ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତିନିମାସ ପାଇଁ ତୁରନ୍ତ ପ୍ରଭାବ ସହିତ କୋଭିଡ ଟିକା ଆମଦାନୀ ଉପରେ ବେସିକ କଷ୍ଟମ ଡ୍ୟୁଟି ହଟାଇବାକୁ ମଧ୍ୟ କୁହାଯାଇଛି ।

ପ୍ରକାଶ ଯେ, କୋଭିଡ-19 ବୃଦ୍ଧି ମାମଲା ବୃଦ୍ଧି ସହ ଅନେକ ରାଜ୍ୟର ହସ୍ପିଟାଲରେ ଅମ୍ଲଜାନ ସଙ୍କଟ ଦେଖାଦେଇଛି । ଗତ କିଛି ଦିନ ଧରି ରାଜ୍ୟ ଏହାର ଯୋଗାଣ ବଢାଇବା ପାଇଁ କେନ୍ଦ୍ର ସରକାର ଉପରେ ଲଗାତାର ଚାପ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.