ETV Bharat / business

‘କୋରୋନା କବଚ’ ନା ‘କୋରୋନା ରକ୍ଷକ’: ଆପଣ କେଉଁ ବୀମା ପଲିସି ବିକଳ୍ପ ବାଛିବେ ?

author img

By

Published : Jul 11, 2020, 9:23 PM IST

କୋରୋନା ସଙ୍କଟ କାଳରେ ବଢିଛି ବୀମାର ଗୁରୁତ୍ବ। ଇରଡା ନିର୍ଦ୍ଦେଶରେ ବୀମା କମ୍ପାନୀ କୋରୋନା କବଚ ଓ କୋରୋନା ରକ୍ଷକ ବୀମା ପଲିସି ବିକ୍ରି ଆରମ୍ଭ କରିଛନ୍ତି । ତେବେ ଏହି 2 ମଧ୍ୟରେ କଣ ରହିଛି ପାର୍ଥକ୍ୟ, କେଉଁ ବିକଳ୍ପ ବାଛିଲେ ଆପଣ ଲାଭବାନ ହେବେ..ପଢନ୍ତୁ

Corona Rakshak
Corona Rakshak

ହାଇଦ୍ରାବାଦ: କୋଭିଡ-19 ସଙ୍କଟକୁ ନଜରରେ ରଖି ଭାରତରେ ସ୍ୱାସ୍ଥ୍ୟ ବୀମା କମ୍ପାନୀଗୁଡିକ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ଏଥିମଧ୍ୟରେ ଭାରତୀୟ ବୀମା ବିକାଶ ତଥା ନିୟାମକ ପ୍ରାଧିକରଣ(ଇରଡା) ନିର୍ଦ୍ଦେଶ ଅନୁସାରେ କମ୍ପାନୀଗୁଡିକ ସମଗ୍ର ଦେଶରେ 2 ପ୍ରକାର ମାନକ କୋଭିଡ-19 ସ୍ବାସ୍ଥ୍ୟ ପଲିସି ବିକ୍ରି ଆରମ୍ଭ କରିଛନ୍ତି । ଏଥିରେ 2 ଟି ପ୍ରଡକ୍ଟ ରହିଛି । ଗୋଟିଏ ‘କୋରୋନା କବଚ’ ଏବଂ ଅନ୍ୟଟି ‘କୋରେନା ରକ୍ଷକ’ । ତେବେ ଏହି ପଲିସି ମାନଦଣ୍ଡରେ କିଛି ବିଶେଷତ୍ବ, ନିୟମ ଓ ସର୍ତ୍ତ ରହିଛି । ଯଦିଓ ଆପଣ ତାହାକୁ କୌଣସି ମଧ୍ୟ ବୀମାକର୍ତ୍ତାଙ୍କ ଠାରୁ କିଣନ୍ତୁ, କିନ୍ତୁ ପ୍ରିମିୟମ କମ୍ପାନୀ ଦ୍ବାରା ଏହା ନିର୍ଦ୍ଧାରଣ କରାଯିବ ।

କୋରୋନା କବଚ ମାନକ ଏକ କ୍ଷତିପୂରଣ-ଆଧାରିତ ପଲିସି (indemnity plan)ହୋଇଥିବାବେଳେ କୋରୋନା ରକ୍ଷକ ଏକ ଲାଭ-ଆଧାରିତ ଯୋଜନା । ତେବେ ଆପଣଙ୍କୁ ଏହା ଜାଣିବାକୁ ହେଲେ ଏହି 2 ପ୍ରଡକ୍ଟ ମଧ୍ୟରେ ରହିଥିବା ପାର୍ଥକ୍ୟର ଗୁରୁତ୍ବକୁ ବୁଝିବାକୁ ହେବ । ଏହା ପରେ ଆପଣ ବାଛିବେ କେଉଁ ବିକଳ୍ପ କିଣିବା ଲାଭଦାୟକ, ତେବେ ଏ ନେଇ ନିମ୍ନରେ ଏକ ବିସ୍ତୃତ ଗାଇଡ ରହିଛି ....

