ETV Bharat / business

ପେଟ୍ରୋଲ-ଡିଜେଲରେ ଲାଗିଲା କୃଷି ସେସ, ହ୍ରାସ ଏକ୍ସସାଇଜ ଡ୍ୟୁଟି - ବଜେଟ 2021

ପେଟ୍ରୋଲ ଓ ଡିଜେଲ ଉପରେ ଲାଗିବ କୃଷି ସେସ । ବଜେଟ 2021ରେ ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ..

ପେଟ୍ରୋଲ-ଡିଜେଲରେ ଲାଗିଲା କୃଷି ସେସ, ହ୍ରାସ ଏକ୍ସସାଇଜ ଡ୍ୟୁଟି

author img

By

Published : Feb 1, 2021, 3:42 PM IST

ନୂଆଦିଲ୍ଲୀ: ଲଗାତାର ହୁ ହୁ ହୋଇ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦାମ ସାଧାରଣ ଜନତାଙ୍କୁ ନାକେଦମ କରିଦେଇଛି । ଆଉ ଏଭଳି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟରେ ତେଲ ଉପରେ କୃଷି ସେସ ଲଗାଇ ବଢାଇଛନ୍ତି ଉପଭୋକ୍ତାଙ୍କ ଚିନ୍ତା ।

ତେବେ ଅତିରିକ୍ତ ଟ୍ୟାକ୍ସ ଯୋଗୁଁ ସାଧାରଣ ଉପଭୋକ୍ତାଙ୍କ ଉପରେ ପେଟ୍ରୋଲିୟମ ପ୍ରଡକ୍ଟ ପାଇଁ କୌଣସି ପ୍ରଭାବ ପଡିବ ନାହିଁ । ଡିଜେଲ ଲିଟର ପ୍ରତି 4 ଟଙ୍କା ଓ ପେଟ୍ରୋଲ 2.5 ପଇସା କୃଷି ସେସ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ।

ସେସ ବଢିବା ସହ ସରକାର ଏକ୍ସସାଇଜ ଡ୍ୟୁଟିକୁ ହ୍ରାସ ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ସେସ ଲଗାଇବା ପରେ ବି ଗ୍ରାହକଙ୍କ ଉପରେ ଅଧିକ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଇଛି ।

ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ପେଟ୍ରୋଲ ଡିଜେଲ ଉପରେ ଏଗ୍ରିକଲଚର ଇନଫ୍ରାଷ୍ଟକ୍ଚର ଆଣ୍ଡ ଡେଭଲପେଣ୍ଟ ସେସ (AIDC) ଲଗାଇବା ସହ ବେସିକ ଏକ୍ସସାଇଜ ଡ୍ୟୁଟି ଓ ସ୍ପେଶାଲ ଆଡିସନାଲ ଏକ୍ସସାଇଜ ଡ୍ୟୁଟିକୁ କମ କରି ଦିଆଯାଇଛି । ଏହା ଦ୍ବାରା ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡିବ ନାହିଁ ।

ପେଟ୍ରୋଲ ଡିଜେଲ ବ୍ୟତିତ ମଧ୍ୟ ଅନେକ ବସ୍ତୁ ଉପରେ ଏଗ୍ରିକଲଚର ସେସ ଲଗାଯାଇଛି । ଏଥିରେ ଆଲକହଲ (100 ପ୍ରତିଶତ) ସୁନା ଓ ରୂପ (ବାର ଉପରେ 2.5 ପ୍ରତିଶତ) , କ୍ରୁଡ ପାମ ଅଏଲ (20 ପ୍ରତିଶତ), ସୋୟାବିନ ଓ ସୂର୍ଯ୍ୟମୂଖୀ ତେଲ ସହ ସେଓ ଏବଂ ମଟର ମଧ୍ୟ ସାମିଲ ଅଛି । ଏହି ସେସ ଫେବୃଆରୀ 2 ରୁ ଲାଗୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.