ETV Bharat / business

ଚୀନ ଛିଙ୍କରେ ବିଶ୍ବ ଅର୍ଥନୀତିକୁ ଗ୍ରାସିଲାଣି ସର୍ଦ୍ଦି

author img

By

Published : Feb 8, 2020, 10:18 AM IST

Updated : Feb 8, 2020, 10:45 AM IST

ଜଙ୍ଗଲରେ ନିଆଁ ବ୍ୟାପିବା ଭଳି, ବିଶ୍ବରେ କୋରୋନା ଭାଇରସ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରଭାବରେ ବ୍ୟାପାର ଓ ବାଣିଜ୍ୟ ବିଗିଡିବାରେ ଲାଗିଛି । ଗମନାଗମନଠାରୁ ପରିବହନ ସବୁ ସଙ୍କୁଚିତ ।

coronavirus as china sneezing global economy gets cold
ଚୀନର ଛିଙ୍କରେ ବିଶ୍ବ ଅର୍ଥନୀତିକୁ ଗ୍ରାସିଲାଣି ସର୍ଦ୍ଦି

ନୂଆଦିଲ୍ଲୀ: ଜଙ୍ଗଲରେ ନିଆଁ ବ୍ୟାପିବା ଭଳି, ବିଶ୍ବରେ କୋରୋନା ଭାଇରସ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରଭାବରେ ବ୍ୟାପାର ଓ ବାଣିଜ୍ୟ ବିଗିଡିବାରେ ଲାଗିଛି । ଗମନାଗମନଠାରୁ ପରିବହନ ସବୁ ସଙ୍କୁଚିତ । ଏଥିଯୋଗୁଁ ଭାରତ ସମେତ ସମଗ୍ର ବିଶ୍ବର ବ୍ୟବସାୟୀ ଏବେ ଟେନସନରେ ।

ସିୟୋଲସ୍ଥିତ ହୁଣ୍ଡାଇ ତେରହ ଅଟୋମୋବାଇଲ ପ୍ଲାଣ୍ଟରୁ 7ଟିକୁ ବନ୍ଦ କରିସାରିଲାଣି । କାରଣ ଚୀନରୁ ସ୍ପେୟର ପାର୍ଟସ ସବୁ ଦକ୍ଷିଣ କୋରିଆ ତଟରେ ପହଞ୍ଚିପାରୁନାହିଁ । ଏପଟେ ଉତ୍ତରପୂର୍ବ ରାଜ୍ୟ ମଣିପୁର ମଧ୍ୟ ଚୀନ, ମିଆଁମାର ଓ ଦକ୍ଷିଣ ଏବଂ ଏସିଆ ଦେଶରୁ ପ୍ୟାକେଜ୍ଡ ଖାଦ୍ୟ ପଦାର୍ଥ (ଯାହା ଏଫଏସଏସଏଆଇ ନିୟମ ପାଳନ କରୁନି) ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଦେଇଛି ।

ସେପଟେ ଭାରତରୁ କପା ରପ୍ତାନୀ ଉପରେ ରୋକ ଲଗାଇଦେଇଛି ଚୀନ । ଫଳରେ ଲକ୍ଷାଧିକ କପା ବୋଝ ସବୁ ଗୋଦାମରେ ପଡିରହିଛି । ଏ ନେଇ ଚିନ୍ତାରେ ଭାରତୀୟ ବେପାରୀ ଓ ଚାଷୀ । କେବଳ କପା ନୁହେଁ ଅଟୋମୋବାଇଲ ଠାରୁ ଟ୍ରାଭେଲ ସେକ୍ଟର ଓ ଭାରତୀୟ ହୀରା ବ୍ୟବସାୟ ସବୁ କିଛି ଏବେ କୋରୋନା ମାଡରେ କ୍ଷତିଗ୍ରସ୍ତ । ପ୍ରକାଶ ଯେ, ହଂକଂ ସୁରଟ ହୀରା ବ୍ୟବସାୟୀଙ୍କ ପାଇଁ ଏକ ସୁଲଭ ବଜାର । ଏଠାରୁ ବିଶ୍ବର ବିଭିନ୍ନ ସ୍ଥାନକୁ ସୁରଟ ହୀରା ଯାଇଥାଏ । ହେଲେ ଏବେ କୋରୋନା ଭୟରେ ହଂକଂରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି । ଫଳରେ ବ୍ୟବସାୟ ଠପ ପଡିଛି ।

