ETV Bharat / business

ସରକାରଙ୍କୁ ଚିଦାମ୍ବରମଙ୍କ ନିନ୍ଦା, ଆରବିଆଇ ଘୋଷଣାକୁ କଲେ କଟାକ୍ଷ

author img

By

Published : May 23, 2020, 5:05 PM IST

‘‘ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହୁଛନ୍ତି କି ଚାହିଦା ହ୍ରାସ ପାଇଛି । 2020-21 ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ନକରାତ୍ମକ ରହିପାରେ ! ତେବେ କାହିଁକି ସେ ଅର୍ଥବ୍ୟବସ୍ଥାକୁ ପୁଞ୍ଜି ଯୋଗାଉଛନ୍ତି । ’’ ଅଧିକ ପଢନ୍ତୁ..

Chidambaram slams govt
ସରକାରଙ୍କୁ ଚିଦାମ୍ବରମଙ୍କ ନିନ୍ଦା

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ଶନିବାର ଟ୍ବିଟ କରି ଚିଦାମ୍ବରମ ସରକାରଙ୍କ ସହ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ(ଆରଏସଏସ)ଉପରେ ବର୍ଷିଛନ୍ତି ।

Chidambaram slams govt
ଚିଦାମ୍ବରମଙ୍କ ଟ୍ବିଟ

ଚିଦାମ୍ବରମ ଟ୍ବିଟ କରିଛନ୍ତି କି, ‘‘ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହୁଛନ୍ତି କି ଚାହିଦା ହ୍ରାସ ପାଇଛି । 2020-21 ଆର୍ଥିକ ବର୍ଷରେ ଆର୍ଥିକ ଅଭିବୃଦ୍ଧି ନକରାତ୍ମକ ରହିପାରେ ! ତେବେ କାହିଁକି ସେ ଅର୍ଥବ୍ୟବସ୍ଥାକୁ ପୁଞ୍ଜି ଯୋଗାଉଛନ୍ତି । ସେ ସରକାରଙ୍କୁ ସ୍ପଷ୍ଟ କରିଦେବା ଦରକାର କି, ନିଜ ଡ୍ୟୁଟି କରିବା ସହ ରାଜକୋଷୀଯ ଉପାୟ କାଢନ୍ତୁ । ’’

ସେହିଭଳି ଅନ୍ୟ ଏକ ଟ୍ବିଟରେ ସେ ଦର୍ଶାଇଛନ୍ତି କି, ଆରବିଆଇ ବିବୃତ୍ତି ପରେ ବି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ଏକ ପ୍ୟାକେଜ ପାଇଁ ପ୍ରଂଶସା କରୁଛନ୍ତି, ଯାହାକି ଜିଡିପିର 1 ପ୍ରତିଶତରୁ ବି କମର ରାଜକୋଷୀୟ ପ୍ରୋତ୍ସାହନ ଅଟେ । ଆରଏସଏସକୁ ମଧ୍ୟ ଲଜ୍ୟା ଲାଗିବା ଦରକାର କି କିଭଳି ସରକାର ଅର୍ଥବ୍ୟବସ୍ଥାକୁ ନେଗେଟିଭି ବୃଦ୍ଧି ଦର ଆଡକୁ ଠେଲିଦେଇଛନ୍ତି ।

ଶୁକ୍ରବାର ଆରବିଆଇ ରେପୋରେଟ ଦର , ରିଭର୍ସ ରେପୋରେଟ ଦର ହ୍ରାସ ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ଚିଦାମ୍ବରମ ଏଭଳି ଟିପ୍ପଣୀ ରଖିଛନ୍ତି ।

କୋଭିଡ-19 ପ୍ରଭାବରେ ଦେଶର ଅର୍ଥନୀତି ମାନ୍ଦାମୁହାଁ । 40ବର୍ଷରେ ପ୍ରଥମ ଥର ଆର୍ଥିକ ସଙ୍କୁଚନ ସ୍ଥିତି ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.