ETV Bharat / business

ରାଜସ୍ବ ନିଅଣ୍ଟ ଅନୁଦାନ: 14 ରାଜ୍ୟକୁ 6 ହଜାର କୋଟି ଦେଲା କେନ୍ଦ୍ର

ସରକାର 14 ରାଜ୍ୟକୁ ରାଜସ୍ବ ଘାଟା ଅନୁଦାନ । ନବମ ସମାନ ମାସିକ କିସ୍ତି ଭାବେ 2020 ଡିସେମ୍ବର 9 ରେ 6,195.08 କୋଟି ଟଙ୍କା ଜାରି କରିଛନ୍ତି । ଅଧିକ ପଢନ୍ତୁ..

author img

By

Published : Dec 9, 2020, 9:33 PM IST

ରାଜସ୍ବ ନିଅଣ୍ଟ ଅନୁଦାନ: 14 ରାଜ୍ୟକୁ 6 ହଜାର କୋଟି ଦେଲା କେନ୍ଦ୍ର
ରାଜସ୍ବ ନିଅଣ୍ଟ ଅନୁଦାନ: 14 ରାଜ୍ୟକୁ 6 ହଜାର କୋଟି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ରାଜସ୍ବ ନିଅଣ୍ଟ ଅନୁଦାନର କେନ୍ଦ୍ର ମାସିକ କିସ୍ତି ଭାବରେ 14 ଟି ରାଜ୍ୟକୁ 6,195 କୋଟି ଟଙ୍କା ଜାରୀ କରିଛନ୍ତି । ସଙ୍କଟ ପରବର୍ତ୍ତୀ ଅନୁଦାନ ସ୍ବରୁପ ଏହି ଟଙ୍କା ପ୍ରଦାନ ହୋଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ କାର୍ଯ୍ୟାଳୟ ଟ୍ବିଟ କରି କହିଛି ଯେ, ‘‘ ପଞ୍ଚଦଶ ଆୟୋଗର ଅନ୍ତରୀଣ ସୁପାରିଶ ଆଧାରରେ ସରକାର 14 ରାଜ୍ୟକୁ ସଙ୍କଟ ପର ରାଜସ୍ବ ଘାଟା ଅନୁଦାର 9ମ ସମାନ ମାସିକ କିସ୍ତି ଭାବେ 2020 ଡିସେମ୍ବର 9 ରେ 6,195.08 କୋଟି ଟଙ୍କା ଜାରି କରିଛନ୍ତି ।’’

ଆନ୍ଧ୍ର ପ୍ରଦେଶ, ଆସାମ, ହିମାଞ୍ଚଳ ପ୍ରଦେଶ , କେରଳ , ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ, ତ୍ରିପୁରା , ଉତ୍ତରାଖଣ୍ଡ ଓ ପଶ୍ଚିମ ବଙ୍ଗକୁ ଏହି ଟଙ୍କା ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏତିକି ପରିମାଣର ଟଙ୍କା ଏପ୍ରିଲରୁ ନଭେମ୍ବର ମାସ ଯାଏଁ ଅନୁଦାନ ଭାବେ ଜାରି ହୋଇଛି ।

କେନ୍ଦ୍ର ସରକାରଙ୍କ ପାଇଁ ଅର୍ଥ ଆୟୋଗ ଏକ ପ୍ରଣାଳୀ କରିଛନ୍ତି । ଯାହା ଅଧିନରେ ସେ କେନ୍ଦ୍ରୀୟ କରରେ ରାଜ୍ୟର ଭାଗକୁ ସେମାନଙ୍କ ରାଜସ୍ବ ଘାଟାର ଭରଣ ପାଇଁ ଧନ ଉପଲବ୍ଧ କରୁଛି । ଏହାକୁ ସଙ୍କଟ ପର ରାଜସ୍ବ ଘାଟା ଅନୁଦାନ post-devolution revenue deficit grant) କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.