ନୂଆଦିଲ୍ଲୀ: 2022 ସୁଦ୍ଧା କୃଷକଙ୍କ ଆୟକୁ ଦୁଇ ଗୁଣା କରିବାକୁ ଲାଗି ପଡିଛନ୍ତି ସରକାର । ଏହି ପରିକ୍ଷେପ୍ରୀରେ 2021-22 ବଜେଟରେ କୃଷି ଋଣ ଲକ୍ଷ୍ୟକୁ ବଢାଇ ପ୍ରାୟ 19 ଲକ୍ଷ କୋଟି ଟଙ୍କା କରାଯାଇପାରେ । ଏନେଇ ସୂତ୍ର ପକ୍ଷରୁ ସୂଚନା ମିଳିଛି ।
ଆସନ୍ତା ଆର୍ଥିକ ବର୍ଷର ବଜେଟ ଫେବୃଆରୀ ପହିଲାରେ ଆଗତ ହେବ । ଚଳିତ ଆର୍ଥିକ ବର୍ଷ ପାଇଁ ସରକାର କୃଷି ଋଣ ଲକ୍ଷ୍ୟ 15 ଲକ୍ଷ କୋଟି ଟଙ୍କା ରଖିଛନ୍ତି । ତେବେ ତଥ୍ୟ ଅନୁସାରେ ସରକାକ କୃଷି କ୍ଷେତ୍ର ପାଇଁ ପ୍ରତି ବର୍ଷ ଋଣ ଲକ୍ଷ୍ୟକୁ ବଢାଇଥାନ୍ତି । ଆଉ ଏଥର ମଧ୍ୟ 2021-22 ପାଇଁ ଲକ୍ଷ୍ୟକୁ ବଢାଇ ପ୍ରାୟ 19 ଲକ୍ଷ କୋଟି ଟଙ୍କା କରାଯାଇପାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ବଜେଟ ଆଗତ କରି କହିଥିଲେ କି, କୃଷି କ୍ଷେତ୍ରକୁ ଋଣ ଦେବା ମାମଲାରେ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ଓ ସହକାରୀ ବ୍ୟାଙ୍କ ସକ୍ରିୟ ରହିଛନ୍ତି ।
ନାବାର୍ଡ (ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ) ପୁର୍ନବିତ୍ତ (Refinance)ଯୋଜନାକୁ ଆଗକୁ ଆହୁରୀ ବିସ୍ତାର କରାଯିବ । ଆର୍ଥିକ ବର୍ଷ 2020-21 ପାଇଁ କୃଷି ଋଣ ଲକ୍ଷ୍ୟ 15 ଲକ୍ଷ କୋଟି ଟଙ୍କା ରଖାଯାଇଛି ।
ତେବେ କୃଷି ଋଣ ପ୍ରବାହ ବର୍ଷାନୁକ୍ରମକ ବୃଦ୍ଧି ହୋଇଛି । ଯାହା ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା , ଋଣ ବିତରଣ ତା ଠାରୁ ଅଧିକ ରହିଛି । ଉଦାହରଣ ସ୍ବରୂପ 2017-18ରେ କୃଷକଙ୍କୁ 11.68 କୋଟି ଟଙ୍କା ଋଣ ଦିଆଯାଇଛି, ଯେତେବେଳେ କି ଲକ୍ଷ୍ୟ 10 ଲକ୍ଷ କୋଟି ଟଙ୍କା ଥିଲା । ଏଭଳି ଭାବେ 2016-17ରେ 10.66 ଲକ୍ଷ କୋଟି ଟଙ୍କାର ଫସଲ ଋଣ ବଣ୍ଟନ କରାଯାଇଛି । ଯାହାକି 9 ଲକ୍ଷ କୋଟି ଟଙ୍କା ଲକ୍ଷରୁ ବହୁତ ଅଧିକ ।
କୃଷି ଉତ୍ପାଦକୁ ବଢାଇବା ପାଇଁ ଋଣ ଜରୁରୀ । ଆଉ ଯଦି ବିଭିନ୍ନ ସଂସ୍ଥାଗତ ସୂତ୍ରରୁ ଋଣ ସୁଲଭ ଭାବେ ଚାଷୀଙ୍କୁ ମିଳିପାରିବ ତେବେ ଅନ୍ୟ କୌଣସି ଅଣ ସଂସ୍ଥା (ଯେପରିକି ହାତଉଧାରି, ମହାଜନ ଠାରୁ ଗହଣା ବନ୍ଧକ ରଖି ଟଙ୍କା)ରୁ କରଜ କରିବାକୁ ପଡିବନି କି ଶୋଷଣର ଶୀକାର ହେବାକୁ ପଡିବନି । ସାଧାରଣତଃ କୃଷି ଋଣ ଉପରେ ସୁଧ 9 ପ୍ରତିଶତ ରହିଥାଏ, କିନ୍ତୁ ସରକାର ସୁଧ ସହାୟତା ଉପଲବ୍ଧ କରିଥାନ୍ତି, ଯେପରି ଅଳ୍ପକାଳ ପାଇଁ ଚାଷ ଲାଗି ଶସ୍ତା ସୁଧ ହାରରେ ଋଣ ଉପଲବ୍ଧ ହୋଇପାରିବ । ଆଉ କୃଷି ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ ।
ସରକାର କୃଷକଙ୍କୁ 2 ପ୍ରତିଶତ ସୁଧ ସହାୟତା ଉପଲବ୍ଧ କରିଥାନ୍ତି । ଯେପରି ସେମାନଙ୍କୁ ଅଳ୍ପ ଅବଧି ପାଇଁ 3 ଲକ୍ଷ ଟଙ୍କା ଯାଏଁ ଋଣ 7 ପ୍ରତିଶତ ସୁଧରରେ ମିଳିପାରିବ । ଏହା ବ୍ୟତିତ 3 ପ୍ରତିଶତ ସହାୟତା, ସେହି ଚାଷୀଙ୍କୁ ମିଳେ ଯେଉଁମାନେ ଋଣକୁ ସଠିକ ସମୟରେ ପରିଶୋଧ କରିଥାନ୍ତି ।