ETV Bharat / business

ସିଗାରେଟ, ତମାଖୁ ଆଇନରେ ପରିବର୍ତ୍ତନକୁ ବ୍ୟବସାୟୀ ସଂଘର ବିରୋଧ - ତମାଖୁ ପ୍ରଡକ୍ଟ ଆକ୍ଟ

COTPAରେ ପରିବର୍ତ୍ତନ ଦ୍ବାରା ଦ୍ୟ ଓ ପାନୀୟ ସେକ୍ଟର ( food and beverage sector) ଗଭୀର ଭାବେ ପ୍ରଭାବିତ ହେବ । ଏ ନେଇ ଦାବି ରଖିଛି NRAI । ଅଧିକ ପଢନ୍ତୁ..

Changes in COTPA to impact F&B sector: NRAI
ସିଗାରେଟ , ତମାଖୁ ଆଇନରେ ପରିବର୍ତ୍ତନକୁ ବ୍ୟବସାୟୀ ସଂଘର ବିରୋଧ
author img

By

Published : Jan 19, 2021, 8:19 PM IST

ନୂଆଦିଲ୍ଲୀ: ସିଗାରେଟ କିମ୍ବା ଅନ୍ୟ ତମାଖୁ ପ୍ରଡକ୍ଟ ଆକ୍ଟ (COTPA) 2003ରେ କୌଣସି ମଧ୍ୟ ପରିବର୍ତ୍ତନ ଖାଦ୍ୟ ଓ ପାନୀୟ ସେକ୍ଟର ( food and beverage sector) ଗଭୀର ଭାବେ ପ୍ରଭାବିତ ହେବ । ଏ ନେଇ ରେସ୍ତରା କାରବାରୀ ଅଭିଯୋଗ କରିଥିବା ବେଳେ ସମୃକ୍ତ ସଙ୍ଗଠନ ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଏହା ଉପରେ ଗୁରୁତ୍ବ ଦେବାକୁ ଅପିଲ କରିଛନ୍ତି ।

ଶିଳ୍ପ ସଙ୍ଗଠନ ନ୍ୟାସନାଲ ଆସୋସିଏସନ ଅଫ ଇଣ୍ଡିଆ (ଏନଆରଏଆଇ) ଏକ ବିବୃତ୍ତିରେ କହିଛନ୍ତି କି ପ୍ରସ୍ତାବିତ ସଂଶୋଧନ ଦ୍ବାରା କେବଳ ଉପଭୋକ୍ତାଙ୍କୁ ଅସୁବିଧା ଭୋଗିବାକୁ ପଡିବ ନାହିଁ , ବରଂ ଏହା ସମଗ୍ର ଉପଭୋକ୍ତା ଧାରଣା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।

ଏ ନେଇ ଏନଆରଏଆଇ ପ୍ରେସିଡେଣ୍ଟ ଅନୁରାଗ କଟିଆର କହିଛନ୍ତି କି ‘‘ ଆମେ ବୁଝିପାରୁଛୁ କି ଧୂମପାନ ଦ୍ବାରା ଉପୁଜୁଥିବା ସ୍ବାସ୍ତ୍ୟ ସମ୍ବନ୍ଧୀୟ ଚିନ୍ତା ଓ ଧୂପମାନ ଅଭ୍ୟାସ ଉପରେ ରୋକ ଲଗାଇବା ସମ୍ପର୍କରେ ସରକାରଙ୍କ ପ୍ରୟାସକୁ । ହେଲେ ଏହା ଦ୍ବାରା ଆମ ବ୍ୟବସାୟ ଉପରେ ପଡିବାକୁ ଥିବା ପ୍ରଭାବ ନେଇ ବି ଚିନ୍ତିତ ଅଛୁ । ଏହି କ୍ଷେତ୍ରରେ ବାର୍ଷିକ କାରବାର ପ୍ରାୟ 4 ଲକ୍ଷ କୋଟି ଟଙ୍କାର ରହିଛି । ଆଉ ଏହା 70 ଲକ୍ଷରୁ ଅଧିକ ଭାରତୀୟଙ୍କ ପ୍ରତ୍ୟକ୍ଷ ରୋଜଗାର ପ୍ରଦାନ କରିଥାଏ । ସରକାରଙ୍କ ନିଷ୍ପତ୍ତିର ପ୍ରଭାବ ଆମ ବ୍ୟାପର ଉପରେ ଏଭଳି ସମୟରେ ଆସିବାକୁ ଯାଉଛି, ଯେବେ ଆମେ ଆମର ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଗମ୍ଭୀର ସଂଘର୍ଷ କରୁଛୁ ।’’

କଟିଆର କହିଛନ୍ତି କି, ‘‘ ସିଓଟିପିଏରେ ପ୍ରସ୍ତାବିତ ସଂଶୋଧନ ଦ୍ବାରା ଆମର ଉପଭୋକ୍ତାଙ୍କୁ ଅସୁବିଧା ହେବ । ଉପଭୋକ୍ତା ଭାବନାକୁ କ୍ଷତି ପହଞ୍ଚିବ । ଯାହାର ସିଧା ପ୍ରଭାବ ଆମର କାରବାର ଉପରେ ପଡିବ । ଅଧିନିୟମରେ 21 ବର୍ଷର କମ ବ୍ୟକ୍ତିଙ୍କୁ ଖୁଚୁରା ସିଗାରେଟ କିମ୍ବା ତମାଖୁ ଉତ୍ପାଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ଓ ଦୋକାନ ଭିତରେ ବିଜ୍ଞାପନ ଓ ପ୍ରଚାର ଉପରେ ନିୟନ୍ତ୍ରଣ ଭଳି ବ୍ୟବସ୍ଥା କରିବା ପ୍ରସ୍ତାବ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.