ETV Bharat / business

ରାଜ୍ୟ ସରକାରଙ୍କୁ ଆଶ୍ବସ୍ତି: ଖୁବଶୀଘ୍ର ଜିଏସଟି କ୍ଷତିପୂରଣ ଦେବ କେନ୍ଦ୍ର - gst compensation

ମାସ ପରେ ମାସ ଗଡିଚାଲିଛି । ହେଲେ ମିଳୁନି ଜିଏସଟି କ୍ଷତିପୂରଣ ବକେୟା । ଏପଟେ କମିଚାଲିଛି ରାଜ୍ୟ ରାଜସ୍ବ । ଏଥିପାଇଁ ବାରମ୍ବାର ବୈଠକ ବି ସରିଲାଣି । ଏଥିପାଇଁ ଟଙ୍କା ଯୋଗାଇବାକୁ ପ୍ରସ୍ତୁତ ହେଉଛି କେନ୍ଦ୍ର ।

centre to release another rs 35000 crore compensation to states soon
ଆଶ୍ବସ୍ତି, ଶୀଘ୍ର ରାଜ୍ୟକୁ ମିଳିବ ଜିଏସଟି କ୍ଷତିପୂରଣ
author img

By

Published : Feb 10, 2020, 5:23 PM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର(ଜିଏସଟି) ଲାଗୁ ପରଠୁ ରାଜ୍ୟ ରାଜସ୍ବ ହ୍ରାସ ପାଇଚାଲିଛି । ଏଥିଯୋଗୁଁ କ୍ଷତି ମଧ୍ୟ ବଢୁଛି । ଏହାର ଭରଣ ପାଇଁ କେନ୍ଦ୍ର ସରକାର ଶୀଘ୍ର 35,000 କୋଟି ଟଙ୍କା ଜାରି କରିବେ । ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଜିଏସଟି କ୍ଷତିପୂରଣ ଆଇନ 2017 ବ୍ୟବସ୍ଥା ଅନୁଯାୟୀ, ରାଜ୍ୟଗୁଡ଼ିକର ଜିଏସଟି ଆଦାୟ 14 ପ୍ରତିଶତରୁ କମ ରହିଲେ ରାଜ୍ୟକୁ କେନ୍ଦ୍ର ସରକାର 5 ବର୍ଷ ପାଇଁ କ୍ଷତିପୂରଣ ପ୍ରଦାନ କରିବେ । ଏହା ଅନ୍ତର୍ଗତ 2022 ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଏହି କ୍ଷତିପୂରଣ ଦେବେ । ପ୍ରତି 2 ମାସରେ ଥରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା ରହିଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2017-18, 2018-19 ଏବଂ ଚଳିତ ଆର୍ଥିକ ବର୍ଷ(2020-21)ର ପ୍ରଥମ 4 ମାସ କ୍ଷତିପୂରଣକୁ ନେଇ କୌଣସି ବିବାଦ ଉପୁଜିନଥିଲା । ହେଲେ ଉପକରରୁ ମିଳୁଥିବା ରାଜସ୍ବ କମ ଥିବାରୁ କେନ୍ଦ୍ର ସରକାର ଅଗଷ୍ଟରୁ ରାଜ୍ୟକୁ କ୍ଷତିପୂରଣ ହସ୍ତାନ୍ତରଣରେ ଲଗାମ କଷିଦେଇଛନ୍ତି । ଏହା ପରଠୁ କେନ୍ଦ୍ର ଆଗରେ ରାଜ୍ୟ ତାର ସମସ୍ୟା ଉଠାଇବା ଆରମ୍ଭ କରିଦେଇଛି । ଏ ନେଇ ବିଚାର କରି କେନ୍ଦ୍ର ସରକାର ଅଗଷ୍ଟ-ସେପ୍ଟେମ୍ବର ପାଇଁ 2019 ଡିସେମ୍ବରରେ 35,298 କୋଟି ଟଙ୍କା ଜାରି କରିଥିଲେ । ଆଗକୁ ମଧ୍ୟ ସିଏଫଆଇରୁ କ୍ଷତିପୂରଣ ବାବଦରେ 2ଟି ପର୍ଯ୍ୟାୟରେ 35,000 କୋଟି ଟଙ୍କାର ଆଉ ଏକ କିସ୍ତି ଜାରି କରିବେ ।

Intro:Body:

SDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.