ETV Bharat / business

ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ: CBICର 22 ଅଫିସରଙ୍କୁ ବାଧ୍ୟତାମୂଳକ ବିଦାୟ

author img

By

Published : Aug 26, 2019, 1:51 PM IST

ଭ୍ରଷ୍ଟାଚାର ଅଭିଯୋଗରେ ସେଣ୍ଟ୍ରାଲ ବୋର୍ଡ ଅଫ ଇନ ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମର (CBIC) 22 ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଚାକିରିରୁ ଅବସର ଦିଆଯାଇଛି।

ଫଟୋ ସୌଜନ୍ୟ-ଏଏନଆଇ

ନୂଆଦିଲ୍ଲୀ: ଭ୍ରଷ୍ଟାଚାର ବିରୋଧରେ ମୋଦି ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଭ୍ରଷ୍ଟାଚାର ଓ ପେଶାଗତ ଖାମଖିଆଲି ଅଭିଯୋଗରେ ସେଣ୍ଟ୍ରାଲ ବୋର୍ଡ ଅଫ ଇନ- ଡାଇରେକ୍ଟ ଟ୍ୟାକ୍ସ ଆଣ୍ଡ କଷ୍ଟମର (CBIC) 22 ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଚାକିରିରୁ ଅବସର ଦିଆଯାଇଛି ।

ବାଧ୍ୟତାମୂଳ ଚାକିରୀରୁ ବାହାରିଥିବା ଅଧିକାରୀ ସୁପରିଟେଣ୍ଡଣ୍ଟ ସ୍ତରର ବୋଲି ଜଣାପଡିଛି । ନିଜ ପଦର ଅପବ୍ୟବହାର, ଭ୍ରଷ୍ଟାଚାର ଓ ବେଆଇନ ଭାବେ ଅର୍ଥ ଉପାର୍ଜନ ଭଳି ଅଭିଯୋଗ ରହିଥିଲା । ଏନେଇ ସିବିଆଇ ସ୍ମାନନରେ ଏହି ଅଧିକାରୀ ରହିଥିଲେ । ତଦନ୍ତ ପରେ ପ୍ରମାଣ ଆଧାରରେ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହା ପୂର୍ବରୁ ଅର୍ଥମନ୍ତ୍ରାଣଳୟ 27 IRS(ଭାରତୀୟ ରାଜସ୍ବ ସେବା) ଅଧିକାରୀଙ୍କୁ ଏଭଳି ବାଧ୍ୟତାମୂଳକ ଭାବେ ଅବସର ଦେଇଥିଲେ । ଯେଉଁଥିରେ 12 ଜଣ କେବଳ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଥିଲେ।

Intro:Body:Conclusion:

For All Latest Updates

TAGGED:

CBIC
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.