ETV Bharat / business

ଲୋନ ମୋରାଟୋରିୟମ ମାମଲା: ସମ୍ପୁର୍ଣ୍ଣ ସୁଧ ଛାଡ ସମ୍ଭବ ନୁହେଁ

author img

By

Published : Mar 23, 2021, 5:12 PM IST

ଲୋନ ମୋରାଟୋରିୟମ ମାମଲା ଉପରେ ସୁପ୍ରିମକୋର୍ଟର ନିଷ୍ପତ୍ତି । କୋଭିଡ-19 ଲକଡାଉନ କାଳରେ ଲାଗୁ ହୋଇଥିବା ଋଣ କିସ୍ତି ସ୍ଥଗିତାଦେଶ ଅବଧି ପାଇଁ ସମ୍ପୁର୍ଣ୍ଣ ରୂପେ ଛାଡ ହେବନି ସୁଧ । ଅଧିକ ପଢନ୍ତୁ..

Cant extend loan moratorium period beyond August 31, 2020, says Supreme Court

ନୂଆଦିଲ୍ଲୀ: 6 ମାସର ଲୋନ ମୋରାଟୋରିୟମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । କୋଭିଡ-19 ଲକଡାଉନ କାଳରେ ଲାଗୁ ହୋଇଥିବା ଋଣ କିସ୍ତି ସ୍ଥଗିତାଦେଶ ଅବଧି ପାଇଁ ସମ୍ପୁର୍ଣ୍ଣ ରୂପେ ଛାଡ ହେବନି ସୁଧ । ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତିରେ ରିଅଲ ଇଷ୍ଟେଟ ଓ ବିଦ୍ୟୁତ କ୍ଷେତ୍ର ସମେତ ବିଭିନ୍ନ କମର୍ସିଆଲ ସଙ୍ଗଠନକୁ ଲାଗିଛି ଝଟକା ।

ମୋରାଟୋରିୟମ ଅବଧିର ସମ୍ପୁର୍ଣ୍ଣ ସୁଧ ଛାଡ କରିବା ସହ ଅନ୍ୟାନ ଉପଶମ ଦେବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଥିଲା । ଏ ନେଇ ଶୁଣାଣି କରି ସୁପ୍ରମକୋର୍ଟ ସ୍ପଷ୍ଟ କରିଛନ୍ତି କି , 2020 ଅଗଷ୍ଟ 31 ପରେ ଆଉ ଋଣ କିସ୍ତି ସ୍ଥଗିତାଦେଶ ଅବଧି ବଢିପାରିବ ନାହିଁ । ଏପରିକି ଋଣ ସ୍ଥଗିତାଦେଶ ଅବଧିର ସୁଧ ଛାଡ କରିବାକୁ ସରକାର ଆଉ ବ୍ୟାଙ୍କ ମାନଙ୍କୁ କହିପାରିବେ ନାହିଁ । କାରଣ ସମ୍ପୁର୍ଣ୍ଣ ଭାବେ ସୁଧ ଛାଡ ସମ୍ଭବ ନୁହେଁ ।

କୋର୍ଟ କହିଛନ୍ତି କି , ବାସ କିଛି ଲୋକଙ୍କ ଅସନ୍ତୁଷ୍ଟି ପାଇଁ କୋର୍ଟ ପଲିସିରେ ଦଖଲ ଦେଇପାରିବ ନାହିଁ । ନିଷ୍ପତ୍ତି ଶୁଣାଇ ସୁପ୍ରିମକୋର୍ଟ ଜଷ୍ଟିସ ଏମ ଆର ଶାହ କହିଛନ୍ତି କି ଅନେକ ଯାଚିକାକର୍ତ୍ତା ଚାହାନ୍ତି କି ଲୋନ ମୋରାଟୋରିୟମର ସୁଧ ସମ୍ପୁର୍ଣ୍ଣ ଛାଡ ହେଉ ଓ ସେକ୍ଟର ହିସାବରେ ରିଲିଫ ଦିଆଯାଉ । ଏ ନେଇ ସୁପ୍ରିମକୋର୍ଟ କହିଛନ୍ତି କି ଇକୋନୋମିକ ପଲିସି କଣ ଆଉ ଆର୍ଥିକ ପ୍ୟାକେଜ କଣ ହେବା ଦରକାର , ତାହା ନିର୍ଦ୍ଧାରଣ କରିବା କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କର କାମ ।

