ETV Bharat / business

ରାଜ୍ୟକୁ ମିଳିବ ଜିଏସଟି କ୍ଷତିପୂରଣ, ପ୍ରତିଶ୍ରୁତି ଦେଲା କେନ୍ଦ୍ର - ରାଜ୍ୟଗୁଡିକୁ ସମ୍ପୂର୍ଣ୍ଣ ଜିଏସଟି କ୍ଷତିପୂରଣ ଦେବାକୁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ

ମହାମାରୀ କାରଣରୁ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ସଂଗ୍ରହରେ ହ୍ରାସ ଯୋଗୁଁ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବେ କେନ୍ଦ୍ର ସରକାର । ଏ ନେଇ ରହିଥିବା ନିୟମ ଓ ଏହାର ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବେ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ।

ରାଜ୍ୟକୁ ମିଳିବ ଜିଏସଟି କ୍ଷତିପୂରଣ , ପ୍ରତିଶ୍ରୁତି ଦେଲା କେନ୍ଦ୍ର

author img

By

Published : Sep 9, 2020, 3:19 PM IST

ନୂଆଦିଲ୍ଲୀ: ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ଯୋଗୁଁ ରାଜ୍ୟ ଗୁଡିକୁ ରାଜସ୍ବ ହରାଇବାକୁ ପଡୁଛି । ଏଥିପାଇଁ ରାଜକୋଷରେ ଦେଖାଦେଇଥିବା ନିଅଣ୍ଟକୁ ଭରଣା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଜିଏସଟି କ୍ଷତିପୂରଣ ନେଇ ରହିଥିବା ନିୟମକୁ ସମ୍ମାନ ଜଣାଇବେ ବୋଲି ସରକାର ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ରାଜ୍ୟକୁ ଜିଏସଟି କ୍ଷତିପୂରଣ ରାଶି ଦେବା ବାବଦରେ କେନ୍ଦ୍ର ପାଖରେ 2.35 ଲକ୍ଷ କୋଟି ଟଙ୍କା ଅଭାବ ଦେଖାଦେବ ବୋଲି ଆକଳନ କରାଯାଇଛି । ହେଲେ ସେଥିରୁ 97,000 କୋଟି ଟଙ୍କା ଶୀଘ୍ର ପ୍ରଦାନ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବାକି ଟଙ୍କା ପାଇଁ ରାଜ୍ୟକୁ 2ଟି ବିକଳ୍ପ ଦିଆଯାଇଥିବାବେଳେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି 2ପକ୍ଷଙ୍କ ସହମତି କ୍ରମେ ଆଗାମୀ ଜିଏସଟି ପରିଷଦ ବୈଠକରେ ନିଆଯିବ ।

ସେପ୍ଟେମ୍ବର 19ରେ ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସଟି କ୍ଷତିପୂରଣ ପ୍ରଦାନ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ଆଗାମୀ ବୈଠକରେ ଏହି ବିବାଦ ସମାଧାନ ହେବ ବୋଲି ଆଶା ରହିଛି । ଅଧିକାରୀ କହିଛନ୍ତି କି, କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଜିଏସଟି କ୍ଷତିପୂରଣ ପ୍ରଦାନ ନେଇ ରହିଥିବା ନିୟମକୁ ସମ୍ମାନ ଜଣାଉଛନ୍ତି ଆଉ ଜଣାଇବେ । ଏଣୁ ରାଜ୍ୟକୁ ସେମାନଙ୍କ ସମସ୍ତ ଜିଏସଟି କ୍ଷତିପୂରଣ ମିଳିବ ।

ପୂର୍ବରୁ ମଧ୍ୟ ଅର୍ଥମନ୍ତ୍ରୀ କହିଥିଲେ କି, ଯେପର୍ଯ୍ୟନ୍ତ ଜିଏସଟି କ୍ଷତିପୂରଣ ପ୍ରଦାନ ଆଇନ 2017 ରହିଛି, ସେବେ ଯାଏଁ ଏହାକୁ ସମ୍ମାନ ଜଣାଇ ରାଜ୍ୟକୁ ଏହା ବାବଦରେ ରାଶି ନିଶ୍ଚିତ ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.