ନୂଆଦିଲ୍ଲୀ: ଅର୍ଥନୀତିକୁ ଦୋହଲାଇ ରଖିଛି କୋରୋନା । ତେବେ ନିକଟରେ ଘୋଷଣା ହୋଇଥିବା ମୌଦ୍ରିକ ଓ ଆର୍ଥିକ ଉପାୟ ଦ୍ବାରା ସ୍ଥିତି ସୁଧୁରିପାରେ । ପ୍ରଭାବିତ ଘରୋଇ ଚାହିଦାକୁ ପୁଣି ବୁଷ୍ଟର ମିଳିବ । ଏଥିସହ ଏହି ସଙ୍କଟ ସମାଧାନ ସହ ଆର୍ଥିକ ଅଭିବୃଦ୍ଧି ବଢିବ ବୋଲି ଆଶା ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।
ବିଶ୍ବର ବହୁ ଦେଶ କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଲକଡାଉନ ଜାରି କରିଛନ୍ତି । ଏଥିଯୋଗୁଁ ଆର୍ଥିକ ଗତିବିଧି ଗଭୀର ଭାବେ ଗୁରୁତର ହେଉଛି । ଏହାର ପ୍ରଭାବରେ ଘରୋଇ ଅର୍ଥବ୍ୟବସ୍ଥା ବି ମାନ୍ଦା ଆଡକୁ ଗତି କରୁଛି । ଏଣୁ ଏପରି ସମରେ ଅଭିବୃଦ୍ଧି ଦର ଅନୁମାନ କରିବା କଷ୍ଟକର ।
2019-20 ଆର୍ଥିକ ବର୍ଷରେ ରବି ଫସଲ ଭଲ ରହିବା ସହ ଖାଦ୍ୟ-ସାମଗ୍ରୀ ଦାମ ନିୟନ୍ତ୍ରଣ ହେବ ବୋଲି ଅନୁମାନ ରହିଥିଲା । ଏପରିକି କର ସ୍ଲାବରେ ହ୍ରାସ ଦ୍ବାରା ଉପଯୋଗିତା ମଧ୍ୟ ବୃଦ୍ଧି ନେଇ ଲକ୍ଷ୍ୟ ରହିଥିଲା । କିନ୍ତୁ କୋରୋନା ଭାଇରସ ସଙ୍କଟ ଯୋଗୁଁ ଏସବୁ ରୂପରେଖ ବଦଳିଯାଇଛି ।
କୋରୋନା ଭାଇରସ ସଂକ୍ରମଣ ପରେ ଯାହା ଅନୁମାନ କରାଯାଉଛି ଯେ, 2020ରେ ବୈଶ୍ବିକ ଅର୍ଥବ୍ୟବସ୍ଥା ମାନ୍ଦା ବସ୍ଥା ଆଡକୁ ଯିବା ବିପଦ ଘନଉଛି । ଯଦି ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ କମ ରୁହେ ତେବେ ଦେଶର ବ୍ୟାପାର ସ୍ଥିତି ସୁଧୁରି ପାରେ , ହେଲେ ଏହା ଦ୍ବାରା ହେବାକୁ ଥିବା ପ୍ରଫିଟ ଦେଶବ୍ୟାପି ବନ୍ଦର କ୍ଷତିର ଭରଣା କରିପାରିବ ନାହିଁ ।