ETV Bharat / business

ଚୀନ ପ୍ରଡକ୍ଟ ପ୍ରେମରେ ଭାରତୀୟ, ଆମାଜନ ଓ ଫ୍ଲିପକାର୍ଟ ସେଲରେ ରେକର୍ଡ ବିକ୍ରି

ଆମାଜନ ଓ ଫ୍ଲିପକାର୍ଟ ସେଲରେ ଚୀନ ସାମଗ୍ରୀର ନୂଆ ରେକର୍ଡ । ଗୋଟିଏ ପଟେ ଦେଶରେ ଚୀନ ବିରୋଧ ନିଆଁ ତେଜିଥିବା ବେଳେ ଅନ୍ୟ ପଟେ ଚାଇନା ପ୍ରଡକ୍ଟ କ୍ରୟ ବଢିଚାଲିଛି । ମାତ୍ର କେଇ ମିନଟରେ ଆଉଟ ଅଫ ଷ୍ଟକ ଚୀନ ପ୍ରଡକ୍ଟ । ଅଧିକ ପଢନ୍ତୁ..

author img

By

Published : Aug 12, 2020, 4:06 PM IST

ଚୀନ ପ୍ରଡକ୍ଟ ପ୍ରେମରେ ଭାରତୀୟ,  ଆମାଜନ ଓ ଫ୍ଲିପକାର୍ଟ ସେଲରେ ରେକର୍ଡ ବିକ୍ରି
ଚୀନ ପ୍ରଡକ୍ଟ ପ୍ରେମରେ ଭାରତୀୟ, ଆମାଜନ ଓ ଫ୍ଲିପକାର୍ଟ ସେଲରେ ରେକର୍ଡ ବିକ୍ରି

ନୂଆଦିଲ୍ଲୀ: ସୀମାରେ ବିବାଦ ପରେ ଚୀନକୁ ବୟକଟ ପାଇଁ ଅଭିଯାନ ଚାଲିଲା । ଚୀନ ସାମଗ୍ରୀ ବର୍ଜନ ଟ୍ରେଣ୍ଡ ଜୋର ଧରିଲା । ହେଲେ ଏବେ ପୁଣି ସମାନ ସ୍ଥିତି । ଆମାଜନ ପ୍ରାଇମ ଡେ ସେଲ ଏବଂ ଫ୍ଲିପକାର୍ଟର ସ୍ବାଧିନତା ଦିବସ ସେଲରେ ଚୀନ ସାମଗ୍ରୀ ବିକ୍ରି ସଂଖ୍ୟା ରେକର୍ଡ ସୃଷ୍ଟି କରିଛି ।

ଗତ ବର୍ଷ ତୁଳନାର ଏ ବର୍ଷ ଚୀନ ସ୍ମାର୍ଟଫୋନ ଏବଂ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ ବିକ୍ରି ଦୁଇ ଅଙ୍କକୁ ବୃଦ୍ଧି ହୋଇଛି । ଏଭଳି କିଛି ପ୍ରଡକ୍ଟ ଥିଲା ଯାହା ମାତ୍ର କେଇ ମିନଟରେ ଆଉଟ ଅଫ ଷ୍ଟକ ହୋଇଯାଇଥିଲା ।

ନିକଟରେ ୱାନ ପ୍ଲସ ଇଣ୍ଡିଆ କହିଛି କି, ଆମାଜନର 6 ଓ 7 ଅଗଷ୍ଟରେ ଆୟୋଜିତ ପ୍ରାଇମ ଡେ ସେଲ 2020 ରେ ଲାଟେଷ୍ଟ ଲଞ୍ଚ ହୋଇଥିବା ୱାନ ପ୍ଲସ ନର୍ଡ ସ୍ମାର୍ଟଫୋନ ସବୁଠୁ ଅଧିକ ବିକ୍ରି ହୋଇଥିବା ହ୍ୟାଣ୍ଡସେଟ ହୋଇଛି । ସେହିଭଳି ରିୟଲମି ବ୍ରାଣ୍ଡର ୱାୟାର୍ଡ ଇୟରଫୋନ ବେଷ୍ଟ ସେଲର ହୋଇଛି । ଏଥିସହ ସମସ୍ତ ୱାର୍କ ଫ୍ରମ ହୋମ ପ୍ରଡକ୍ଟ ବିକ୍ରି ମଧ୍ୟ ଭଲ ରହିଛି ବୋଲି ଆମାଜନ ଦର୍ଶାଇଛି ।

ରିୟଲମି ଇଣ୍ଡିଆର ମୁଖପାତ୍ର କହିଛନ୍ତି କି, 2 ଟି ପ୍ରମୋସନରେ ସ୍ମାର୍ଟଫୋନ ବିକ୍ରି ବହୁତ ବଢିଛି । ଆମାଜନ ଓ ଫ୍ଲିପକାର୍ଟର ଏହି ବମ୍ପର ସେଲରେ କମ୍ପାନୀ 400 କୋଟି ଟଙ୍କାରପ ଅଧିକ ବ୍ୟବସାୟ କରିଛି ବୋଲି ସେ କହିଛନ୍ତି । ସେହିଭଳି ସାଓମିର ମଧ୍ୟ ପ୍ରବଳ ହ୍ୟାଣ୍ଡସେଟ ବିକ୍ରି ହୋଇଛି । ମିନିଟରେ ଏହାର ସ୍ମାର୍ଟଫୋନ ଆଉଟ ଅଫ ଷ୍ଟକ ହୋଇଯାଇଥିବା ନେଇ କମ୍ପାନୀର ଭାରତ ବ୍ୟବସାୟ ଏମଡି ମନୁ କୁମାର ଟ୍ବିଟ କରି କହିଛନ୍ତି ।

ଏଥିରୁ ବାରି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ଆତ୍ମନିର୍ଭର ଭାରତ ଅଭିଯାନକୁ ଅଣଦେଖା କରି ଭାରତୀୟ ଚୀନ ସାମଗ୍ରୀକୁ କିଭଲି ଆଦରି ନେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.