ETV Bharat / business

କେନ୍ଦ୍ର କରରୁ ରାଜ୍ୟକୁ ମିଳିଲା 46,039 କୋଟି ଟଙ୍କା - କେନ୍ଦ୍ର ଦେଲା ରାଜ୍ୟକୁ ଅର୍ଥ

କେନ୍ଦ୍ର କର ଓ ଶୁଳ୍କରୁ ରାଜ୍ୟକୁ 46,039 କୋଟି ଟଙ୍କା ଦେବାକୁ ମଞ୍ଜୁରୀ ଦେଇଛି ଅର୍ଥମନ୍ତ୍ରାଳଯ । ସେହିପରି ଦ୍ରବ୍ୟ ସେବା କର(ଜିଏସଟି) କ୍ଷତିପୂରଣ ବାବଦରେ ରାଜ୍ୟକୁ 15,340 ଜାରି କରାଯାଇଛି । ଅଧିକ ପଢନ୍ତୁ..

Centre Sanctions Rs 46,038.70 Crore as States Shares in Taxes for May
କେନ୍ଦ୍ର କରରୁ ରାଜ୍ୟକୁ ମିଳିଲା 46,039 କୋଟି ଟଙ୍କା
author img

By

Published : May 20, 2020, 11:12 PM IST

ନୂଆଦିଲ୍ଲୀ: ମେ ମାସ କିସ୍ତି ବାବଦରେ କେନ୍ଦ୍ର କର ଓ ଶୁଳ୍କରୁ ରାଜ୍ୟକୁ 46,038.70 କୋଟି ଟଙ୍କା ମିଳିବ । ଏ ନେଇ ବୁଧବାର ମଞ୍ଜୁରୀ ଦେଇଛି ଅର୍ଥମନ୍ତ୍ରାଳୟ । ସେହିପରି ରିପୋର୍ଟ ଅନୁସାରେ ଚଳିତ ବର୍ଷର ଏବେ ସୁଦ୍ଧା ଦ୍ରବ୍ୟ ସେବା କର(ଜିଏସଟି) କ୍ଷତିପୂରଣ ବାବଦରେ ରାଜ୍ୟକୁ 15,340 ଜାରି କରାଯାଇଛି ।

ଅର୍ଥମନ୍ତ୍ରାଳୟ ଏକ ଟ୍ବିଟ କରି କହିଛି ଯେ, ‘‘ମେ ମାସ ପାଇଁ ରାଜ୍ୟର ଭାଗ ଜାରି କରାଯାଇଥିବା କିସ୍ତି ଏପ୍ରିଲ ମାସ ସହ ସମାନ । ଏହାର ଗଣନା ସରକାରଙ୍କ ବର୍ତ୍ତମାନର ବାସ୍ତବ ପ୍ରାପ୍ତି ଆଧାର ଉପରେ ନୁହେଁ ବରଂ 2020-21 ବଜେଟ ଅନୁମାନ ଆଧାରରେ କରାଯାଇଛି ।’’

ଏଥିରେ କୁହାଯାଇଛି ଯେ, କୋରୋନା ଭାଇରସ ସଂକ୍ରମଣକୁ ରୋକିବା ସହ ଏହି ଲଢେଇରେ ରାଜ୍ୟ ରାଜସ୍ବ ରକ୍ଷା କରିବା ଓ ସେମାନଙ୍କ ନଗଦ ଅଭାବକୁ ପୂରଣ କରିବା କେନ୍ଦ୍ରର ବଡ ଲକ୍ଷ୍ୟ ।

ତେବେ ଅର୍ଥମନ୍ତ୍ରାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟର ଜିଏସଟି କ୍ଷତିପୂରଣ ଦେଖିବାକୁ ଗଲେ 2019-21 ଆର୍ଥିକ ବର୍ଷରେ 2019 ନଭେମ୍ବର ସୁଦ୍ଧା 1,20,498 କୋଟି ଟଙ୍କା ଜାରି କରାଯାଇଛି । ଯେତେବେଳେ କି ଏହା ପୂର୍ବ ବର୍ଷ 2018-19ର ପୂରା ବର୍ଷରେ 69,275 କୋଟି ଓ 2017-18ରେ 41,146 କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଇଛି । 2017 ଜୁଲାଇ ପହିଲାରୁ ଜିଏସଟି ନିୟମ ଲାଗୁ କରାଯାଇଛି ।

ଚଳିତ ବର୍ଷର ବଜେଟରେ କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡିକର ଅଂଶ 7.84 ଲକ୍ଷ କୋଟି ଟଙ୍କା ରହିବା ବୋଲି ଆକଳନ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.