କୋଲକତା: ମିଶିବ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି), ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ(ଓବିସି) । ଆଉ ଏହି 3 ପ୍ରମୁଖ ବ୍ୟାଙ୍କର ମିଶ୍ରଣ ପରେ ଏକ ନୂଆ ନାମ ଓ ପ୍ରତାକ ଚିହ୍ନ ଘୋଷଣା ହେବ ।
ବ୍ୟାଙ୍କର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ଏହି ନୂଆ ୟୁନିଟ(ବ୍ୟାଙ୍କ ମିଶ୍ରଣ) ଦେଶର ଦ୍ବିତୀୟ ବୃହତ୍ତ ବ୍ୟାଙ୍କ ହେବ । ୟାହାର ମୋଟ ବ୍ୟାପର ଆକାର 18 ଲକ୍ଷ କୋଟି ଟଙ୍କା ହେବ ।
ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ(ୟୁବିଆଇ)ର ଜଣେ ଅଧିକାରୀ ପିଟିଆଇ ଭାଷାକୁ କହିଛନ୍ତି ଯେ, ଏହି ମିଶ୍ରଣ ପରେ ହେବାକୁ ଥିବା ୟୁନିଟର ନୂଆ ନାମ ଓ ପ୍ରତୀକ ଘୋଷଣା ହେବ । 2020 ଏପ୍ରିଲ 1ରୁ ଏହା କାର୍ଯ୍ୟକାରୀ ହେବ ।
ସେ କହିଛନ୍ତି ଯେ, ନୂଆ ବ୍ୟାଙ୍କର ପରିଚୟ ତିଆରି ପାଇଁ ପ୍ରତୀକ ଚିହ୍ନ(ଲୋଗୋ) ବହୁତ ମହତ୍ବପୂର୍ଣ୍ଣ । ଏ ବିଷୟରେ 3 ସାର୍ବଜନିକ ବ୍ୟାଙ୍କରେ ଉଚ୍ଚସ୍ତରୀୟ ଚର୍ଚ୍ଚା ହୋଇଛି । ବ୍ୟାଙ୍କ ପ୍ରକ୍ରିୟାକୁ କାର୍ଯ୍ୟକାରୀ ଓ ତାଳମେଳ ପାଇଁ 34 ସମିତି ତିଆରି ହୋଇଛି ।