ETV Bharat / business

କୋରୋନା ଆଲର୍ଟ, କଳାବଜାରୀ ଭୋଗିପାରନ୍ତି 7 ବର୍ଷର ଜେଲ ଦଣ୍ଡ

କୋରୋନା ବଜାରରେ କଳାବଜାରୀ ରୋକିବାକୁ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟନୁଷ୍ଠାନ । ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ବା ଅଧିକା ଦରରେ ବିକ୍ରି କଲେ ଭୋଗିବାକୁ ପଡିବ 7 ବର୍ଷର ଜେଲ ଦଣ୍ଡ । ଅଧିକ ପଢନ୍ତୁ...

black marketing
କୋରୋନା ଆଲର୍ଟ, କଳାବଜାରୀ ଭୋଗିପାରନ୍ତି 7 ବର୍ଷର ଜେଲ ଦଣ୍ଡ
author img

By

Published : Apr 8, 2020, 11:13 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ଜାରି । ଏଭଳି ସମୟରେ ଯଦି ଆବଶ୍ୟକୀୟ ସାମଗ୍ରୀର କଳାବଜାରୀ କେହି କରନ୍ତି ତେବେ 7 ବର୍ଷର ଜେଲ ସାଙ୍ଗକୁ ଭରିବାକୁ ପଡିବ ଜୋରିମାନା ।

ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଣଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆବଶ୍ୟକ ବସ୍ତୁ ଅଧିନିୟମ 1955 ଅଧିନରେ କଳାବଜାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ମୁଖ୍ୟ ସଚିବଙ୍କ ଜାରି ପତ୍ରରେ ଗୃହ ସଚିବ ଅଜୟ କୁମାର ଭଲ୍ଲା କହିଛନ୍ତି ଯେ, ଇଏସି ଅଧିନିୟମ ଅଧିନରେ କଳାବଜାରୀ କରିବା ବା ଅଧିକ ମହଜୁଦ ରଖିବା ଏକ ଅପରାଧ । ଏହାର ପରିଣାମ ସ୍ବରୂପ 7 ବର୍ଷର ଜେଲ ଦଣ୍ଡ ହୋଇପାରେ ।

ଏଥିସହ ଭଲ୍ଲା କହିଛନ୍ତି ଯେ, ‘‘ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆବଶ୍ୟକ ମାର୍କେଟି ଅଧିନିୟମ 1980 ପ୍ରତିରୋଧ ଓ ପ୍ରିଭେନସନ ଅଫ ବ୍ଲାକ ମାର୍କେଟିଂ ଅଧୀନରେ ଅପରାଧୀଙ୍କୁ ହେପାଜତରେ ନେଇ ବିଚାର କରିପାରନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, 1955ର ନିୟମାବଳୀକୁ କାର୍ଯ୍ୟକାରୀ କରି ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧତା ନିଶ୍ଚିତ କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ଏବଂ କେନ୍ଦ୍ର ଅଞ୍ଚଳଗୁଡିକ ପରାମର୍ଶ ଦିଆଯାଇଛି ।

ଷ୍ଟକ ସୀମା ନିର୍ଦ୍ଧାରଣ, ମୂଲ୍ୟର କ୍ୟାପିଙ୍ଗ , ଉତ୍ପାଦନରେ ବୃଦ୍ଧି, ଡିଲରଙ୍କ ଆକାଉଣ୍ଟ ଯାଞ୍ଚ ଏବଂ ଅନ୍ୟାନ୍ୟ କାରବାର ଏହି କାର୍ଯ୍ୟରେ ଅନ୍ତର୍ଭୁକ୍ତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.