ଗତ ବର୍ଷ ନଭେମ୍ବର 27 ରେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ 8 ଟି ବର୍ଗରେ କମ୍ପାଉଣ୍ଡ ସୁଧ ଛାଡ ନିଷ୍ପତ୍ତିକୁ ଉତ୍ତମ ରୂପେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି 8ଟି ଶ୍ରେଣୀଗୁଡ଼ିକ ହେଉଛି - MSME, ଶିକ୍ଷା, ବାସଗୃହ, ଗ୍ରାହକ, କ୍ରେଡିଟ୍ କାର୍ଡ, ଅଟୋ ସେକ୍ଟର, ପର୍ସନାଲ ଏବଂ କଞ୍ଜମ୍ପସନ ।

କୋରୋନା ଭାଇରସ ଲକଡାଉନ ମଧ୍ୟରେ ଆର୍ଥିକ ଗତିବିଧି ବନ୍ଦ ରହିବା ଯୋଗୁଁ ଆରବିଆଇ 3 ମାସ ପର୍ଯ୍ୟନ୍ତ ଋଣ କିସ୍ତି ଉପରେ ରୋକ ଲଗାଇଥିଲା । ପରେ ଲକଡାଉନ ଅବଧି ବଢିବା ସହ ପୁଣି ଋଣ ସ୍ଥଗିତ ଅବଧିକୁ ମଧ୍ୟ 3 ମାସ ବଢାଇ ଅଗଷ୍ଟ 31 ଯାଏଁ କରିବାକୁ ଆରବିଆଇ ଘୋଷଣା କରିଥିଲା । ଅର୍ଥାତ 6 ମାସ ପର୍ଯ୍ୟନ୍ତ ଋଣ କିସ୍ତି ପରିଶୋଧ ନେଇ ଗ୍ରାହକଙ୍କ ଉପରେ ବ୍ୟାଙ୍କ କୌଣସି ପ୍ରକାର ଚାପ ପକାଇପାରିବ ନାହିଁ ।

ପୂର୍ବରୁ ମୋରାଟୋରିୟମ ଅବଧିର ଚକ୍ରବୃଦ୍ଧି ସୁଧ ଛାଡ ନେଇ ଅର୍ଥମନ୍ତ୍ରାଳୟ ଜାରି କରିଥିଲା ଗାଇଡଲାଇନ । 2 କୋଟି ଯାଏଁ ଋଣ ଉପରେ ଛାଡ ହୋଇଛି ଚକ୍ରବୃଦ୍ଧି ସୁଧ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆରବିଆଇ ପକ୍ଷରୁ ଋଣ କିସ୍ତି ସ୍ଥଗିତ ଅଧିନରେ 2 କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ ଯୋଜନାକୁ ଶୀଘ୍ର ଲାଗୁ ନେଇ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ଦିଶାନିର୍ଦ୍ଦେଶ ଆସିଥିଲା । ଆର୍ଥିକ ସେବା ବିଭାଗ ଦ୍ବାରା ଜାରି ଦିଶାନିର୍ଦ୍ଦେଶ ଅନୁସାରେ ଋଣଗ୍ରହୀତା ଏହା ସମ୍ବନ୍ଧିତ ଋଣ ଖାତା ଉପରେ ଏହି ଯୋଜନାର ଲାଭ ନେଇଥିଲେ । ତେବେ ଏହି ଲାଭ 2020 ମାର୍ଚ୍ଚରୁ ଅଗଷ୍ଟ 31 ଅବଧି ପାଇଁ ରହିଛି । ଏହା ଅନୁସାରେ ଯେଉଁ କରଦାତାଙ୍କ ଉପରେ ଫେବୃଆରୀ 29 ସୁଦ୍ଧା ମୋଟ ଋଣ 2 କୋଟି ଟଙ୍କାରୁ ଅଧିକ ନଥିବ, ସେମାନେ ଏହି ଯୋଜନାର ଲାଭ ଉଠାଇପାରିବେ । ଏହି ଯୋଜନା ଅଧିନରେ ଏମଏସଏମଇ , ଶିକ୍ଷା , ଗୃହ, ଦୀର୍ଘ ସ୍ଥାୟୀ ଖାଉଟି ଉତ୍ପାଦ ଋଣ , କ୍ରେଡିଟ କାର୍ଡ ଋଣ , ବ୍ୟକ୍ତିଗତ ଋଣ ଓ ଗାଡି ଋଣ ନେଇଥିବା ଲକ୍ଷାଧିକ ଋଣଗ୍ରହୀତା ଉପକୃତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.