ETV Bharat / business

ୟେସ ବ୍ୟାଙ୍କ ମାମଲା , ସିବିଆଇ ହେପାଜତରେ କପିଲ ଓ ଧୀରଜ ୱାଧୱାନ

author img

By

Published : Apr 27, 2020, 11:43 PM IST

ସିବିଆଇ ହେପାଜତରେ ଡିଟିଏଚଏଫଏଲ ଦୁଇ ପ୍ରତିଷ୍ଠାତା କପିଲ ୱାଧୱାନ ଓ ଧୀରଜ ୱାଧୱାନ । ୟେସ ବ୍ୟାଙ୍କ ମାମଲାରେ ସୋମବାର ଏକ ସ୍ବତନ୍ତ୍ର ଅଦାଲତ ଉଭଯଙ୍କୁ ସିବିଆଇ ହେପାଜତକୁ ପଠାଯାଇଛି । ଅଧିକ ପଢନ୍ତୁ..

CBI gets custody of Kapil and Dheeraj Wadhawan till April 29
ସିବିଆଇ ହେପାଜତରେ କପିଲ ଓ ଧୀରଜ ୱାଧୱାନ

ମୁମ୍ବାଇ: ଏପ୍ରିଲ 29 ଯାଏଁ ସିବିଆଇ ହେପାଜତରେ ଡିଟିଏଚଏଫଏଲ ଦୁଇ ପ୍ରତିଷ୍ଠାତା କପିଲ ୱାଧୱାନ ଓ ଧୀରଜ ୱାଧୱାନ । ୟେସ ବ୍ୟାଙ୍କ ମାମଲାରେ ସୋମବାର ଏକ ସ୍ବତନ୍ତ୍ର ଅଦାଲତ ଉଭଯଙ୍କୁ ସିବିଆଇ ହେପାଜତକୁ ପଠାଯାଇଛି । ରବିବାର 2 ଜଣଙ୍କୁ ମହାବଳେଶ୍ବର ଏକ ସଙ୍ଗରୋଧ କେନ୍ଦ୍ରରୁ ସେମାନଙ୍କୁ ଗିରଫ କରାଯାଇଥିଲା ।

ସେମାନଙ୍କୁ ଏହି ମାମଲାରେ ପାଖାପାଖୀ 50 ଦିନ ପୂର୍ବରୁ ସେମାନଙ୍କ ନାଁକୁ ନାମିତ କରାଯାଇଥିଲା । ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ମଧ୍ୟ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅଛନ୍ତି ।

ସିବିଆଇ ଅନୁସାରେ 62 ବର୍ଷୀୟ ରାଣା କପୁର କପିଲ ୱଧୱାନଙ୍କ ସହ ମିଶି ୟେସ ବ୍ୟାଙ୍କ ଜରିଆରେ ଡିଟିଏଚଏଫଏଲକୁ ଆର୍ଥିକ ସହାୟକା ଦେବା ପାଇଁ ଏଖ ଅପରାଧିକ ଷଡଯନ୍ତ୍ର ରଖିଥିଲେ । ଯାହା ବଦଳରେ ରାଣା କପୁର ଓ ତାଙ୍କ ପରିବାରକୁ ଲାଭ ମିଳିଥିଲା ।

ପ୍ରକାଶ ଯେ, ମାର୍ଚ୍ଚ 16ରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପକ୍ଷରୁ ଉଭୟଙ୍କୁ ନୋଟିସ ଜାରି କରାଯାଇଥିଲା । ହେଲେ କୋଭିଡ-19କୁ କାରଣ ଦର୍ଶାଇ ସେମାନେ ହାଜର ହେବାକୁ ମନା କରିଦେଇଥିଲେ । ପରେ ପୁଣି ଦୁଇ ଜଣଙ୍କ ବିରୋଧରେ ସିବିଆଇ ସ୍ବତନ୍ତ୍ର ଅଦାଲତରେ ଜାମିନ ବିହୀନ ପରୱାନା ଜାରି କରିଥିଲେ ବି ସେମାନେ ହାଜର ହୋଇନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.