ETV Bharat / business

20 ରାଜ୍ୟକୁ ମିଳିଲା ଋଣ ଉଠାଣ ମଞ୍ଜୁରୀ, ଓଡିଶା ପାଇବ 2858 କୋଟି - ରାଜ୍ୟକୁ ଜିଏସଟି କ୍ଷତିପୂରଣ

ଜିଏସଟି କାର୍ଯ୍ୟରକାରିତା ଯୋଗୁଁ ରାଜ୍ୟଗୁଡିକର ରାଜସ୍ବରେ ହୋଇଥିବା କ୍ଷତିର ପୂରଣ ପାଇଁ କେନ୍ଦ୍ର ପକ୍ଷରୁ 20 ରାଜ୍ୟକୁ ମିଳିଛି ଋଣ ଉଠାଣ ମଞ୍ଜୁରୀ । ଏଥିରେ ଓଡିଶା ମଧ୍ୟ ସାମିଲ ଅଛି ।

20 ରାଜ୍ୟକୁ  ମିଳିଲା ଋଣ ଉଠାଣ ମଞ୍ଜୁରୀ , ଓଡିଶା ପାଇବ 2858 କୋଟି ଟଙ୍କା

author img

By

Published : Oct 14, 2020, 10:01 AM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର ( ଜିଏସଟି) ରାଜସ୍ବ ହ୍ରାସକୁ ପୂରଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ଖୋଲା ବଜାରରୁ 68,825 କୋଟି ଟଙ୍କା ଋଣ ସଂଗ୍ରହ ପାଇଁ ଅର୍ଥମନ୍ତ୍ରଣାଳୟ ଅଧିନ ବ୍ୟୟ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ସାମିଲ ଥିଲାବେଳେ ରାଜ୍ୟକୁ ଖୋଲା ବଜାରରୁ 2858 କୋଟି ଟଙ୍କା ଋଣ ନେବାକୁ ଅନୁମତି ଦିଆଯାଇଛି ।

20 ରାଜ୍ୟକୁ  ମିଳିଲା ଋଣ ଉଠାଣ ମଞ୍ଜୁରୀ
20 ରାଜ୍ୟକୁ ମିଳିଲା ଋଣ ଉଠାଣ ମଞ୍ଜୁରୀ

ତେବେ ଜିଏସଟି କ୍ଷତିପୂରଣ ନେଇ ଅଗଷ୍ଟ ମାସ ଶେଷରେ ହୋଇଥିବା ଜିଏସଟି ବୈଠକରେ କେନ୍ଦ୍ର ସରକାର ରାଜ୍ୟକୁ 2ଟି ବିକଳ୍ପ ଦେଇଥିଲେ । ଗୋଟିଏ ହେଉଛି ଆରବିଆଇର ସ୍ବତନ୍ତ୍ର ଓ୍ବିଣ୍ଡୋ ଜରିଆରେ କ୍ଷତିପୂରଣ ଆକାରରେ ଋଣ ପାଇବେ । ତେବେ ଏହା ଅନ୍ତର୍ଗତ ରହିଥିବା ଋଣ ସୀମା 97 ହଜାର କୋଟି ଟଙ୍କାରୁ ବଢି 1.1 ଲକ୍ଷ କୋଟି ଟଙ୍କା ହୋଇଛି । ଆଉ ଏହି ଋଣ ରାଶି ରାଜ୍ୟର ଖାତାରେ ପ୍ରଦର୍ଶିତ ହେବ ନାହିଁ ।

ଅନ୍ୟଟି ହେଉଛି ଜିଏସଟି ରାଜସ୍ବ ବାବଦରେ ଚଳିତ ବର୍ଷ ହୋଇଥିବା ମୋଟ କ୍ଷତି 2.35 ଲକ୍ଷ କୋଟି ଟଙ୍କା ବଜାରରୁ ଋଣ ଆକାରରେ ନେବେ । ହେଲେ ଏହା ସେମାନଙ୍କ ଖାତାରେ ପ୍ରଦର୍ଶିତ ହେବ । ଆଉ ଏହା ଅଧିନରେ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟରେ ଓଡିଶା, ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜୁରାଟ, ହରିୟାଣା , ହିମାଞ୍ଚଳ ପ୍ରଦେଶ , କର୍ଣ୍ଣାଟକ, ମଧ୍ୟପ୍ରଦେଶ , ନାଗାଲାଣ୍ଡ, ତ୍ରିପୁରା, ଉତ୍ତର ପ୍ରଦେଶ, ସିକିମ, ଉତ୍ତରାଖଣ୍ଡ ଆଦି ରାଜ୍ୟ ରହିଛି ।

ତେବେ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟକୁ ଏହା ଅଧିନରେ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର 0.05 ପ୍ରତିଶତ ହିସାବରେ ଅତିରିକ୍ତ ଋଣ ଉଠାଣ ପାଇଁ ମଞ୍ଜୁରୀ ଦିଆଯାଇଛି । ତେବେ ଅଗଷ୍ଟ 28ରେ ଜିଏସଟି ପରିଷଦରେ ଦିଆଯାଇଥିବା 2 ଟି ବିକଳ୍ପରୁ 8 ଟି ରାଜ୍ୟ ଏବେ ସୁଦ୍ଧା କୌଣସି ବିକଳ୍ପ ଚୟନ କରିନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.