ETV Bharat / business

ଶୀଘ୍ର ସାରନ୍ତୁ କାମ, ଲଗାତାର 4 ଦିନ ବନ୍ଦ ରହିବ ବ୍ୟାଙ୍କ !

author img

By

Published : Mar 9, 2021, 8:06 PM IST

ଯଦି ଆପଣଙ୍କ ବ୍ୟାଙ୍କରେ କୌଣସି ଜରୁରୀ କାମ ରହିଛି, ତେବେ ଶୀଘ୍ର ସାରନ୍ତୁ । କାରଣ ଲଗାତାର 4 ଦିନ ବନ୍ଦ ହୋଇପାରେ ବ୍ୟାଙ୍କ । ଅଧିକ ପଢନ୍ତୁ..

ଶୀଘ୍ର ସାରନ୍ତୁ କାମ ଲଗାତାର 4 ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ: ଯଦି ଆପଣଙ୍କ ବ୍ୟାଙ୍କରେ କୌଣସି ଜରୁରୀ କାମ ରହିଛି, ତେବେ ଶୀଘ୍ର ସାରନ୍ତୁ । କାରଣ ଲଗାତାର 4 ଦିନ ବନ୍ଦ ହୋଇପାରେ ବ୍ୟାଙ୍କ ।

ଘରୋଇକରଣକୁ ବିରୋଧ କରି ଆନ୍ଦୋଳକୁ ଓହ୍ଲାଇବେ ବ୍ୟାଙ୍କ ସଙ୍ଗଠନ । ଏ ନେଇ ଦିଆଯାଇଛି 2 ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା । ମାର୍ଚ୍ଚ 15 ଓ 16 ତାରିଖରେ ବ୍ୟାଙ୍କ ବନ୍ଦ କରିବାକୁ ଦିଆଯାଇଛି ଆହ୍ବାନ । ତେବେ ମାର୍ଚ୍ଚ 15 (ସୋମବାର ) ଓ 16 (ମଙ୍ଗଳବାର) ଦୁଇ ଦିନ ବ୍ୟାଙ୍କ ବନ୍ଦ ସମ୍ଭାବନା ରହିଥିଲା ବେଳେ ଏହା ପୂର୍ବ 2 ଦିନ ଅର୍ଥାତ ମାର୍ଚ୍ଚ 14 (ରବିବାର) ଏବଂ ମାର୍ଚ୍ଚ 13 (ଦ୍ବିତୀୟ ଶନିବାର) ମଧ୍ୟ ବନ୍ଦ ରହିବ । ଅର୍ଥାତ ବ୍ୟାଙ୍କ 4 ଦିନ ଧରି ଲଗାତାର ବନ୍ଦ ରହିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କିଛି ଦିନ ତଳେ ଉଲ୍ଲେଖ କରିଥିଲା କି ମାର୍ଚ୍ଚ 2021ରେ ବ୍ୟାଙ୍କିଙ୍ଗ କାର୍ଯ୍ୟ ବନ୍ଦ ରହିବ । ତେବେ ଜଣାଇ ରଖୁଛୁ କି, ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ହୋଇଥାଏ ଏବଂ ସମସ୍ତ ବ୍ୟାଙ୍କିଙ୍ଗ କମ୍ପାନୀଗୁଡିକ ମଧ୍ୟ ପାଳନ କରନ୍ତି ନାହିଁ । ବ୍ୟାଙ୍କ ଛୁଟି ଖାସ କରି ବିଭିନ୍ନ ରାଜ୍ୟର ସ୍ବତନ୍ତ୍ର ପାର୍ବଣ ଅନୁସାରେ ମଧ୍ୟ ସ୍ଥିର ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.