1. କଭରେଜର ପ୍ରକାର (Type of coverage)

ପୂର୍ବରୁ ଉଲ୍ଲେଖ କରାଯାଇଛି କି କୋରୋନା କବଚ ଏକ କ୍ଷତିପୂରଣ ଯୋଜନା । ଏହାର ଅର୍ଥ ହେଉଛି କି ଏଭଳି ପଲିସି ବାସ୍ତବରେ ପଲିସିଧାରକଙ୍କ ଦ୍ବାରା କୋଭିଡ-19 ପାଇଁ ପଜିଟିଭି ହେବା ପରେ , ବୀମାଭୁକ୍ତ ରାଶି ସୀମା ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ଖର୍ଚ୍ଚର ଭରଣ କରିବ ।

ହେଲେ କୋରୋନା ରକ୍ଷକ ଏକ ମାନକ ଲାଭ ଆଧାରିତ ପଲିସି (standard benefit-based policy)। ଯାହା ବୀମାଭୁକ୍ତ ହୋଇଥିବା ରୋଗର ନିରାକରଣ ପରେ ପୂର୍ବ-ଅନୁମୋଦିତ lump-sum amount ପ୍ରଦାନ କରିଥାଏ । ତେବେ କୋଭିଡା -19 ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରକୃତ ଖର୍ଚ୍ଚ ନିର୍ବିଶେଷରେ କୋରୋନା ରକ୍ଷକ ବୀମାଭୁକ୍ତ ହୋଇଥିବା ରାଶିର 100% ଦେବେ।

2. ହସ୍ପିଟାଲରେ ଭର୍ତ୍ତି (Hospitalization)

କୋରୋନା କବଚ 14 ଦିନ ଯାଏଁ ଘରୋଇ ଚିକିତ୍ସା ଖର୍ଚ୍ଚ ବହନ କରିବ । ଯଦି ଏଥିରେ କୋଭିଡ-19 ଚିକିତ୍ସାର ଏକ ସକ୍ରିୟ ଅଂଶ ସାମିଲ ହୁଏ ଏବଂ ଅନ୍ୟ ଅନ୍ୟାନ୍ୟ ସର୍ତ୍ତ ମଧ୍ୟରେ ଡାକ୍ତରଙ୍କ ପରାମର୍ଶରେ କରାଯାଏ ।

ଏପେଟ କୋରୋନା ରକ୍ଷକ କେବଳ lump-sum amount ର ପେମେଣ୍ଟ କରିବ । ଯେବେ ପଲିସିଧାରକ କୋଭିଡ-19 ପଜିଟିଭି ଚିହ୍ନଟ ପରେ ସର୍ବନିମ୍ନ 72 ଘଣ୍ଚା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଯିବ । ଯଦି ଏଭଳି କ୍ଷେତ୍ରରେ ପଲିସିଧାରକ ଘରେ ରହି ଚିକିତ୍ସା ପାଇଁ ବିକଳ୍ପ ବାଛିବେ ତେବେ କୌଣସି ଦାବି କରାଯାଇପାରିବ ନାହିଁ ।

3. ବୀମା ରାଶି ( Sum insured)

କୋରୋନା କବଚ ପଲିସି ପାଇଁ ସର୍ବନିମ୍ନ ବୀମା ରାଶି 50,000 ଟଙ୍କା ଏବଂ ସର୍ବାଧିକ ରାଶି 5 ଲକ୍ଷ ଟଙ୍କା ରହିଛି । ସେହିପରି କୋରୋନା ରକ୍ଷକ ରେ ସର୍ବନିମ୍ନ ବୀମା ରାଶି 50,000 ଟଙ୍କା, କିନ୍ତୁ ସର୍ବାଧିକ 2.5 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଛି।

