ETV Bharat / business

ଲଗାତାର ଚତୁର୍ଥ ଥର ଖସିଲା କୋର ସେକ୍ଟର ଉତ୍ପାଦନ

author img

By

Published : Jan 1, 2020, 4:42 PM IST

ମାନ୍ଦା ଅର୍ଥବ୍ୟବସ୍ଥାକୁ ଲାଗିଛି ବଡ ଝଟକା। ନଭେମ୍ବରରେ କୋର ସେକ୍ଟରର ଅଭିବୃଦ୍ଧିରେ 1.5 ପ୍ରତିଶତ ହ୍ରାସ ପାଇଛି।

Core sector output shrinks by 1.5% in November
ଲଗାତାର 4ଥର ଖସିଲା କୋର ସେକ୍ଟରର ଉତ୍ପାଦନ

ନୂଆଦିଲ୍ଲୀ: ପୁଣି କମିଲା 8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନ। 2019 ନଭେମ୍ବରରେ କୋର ସେକ୍ଟରର ଅଭିବୃଦ୍ଧି 1.5 ପ୍ରତିଶତ ହ୍ରାସ ପାଇ 1.9 ପ୍ରତିଶତରେ ପହଞ୍ଚିଛି। ଯାହାକି ଗତ ବର୍ଷ ଏହି ଅବଧି(ନଭେମ୍ବର)ରେ ଏହା 3.3 ପ୍ରତିଶତ ଥିଲା । ମଙ୍ଗଳବାର ଏନେଇ ରିପୋର୍ଟ ଜାରି ହୋଇଛି।

8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଟର) ମଧ୍ୟରୁ ଅଭିବୃଦ୍ଧି ହ୍ରାସ ସହ 5ଟିରୁ ନକରାତ୍ମକ ସଙ୍କେତ ମିଳିଛି। ଏଥିରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ଇସ୍ପାତ ଓ ବିଦ୍ୟୁତ ସେକ୍ଟର ରହିଛି। 2018 ନଭେମ୍ବରରେ ଏହି 8ଟି କୋର ସେକ୍ଟରରେ ବୃଦ୍ଧି ଦର 3.3 ପ୍ରତିଶତ ଥିଲା।

ସିମେଣ୍ଟ ଉତ୍ପାଦନର ବୃଦ୍ଧି ଦର 2019 ନଭେମ୍ବରରେ 4.1 ପ୍ରତିଶତ ଥିଲା । ଯାହା ନଭେମ୍ବର 2018ରେ 8.8 ପ୍ରତିଶତ ଥିଲା । ବିଶୋଧନ ଉତ୍ପାଦ ଓ ସାରର ଉତ୍ପାଦନ ବୃଦ୍ଧି ଦର 2019 ନଭେମ୍ବରରେ କ୍ରମଶଃ 3.1 ଓ 13.6 ପ୍ରତିଶତ ରହିଛି । ଏପ୍ରିଲ-ନଭେମ୍ବର ମଧ୍ୟରେ ଏହି ଉଦ୍ୟୋଗର ବୃଦ୍ଧି ଦର ପ୍ଲାଟ(ଶୂନ୍ୟ) ରହିଛି। ଯାହାକି ବର୍ଷେ ପୂର୍ବେ ସମାନ ଅବଧିରେ 5.1 ପ୍ରତିଶତ ଥିଲା। ଅଗଷ୍ଟରୁ 8 କୋର ସେକ୍ଟରର ବୃଦ୍ଧି ଦର ନକରାତ୍ମକ ରହିଛି।

ଖଣିଜ ଇନ୍ଧନ, ବିଜୁଳି ଓ ଇସ୍ପାତ ଭଳି କ୍ଷେତ୍ରର ଉତ୍ପାଦନ ହ୍ରାସ ଯୋଗୁଁ କୋର ସେକ୍ଟରର 8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନ ନଭେମ୍ବର ମାସରେ କମିଛି। ଏହାକୁ ମିଶାଇ ଲଗାତାର 4 ମାସ ଧରି ଏହି ସେକ୍ଟରର ଉତ୍ପାଦନ ଖସିଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.