ETV Bharat / business

ଆତ୍ମନିର୍ଭର ଭାରତ ପ୍ୟକେଜ, ବଢିଲା ରାଜ୍ୟର ଋଣ ସୀମା - ବଢିଲା ରାଜ୍ୟର ଋଣ ସୀମା

ରାଜ୍ୟକୁ କେନ୍ଦ୍ରର ଅତିରିକ୍ତ ସହଯୋଗ ଘୋଷଣା । ଋଣ ଉଠାଣ ସୀମା ବଢାଇଲେ ସରକାର । ଆତ୍ମନିର୍ଭର ଭାରତ ପ୍ୟକେଜ ଘୋଷଣା ସହ ରାଜ୍ୟକୁ ଜିଡିପିର 5 ପ୍ରତିଶତ ଋଣ ବଜାରରୁ ଏକତ୍ର ପାଇଁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ..

Centre raises borrowing limit of states from 3% of GSDP to 5% in FY21
ଜିଡିପିର 5 ପ୍ରତିଶତ ଋଣ ଉଠାଇପାରିବ ରାଜ୍ୟ
author img

By

Published : May 17, 2020, 5:59 PM IST

ନୂଆଦିଲ୍ଲୀ: କୋଭିଡ-19 ମୁକାବିଲା ପାଇଁ ରାଜ୍ୟକୁ ବୁଷ୍ଟର ଦେବାକୁ କେନ୍ଦ୍ର ସରକାର ଋଣ ସୀମାକୁ ବଢାଇନ୍ତି । 2020-21 ଆର୍ଥିକ ବର୍ଷ ପାଇଁ ରାଜ୍ୟ ନିଜ ମୋଟ ଘରୋଇ ଉତ୍ପାଦ(ଜିଡିପି)ର 5 ପ୍ରତିଶତ ଋଣ ଉଠାଇପାରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ଏବେ ସୁଦ୍ଧା ରାଜ୍ୟ କେବଳ ଜିଡିପିର 3 ପ୍ରତିଶତ ବଜାରରୁ ଋଣ ନେଇପାରୁଥିଲା । ହେଲେ ଏବେ କେନ୍ଦ୍ରର ଏହି ପଦକ୍ଷେପ ଦ୍ବାରା ରାଜ୍ୟକୁ 4.28 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଧନ ଉପଲବ୍ଧ ହେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ପ୍ୟାକେଜର ଘୋଷଣାର ପଞ୍ଚମ ତଥା ଶେଷ ଦିନରେ କହିଛନ୍ତି ଯେ, କେନ୍ଦ୍ର ବାସ୍ତବ ରାଜ୍ୟସଂଗ୍ରହ ବଜେଟ ଅନୁମାନଙ୍କୁ ବହୁତ କମ କରିବା ପରେ ଏପ୍ରିଲରେ ଟିକସରୁ ମିଳିଥିବା ରାଶିରୁ 46,038 କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିଛି।

ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପାଖରେ ସମ୍ବଳ ଅଭାବ ସତ୍ତ୍ବେ ରାଜ୍ୟମାନଙ୍କୁ ଏପ୍ରିଲ ଏବଂ ମେ ମାସରେ ମୋଟ 12,390 କୋଟି ଟଙ୍କା ରାଜସ୍ୱ ନିଅଣ୍ଟ ଅନୁଦାନ ଦିଆଥିଲା। ଏହା ବ୍ୟତିତ ଏପ୍ରିଲର ପ୍ରଥମ ସପ୍ତାହରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)କୁ ଅଗ୍ରିମ 11,092 କୋଟି ଟଙ୍କା ଟଙ୍କା ଦିଆଯାଇଥିଲା ।

ଅର୍ଥମନ୍ତ୍ରୀ ଜଣେଇଛନ୍ତି କି, କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ଆରବିଆଇ ରାଜ୍ୟଗୁଡିକ ପାଇଁ ଋଣ ଏକତ୍ର ଉପାୟ ରେ 60 ପ୍ରତିଶତ ବୃଦ୍ଧି କରିଛି । ଏହା ବ୍ୟତିତ 1 ମାସରେ କ୍ରମାଗତ ଭାବରେ ଓଭରଡ୍ରାଫ୍ଟର ସ୍ଥିତି 14 ଦିନରୁ ବଢାଇ 21 ଦିନ ପର୍ଯ୍ୟନ୍ତ ରଖିବାକୁ ଅନୁମତି ଦିଆଯାଇଛି ।

ସେହିଭଳି 1 ତ୍ରୈୟମାସରେ ଓଭରଡ୍ରାଫ୍ଟ ସ୍ଥିତି ସମୁଦାୟ 32 ଦିନ ପରିବର୍ତ୍ତେ 50 ଦିନ ରଖିବା ପାଇଁ ଦିଆଯାଇଛି। 2020-21 ମଧ୍ୟରେ ରାଜ୍ୟଗୁଡିକ ପାଇଁ ଋଣ ଉଠାଣ ସୀମା ମୋଟ 6.41 ଲକ୍ଷ କୋଟି (ମୋଟ ଘରୋଇ ଉତ୍ପାଦର ତିନି ପ୍ରତିଶତ) ନେଇ ପୂର୍ବରୁ ଅନୁମୋଦନ ଦିଆଯାଇଥିଲା । ତେବେ ରାଜ୍ୟଗୁଡିକ ଏପର୍ଯ୍ୟନ୍ତ ଅଧିକୃତ ସୀମାର ମାତ୍ର 14 ପ୍ରତିଶତ ଋଣ ନେଇଥିବା ବେଳେ ବାକି 86 ପ୍ରତିଶତ ପର୍ଯ୍ୟନ୍ତ ବ୍ୟବହାର ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.