4. କାର୍ଯ୍ୟକାଳ (Tenure)

କୋରୋନା କବଚ ପଲିସି ସମୟସୀମା 3.5 ମାସ, 6.5 ମାସ ଏବଂ 9.5 ମାସ ପାଇଁ ଅଫର ଦେବା ସହ 15 ଦିନର ଅପେକ୍ଷା ଅବଧି (waiting period) ପ୍ରଦାନ କରିବ ।

ସେପଟେ କୋରୋନା ରକ୍ଷକ ପଲିସି ବୀମା ରାଶି 15 ଦିନର ଅପେକ୍ଷା ଅବଧି ସହ 105 ଦିନ, 195 ଦିନ ଓ 285 ଦିନର କାର୍ଯ୍ୟକାଳକୁ ପୂରଣ କରିବ । ଏହି କ୍ଲାଏମ ବା ଦାବି ଶେଷ ହୋଇଯିବା ସହ ପଲିସିର ଅସ୍ତିତ୍ବ ଶେଷ ହୋଇଯିବ ।

5. ପରିବାର ଫ୍ଲୋଟର ବିକଳ୍ପ (Family floater option)

କୋରୋନା କବଚ ପଲିସି ଏକ ପରିବାର ଫ୍ଲୋଟର ବିକଳ୍ପ ସହ ଆସିଥାଏ । ପରିବାରରେ ଆଇନ ଅନୁଯାୟୀ ବିବାହିତ ପତି କିମ୍ବା ପତ୍ନୀ, ମା ଓ ବାପା ଓ 25 ବର୍ଷୀୟ ପର୍ଯ୍ୟନ୍ତ ସନ୍ତାନ ସାମିଲ ରହିବେ ।

ଅନ୍ୟପଟେ କୋରୋନା ରକ୍ଷକ ପିଲିସି ଏକ ବ୍ୟକ୍ତିଗତ ଯୋଜନା । ଯେଉଁଥିରେ ପରିବାର ଫ୍ଲୋଟର ବିକଳ୍ପ ରହିନାହିଁ ।

6. ଉପଲବ୍ଧତା (Availability)

IRDAI ସମସ୍ତ ସାଧାରଣ ତଥା ସ୍ୱାସ୍ଥ୍ୟ ବୀମାକାରୀଙ୍କ ପାଇଁ ଫେରସ୍ତ-ଆଧାରିତ କୋରୋନା କବଚ ପ୍ରଡକ୍ଟ ବିକ୍ରି ବାଧ୍ୟତାମୂଳ କରିଦେଇଛି । ଯେତେବେଳେ କି ଲାଭ-ଆଧାରିତ କୋରୋନା ରକ୍ଷକ ଯୋଜନକା ଇଚ୍ଛାଧୀନ ରଖିଛି । ତେବେ ଯେକୌଣସି ବ୍ୟକ୍ତି କୋରୋନା କବଚ କିଣିବାକୁ ଚାହାନ୍ତି, ସେମାନେ କୌଣସି ମଧ୍ୟ ବୀମାକର୍ତ୍ତାଙ୍କୁ ଚୟନ କରିପାରିବେ । କିନ୍ତୁ କୋରୋନା ରକ୍ଷକ ମାମଲାରେ ବିକଳ୍ପ ସୀମିତ ହୋଇପାରେ ।

7. ରିହାତି (Discount)

ହେଲଥ କେୟାର ୱାର୍କରଙ୍କ ପାଇଁ କୋରୋନା କବଚ ପଲିସି ପ୍ରିମିୟମରେ 5 ପ୍ରତିଶତ ଡିସକାଉଣ୍ଟ ବାଧ୍ୟତାମୂଳକ ରହିଛି । କିନ୍ତୁ କୋରୋନା ରକ୍ଷମକ ପଲିସିରେ ସେହିଭଳି କୌଣସି ଡିସକାଉଣ୍ଚ ଅଫର ରହିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.