ଯଦି ଏଭଳି ଭାବେ ପ୍ରାଣଘାତୀ କୋରୋନା ଭାଇରସ ପ୍ରକୋପ ବଢିବ ତେବେ କେବଳ ଚୀନ ନୁହେଁ ଏହା ସହ ଜଡିତ ଦେଶର ବ୍ୟାପାର, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ଉପରେ ନକରାତ୍ମକ ପ୍ରଭାବ ପଡିବ । ଏଥିସହ କୋଟି କୋଟି ଲୋକଙ୍କ ପେଟପାଟଣା ବିପଦକୁ ଠେଲିହୋଇଯିବ ।

ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷାରେ ମଧ୍ୟ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ପ୍ରସଙ୍ଗ ଉଠାଇଥିଲେ । କୋରୋନା ଭାଇରସ ଘରୋଇ ଅର୍ଥନୀତି ପ୍ରଭାବିତ କରିବ ବୋଲି ସେ ଅନୁମାନ କରି କହିଛନ୍ତି । ଆଉ ଏଥିପାଇଁ ଏକ ଆପାତଃକାଳୀନ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । କାରଣ କୋରୋନା ଦ୍ବାରା ଦେଶକୁ ପର୍ଯ୍ୟଟନଙ୍କ ଆଗମନ କମିବ । ଫଳରେ ବାଣିଜ୍ୟ ମଧ୍ୟ ପ୍ରଭାବିତ ହେବ ବୋଲି ସେ କହିଛନ୍ତି ।

ପ୍ରକାଶ ଯେ, ଆଇଏଚଏସ ମାର୍କେଟ ରିପୋର୍ଟ ଅନୁସାରେ ବିଶ୍ବ ଅର୍ଥନୀତି ଉପରେ କୋରୋନା ଭାଇରସର ପ୍ରକୋପ ସାର୍ସ( ଗମ୍ଭୀର ତୀବ୍ର ଶ୍ଚବସନ ସିଣ୍ଡ୍ରୋମ) ଠାରୁ ମଧ୍ୟ ଅଧିକ ରହିବ । ସାର୍ସ ସମୟରେ ଚୀନ ବିଶ୍ବର ଷଷ୍ଠ ବୃହତ୍ତ ଅର୍ଥବ୍ୟବସ୍ଥା ଥିଲା । ଯାହାର ବିଶ୍ବ ଜିଡିପି କେବଳ 4.2 ପ୍ରତିଶତ ଥିଲା । ହେଲେ ଏବେ ଚୀନ ଦୁନିଆର ଦ୍ବିତୀୟ ବୃହତ୍ତ ଅର୍ଥବ୍ୟବସ୍ଥା । ଯାହା ବିଶ୍ବର ଜିଡିପି 16.3 ପ୍ରତିଶତ ରହିଛି । ଏଣୁ ଏପରି ସମୟରେ ଚୀନରେ କୌଣସି ମାନ୍ଦାବସ୍ଥା କେବଳ ଦେଶକୁ ନୁହେଁ ସମଗ୍ର ବିଶ୍ବରେ ନକରାତ୍ମକ ପ୍ରଭାବ ପକାଇବ ।

ଆଗକୁ ଏଭଳି ସ୍ଥିତି ଜାରି ରୁହେ, ଆଉ ଏହି ମହାମାରୀର କୌଣସି ପ୍ରତିକାର ନ ବାହାରେ ତେବେ ଜାନୁଆରୀ-ମାର୍ଚ୍ଚରେ ବିଶ୍ବର ବାସ୍ତବ ଜିଡିପି 0.8 ପ୍ରତିଶତ ଓ ଏପ୍ରିଲ-ଜୁନରେ 0.5 ପ୍ରତିଶତ ଖସିବା ନେଇ ଆଶଙ୍କା ରହିଛି ।

Last Updated : Feb 8, 2020, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.