ETV Bharat / business

ଭାରତରେ ସ୍ପୁଟନିକ ଭି ଉତ୍ପାଦନ ଆରମ୍ଭ, ତିଆରି ହେବ 10 କୋଟି ଡୋଜ

author img

By

Published : May 24, 2021, 9:24 PM IST

କୋରୋନାକୁ ମାତ ଦେବ ଭାରତ । ଟିକା ଅଭାବ ଦୂର କରିବା ପାଇଁ ବର୍ଷକୁ ଉତ୍ପାଦନ ହେବ 10 କୋଟି ଡୋଜ ସ୍ପୁଟନିକ ଭି । ଅଧିକ ପଢନ୍ତୁ..

କୋରୋନାକୁ ହରାଇବ ଭାରତ
କୋରୋନାକୁ ହରାଇବ ଭାରତ

ନୂଆଦିଲ୍ଲୀ: କୋଭିଡ ବିରୋଧୀ ଲଢେଇ ପାଇଁ ଫୁଲ ଜୋଶରେ ତୟାର ଭାରତ । ମାରାତ୍ମକ ଭୂତାଣୁର ନିପାତ ଲାଗି ଦେଶର ତିଆରି କରୁଛି ମହୌଷଧି । ଏଥିଲାଗି ଘରୋଇ ଔଷଧ କମ୍ପାନୀ ପେନେସିଆ ବାୟୋଟେକ୍ ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (Russian Direct Investment Fund-RDIF) ସହ ହାତ ମିଳାଇଛି । ଫଳର ଏବେ ଭାରତରେ ସ୍ପୁଟନିକ-ଭି କୋରୋନା ଟିକାର ଉତ୍ପାଦନ ଆରମ୍ଭ ହୋଇଛି ।

ଏବେ ପେନେସିଆ ବାୟୋଟେକ୍ ପ୍ରତି ବର୍ଷ 10 କୋଟି ଭ୍ୟାକ୍ସିନ ଡୋଜ ପ୍ରସ୍ତୁତ କରିବ । କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଭ୍ୟାକ୍ସିନର ଗୋଟିଏ ପର୍ଯ୍ୟାୟ ଋଷରେ ପହଞ୍ଚି ସାରିଲାଣି । ସେଠାରେ ଏହାର କ୍ବାଲିଟି ଚେକ କରାଯିବ । ସୋମବାର ଜାରି ଏକ ମିଶ୍ରିତ ବିବୃତ୍ତିରେ ଏ ନେଇ ସୂଚନା ଦିଆଯାଇଛି ।

ପେନେସିଆ ବାୟୋଟେକ୍ ହିମାଚଳ ପ୍ରଦେଶର କାରଖାନାରେ ଉତ୍ପାଦିତ କୋଭିଡ୍ -19 ଟିକା ର ପ୍ରଥମ ପର୍ଯ୍ୟାୟ ରୁଷିଆର ଗାମେଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପଠାଯିବ । ଏଠାରେ ଏହାର ଗୁଣବତ୍ତା ପରୀକ୍ଷା କରାଯିବ ।

ଋଷର RDIF ସ୍ପୁଟନିକ-ଭି ଟିକାକୁ ଅନ୍ତରାଷ୍ଟ୍ରୀୟ ବଜାରରେ ଉପଲବ୍ଧ କରିଥାଏ । RDIF ଓ ପାନେସିଆ ବାୟୋଟିକ ଭାରତରେ ସ୍ପୁଟନିକ ଭି ଟିକାକୁ ପ୍ରତି ବର୍ଷ 10 କୋଟି ଡୋଟି ଉତ୍ପାଦନ କରିବାକୁ ସହମତ ହୋଇଛି । ଉଭୟଙ୍କ ପକ୍ଷରୁ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଇଥିଲା ।

ମିଶ୍ରିତ ବିବୃତ୍ତି ଅନୁସାରେ ପୂର୍ଣ୍ଣ ସ୍ତରରେ ଉତ୍ପାଦନ ଏହି ଗ୍ରୀଷ୍ମରେ ଆରମ୍ଭ ହେବା ଆଶା ରହିଛି । ଏହି ସମୟରେ ଅଧିକ ପରିମାଣରେ ଟିକା ଉତ୍ପାଦନ ଆରମ୍ଭ ହେବ । ତେବେ ଏଥିରେ କେଉଁ ମାସରେ ହେବ ସେ ନେଇ ସ୍ପଷ୍ଟିକରଣ ନାହିଁ ।

RDIF ବିବୃତ୍ତିରେ କୁହାଯାଇଛି ଯେ, ପାନେସିଆ ବାୟୋଟେକ ଟିକା ଉତ୍ପାଦନରେ ଆନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରୁଛି । ଭାରତରେ,ଋଷ ଟିକାକୁ ଏପ୍ରିଲ 12 ରେ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା । ମେ 1 ରୁ 18ରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ଟୀକାକରଣ ସହିତ, କୋଭିଶିଲ୍ଡ ଏବଂ କୋଭାସିନ୍ ସହିତ ଭାରତରେ ତୃତୀୟ ଟିକା ମଧ୍ୟ ପ୍ରଚଳନ କରାଯାଇଥିଲା। ତେବେ ସ୍ପୁଟନିକରୁ ଟୀକାକରଣ କେବଳ 14 ମଇରୁ ଆରମ୍ଭ ହୋଇଛି ।

RDIF ସିଇଓ କିରିଲ୍ ଦମିତ୍ରିଭ କହିଛନ୍ତି, ପେନେସିଆ ବାୟୋଟେକ ସହିତ ଭାରତରେ ଟିକା ଉତ୍ପାଦନ କୋରୋନା ବିରୋଧରେ ଲଢେଇ ପାଇଁ ଏକ ବଡ ପଦକ୍ଷେପ । ସ୍ପୁଟନିକ ପ୍ରଡକ୍ସନ ସହ ଭାରତ କୋରୋନାର ଏହି ସଙ୍କଟରୁ ମୁକୁଳିପାରିବ । ଏହା ବାଦ ଭ୍ୟାକ୍ସିନ ରପ୍ତାନୀ କରି ଦୁନିଆର ଅନ୍ୟ ଦେଶକୁ ମଧ୍ୟ କୋରୋନା ବିରୋଧୀ ଲଢେଇରେ ସହଯୋଗ କରାଯାଇପାରିବ ।

ଗତ ଫେବୃଆରୀ ମାସରେ ସ୍ପୁଟନିକ ଭି ତୃତୀୟ ଫେଜ ଟ୍ରାଏଲରେ ମଜବୁତ ପ୍ରତିରୋଧକ କ୍ଷମତା ଦେଖାଇଛି । ରିଜଲ୍ଟରେ 91.6 ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ସେତେବେଳେ RDIF କହିଥିଲା କି ଭ୍ୟାକ୍ସିନ ପ୍ରଡକ୍ସନ ଓ ବିତରଣକୁ ନେଇ ଭାରତ ପ୍ରମୁଖ ସହଯୋଗୀ ହେବ ।

2020ରେ ଦୁନିଆର ପ୍ରଥମ ଦେଶ ଋଷ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତି ନେଇ ଘୋଷଣା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.