ETV Bharat / business

ବିନା ଗ୍ୟାରେଣ୍ଟିରେ MSMEକୁ ଦିଆଯାଇଛି 2.05 ଲକ୍ଷ କୋଟି ଋଣ - ECLGS

ବ୍ୟାଙ୍କ ଏମଏସଏମଇକୁ ବିନା ବନ୍ଧକରେ 2.05 ଲକ୍ଷ କୋଟି ଋଣ ବଣ୍ଟନ କରିଛି । ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ଘୋଷଣା ହୋଇଥିବା 3 ଲକ୍ଷ କୋଟି ଟଙ୍କାର ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (ECLGS)ଅଧିନରେ ଏହି ଋଣ ଦିଆଯାଇଛି । ଅଧିକ ପଢନ୍ତୁ..

ବିନା ଗ୍ୟାରେଣ୍ଟିରେ MSMEକୁ ଦିଆଯାଇଛି2.05 ଲକ୍ଷ କୋଟି ଋଣ

author img

By

Published : Dec 11, 2020, 6:51 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରିଲିଫ ପ୍ୟାକେଜ ଅନ୍ତର୍ଗତ ଘୋଷଣା କରାଯାଇଥିବା ଏମଏସଏମଇକୁ ବିନା ଗ୍ୟାରେଣ୍ଟିରେ 3 ଲକ୍ଷ କୋଟି ଟଙ୍କା ଋଣ ଯୋଜନା ସଫଳ ପଥରେ । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, 81 ଲକ୍ଷ ଆକାଉଣ୍ଟକୁ 2,05,563 କୋଟି ଟଙ୍କା ମଞ୍ଜୁର କରିଛି ବ୍ୟାଙ୍କ ।

କୋରୋନା ଭାଇରସ ଲକଡାଉନ ଯୋଗୁଁ ପ୍ରଭାବିତ ଏମଏସଏମଇକୁ ଆର୍ଥିକ ପ୍ରୋତ୍ସାହନ ପାଇଁ 20 ଲକ୍ଷ କୋଟି ଟଙ୍କା ପ୍ୟାକେଜ ଅଧୀନରେ ଏ ନେଇ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ସ୍କିମ ଅଧିନରେ ଡିସେମ୍ବର 4 ସୁଦ୍ଧା 40 ଲକ୍ଷ ଏମଏସଏମଇ ଆକାଉଣ୍ଟ 1,58,626 କୋଟି ଟଙ୍କା ପାଇଛି । ଏ ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶ ଭାବରେ ସରକାର ଏମଏସଏମଇକୁ 3 ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଦାନ କରିବା ଯୋଜନା ଘୋଷଣା କରିଥିଲେ। ସରକାରଙ୍କ 100 ପ୍ରତିଶତ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (ECLGS) ଅଧୀନରେ ପବ୍ଲିକ ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ଗୁଡିକ ପାଇଁ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଅନୁମୋଦନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.