ETV Bharat / business

ଅନଲକ ପରେ ବଢିଛି ଭାରତରେ କମ୍ପାନୀ ପଞ୍ଜିକରଣ ସଂଖ୍ୟା - ଅନଲକ ପରେ କମ୍ପାନୀ ସ୍ଥାପନ

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ 2019 ଅକ୍ଟୋବର ମାସରେ 9,933 ତୁଳନାରେ ଏ ବର୍ଷ ଅକ୍ଟୋବର ମାସରେ 16,607 କମ୍ପାନୀ ସ୍ଥାପିତ ହୋଇଛି । ବିଶେଷ କରି 2020 ଜୁଲାଇ ଓ ଅକ୍ଟୋବର ମଧ୍ୟରେ ଅନଲକ ପର୍ଯ୍ୟାୟରେ ପ୍ରତି ମାସ 16,000ରୁ ଅଧିକ କମ୍ପାନୀ ହୋଇଛି । ଅଧିକ ପଢନ୍ତୁ..

ଅନଲକ ପରେ ବଢିଛି ଭାରତରେ  କମ୍ପାନୀ ପଞ୍ଜିକରଣ ସଂଖ୍ୟା

author img

By

Published : Dec 26, 2020, 6:52 PM IST

ବିଜନେସ ଡେସ୍କ, ଇଟିଭି ଭାରତ: କୋରୋନା ଭାଇରସ ପ୍ରତିହିତ ପାଇଁ ଲାଗୁ ଲକଡାଉନ ହଟିବା ପରେ ଭାରତୀୟ ଉଦ୍ୟୋଗର ପୁନରୁଦ୍ଧାର ସଙ୍କେତ ମିଳିଛି । 2020 ଅକ୍ଟୋବର ମାସରେ ନୂଆ କମ୍ପାନୀର ପଞ୍ଜିକରଣ 7 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ 2019 ଅକ୍ଟୋବର ମାସରେ 9,933 ତୁଳନାର ଏ ବର୍ଷ ଅକ୍ଟୋବର ମାସରେ 16,607 କମ୍ପାନୀ ସ୍ଥାପିତ ହୋଇଛି । ବିଶେଷ କରି 2020 ଜୁଲାଇ ଓ ଅକ୍ଟୋବର ମଧ୍ୟରେ ଅନଲକ ପର୍ଯ୍ୟାୟରେ ପ୍ରତି ମାସ 16,000ରୁ ଅଧିକ କମ୍ପାନୀ ହୋଇଛି ।

ପ୍ରକାଶ ଯେ, ଜାନୁଆରୀ ଓ ଫେବୃଆରୀରେ ପଞ୍ଜିକୃତ କମ୍ପାନୀ ସଂଖ୍ୟା କ୍ରମଶଃ 12,749 ଓ 10,429 ଥିଲା । ସେପଟେ ଲକଡାଉନ ପ୍ରତିବନ୍ଧକ ଯୋଗୁଁ ମାର୍ଚ୍ଚରେ 5,788 ଓ ପୁଣି ଏପ୍ରିଲରେ 3,209 କମ୍ପାନୀର ପଞ୍ଜିକରଣ ହୋଇଛି ।

କିନ୍ତୁ ପୁଣି ଜୁଲାଇ ଅନଲକ ପର୍ଯ୍ୟାୟ ଆରମ୍ଭ ସହ ପଞ୍ଜିକରଣ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି । ଏହା ବ୍ୟତୀତ ଏହି ମାସ ମଧ୍ୟରେ ସ୍ବାଭାବିକ ଠାରୁ ଅଧିକ ସଂଖ୍ୟାରେ ନୂଆ ବିନିର୍ମାଣ କମ୍ପାନୀ ସାମ୍ନାକୁ ଆସିଛନ୍ତି । ତଥ୍ୟରୁ ଜଣାପଡିଛି କି ଅକ୍ଟୋବରରେ ପଞ୍ଜିକୃତ ନୂଆ କମ୍ପାନୀରେ ବିନିର୍ମାଣ କ୍ଷେତ୍ରର ଭାଗ 22% ଥିଲା । ଯେତେବେଳେ କି ବ୍ୟବସାୟିକ ସେବା କ୍ଷେତ୍ରର କମ୍ପାନୀର ଭାଗୀଦାରୀ 28 ପ୍ରତିଶତ ଥିଲା ।

ବର୍ତ୍ତମାନ ଦେଶରେ ବ୍ୟବସାୟିକ ସେବା କମ୍ପାନୀର ମୋଟ ଭାଗୀଦାରୀ 32 ପ୍ରତିଶତ ଅଛି । ଆଉ ବିନିର୍ମାଣ କମ୍ପାନୀ ସଂଖ୍ୟା 20 ପ୍ରତିଶତ ରହିଛି ।

ବିଶେଷଜ୍ଞଙ୍କ ଅନୁସାରେ , ତଥ୍ୟ ରହିଛି କି ନୂଆ ବିନିର୍ମାଣ କମ୍ପାନୀ କେବଳ 15 ପ୍ରତିଶତ କର୍ପୋରେଟ କର ଅଧୀନରେ ଅଛନ୍ତି । ଏହି କ୍ଷେତ୍ରରେ ଅଧିକ ଉଦ୍ୟୋଗପତିଙ୍କୁ ଆକୃଷ୍ଟ ହୁଅନ୍ତି ।

ଭାରତରେ ବ୍ୟବସାୟ ସ୍ଥାପନ କରିବା ପାଇଁ ବିଦେଶୀ କମ୍ପାନୀକୁ ଆମନ୍ତ୍ରଣ କରିବା ବ୍ୟତୀତ ଏହି ଯୋଜନାର ଉଦ୍ଦେଶ୍ୟ ସ୍ଥାନୀୟ କମ୍ପାନୀକୁ ବର୍ତ୍ତମାନ ବିନିର୍ମାଣ ୟୁନିଟ ସ୍ଥାପନ କରିବା ବା ବିସ୍ତାର କରିବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ଅଛି । ପରେ ନଭେମ୍ବରରେ କେନ୍ଦ୍ର ସରକାର ଏହି ଯୋଜନାକୁ 10 ଅନ୍ୟ ପ୍ରମୁଖ ବିନିର୍ମାଣ କ୍ଷେତ୍ରରେ ବିସ୍ତାରିତ କରିଛନ୍ତି । କିନ୍ତୁ ଏହାର ପ୍ରଭାବ ଆଗାମୀ ମାସରେ ପଞ୍ଜିକରଣ ଡାଟା ଦେଖାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.