ETV Bharat / business

ଏଣିକି ନୋକିଆ ଫୋନରେ ହେଇପାରିବ କଲ ରେକର୍ଡିଂ

ନୋକିଆ ଫୋନରେ ମିଳିବ ରେକର୍ଡିଂ ସୁବିଧା । ସୋମବାର କମ୍ପାନୀ ଏହି ନୂଆ ଫିଚର ଯୋଡିଛି । ଅଧିକ ପଢନ୍ତୁ...

author img

By

Published : May 18, 2020, 11:21 PM IST

Call recording now available on Nokia phones in India
ଏଣିକି ନୋକିଆ ଫୋନରେ ହେଇପାରିବ କଲ ରେକର୍ଡିଂ

ନୂଆଦିଲ୍ଲୀ: ଭାରତରେ ମଲ୍ଟିପଲ ଆଣ୍ଡ୍ରଏଡ ୱାନ ନୋକିଆ ସ୍ମାର୍ଟଫୋନର ଗୁଗଲ୍ସ ଫୋନ ଆପରେ କଲ ରେକର୍ଡିଂ ସୁବିଧା ଉପଲବ୍ଧ ହେବ । ସୋମବାର ନୋକିଆ ଫୋନ୍ ନିର୍ମାତା ଏଚଏମଡି ଗ୍ଲୋବାଲ ଘୋଷଣା କରିଛି । ଏହି ସୁବିଧା ୟୁଜର୍ସଙ୍କୁ କଲ ରେକର୍ଡ ପାଇଁ ଅନୁମତି ଦେଇଥାଏ । ଯାହା ଦ୍ବାରା ସେମାନେ ଗୁରୁତ୍ବପୂର୍ଣ୍ଣ ସୂଚନାର ରେକର୍ଡ କରିପାରିବେ ।

ଏଚଏମଡି ଗ୍ଲୋବାଲ ମୁଖ୍ୟ ପ୍ରଡକ୍ଟ ଅଫିସର ଜୁହୋ ସରଭିକାଶ(Juho Sarvikas) କହିଛନ୍ତି ଯେ, ଭାରତରେ ଏହି ଫିଚର ନେଇ ସର୍ବଦା ଚାହିଦା ରହିଆସିଛି । ଆଜି ଆମେ ଆଣ୍ଡ୍ରଏଡ ୱାନ ନୋକିଆ ସ୍ମାର୍ଟଫୋନରେ ଏହି ସୁବିଧାକୁ ଯୋଡିଛୁ । ’’

ନୂଆ ଫିଚର ପାଇଁ ୟୁଜର୍ସଙ୍କୁ ପ୍ଲେ ଷ୍ଟୋରରେ ଫୋନ ଆପର ନୂଆ ସଂସ୍କରଣ ପାଇଁ ଅପଡେଟ କରିବାକୁ ହେବ । ନୋକିଆ ସ୍ମାର୍ଟଫୋନରେ ଆଣ୍ଡ୍ରଏଡ10 ର ସପୋର୍ଟ କରିବା ଅନିବାର୍ଯ୍ୟ ଅଟେ ।

ତେବେ ରେକର୍ଡିଂ ପାଇଁ ୟୁଜର୍ସ କଲ ସମୟ ମଧ୍ୟରେ ‘ରେକର୍ଡ’ ବଟନକୁ ପ୍ରେସ କରିବାକୁ ପଡିବ । ପରେ କଲ ସରିବା ପରେ ଯଦି ଆପଣ ରେକର୍ଡିଂ ଶୁଣିବାକୁ ଚାହୁଁଛନ୍ତି ତେବେ ରିସେଣ୍ଟ ଟ୍ୟାବରେ ଯାଆନ୍ତୁ, ସେଠାରେ ଆପଣଙ୍କୁ ନମ୍ବର ସହ ରେକର୍ଡିଂ ମିଳିଯିବ ।

ଭାରତରେ ଉପଲବ୍ଧ ଆଣ୍ଡ୍ରଏଡ୍ ୱାନ୍ ନୋକିଆ ସ୍ମାର୍ଟଫୋନ୍ ମଧ୍ୟରେ ନୋକିଆ 9 PureView, ନୋକିଆ 8.1, ନୋକିଆ 8 ସିରୋକୋ, ନୋକିଆ 7.2, ନୋକିଆ 7.1, ନୋକିଆ 7 ପ୍ଲସ୍, ନୋକିଆ 6.2, ନୋକିଆ 6.1, ନୋକିଆ 6.1 ପ୍ଲସ୍, ନୋକିଆ 4.2, ନୋକିଆ 3.2, ନୋକିଆ ସାମିଲ ରହିଛ । 3.1 ପ୍ଲସ୍, ନୋକିଆ 2.3 ଏବଂ ନୋକିଆ 2.2 ମଧ୍ୟ ଏଥିରେ ରହିଛି।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.