ETV Bharat / business

ମାଇଲଖୁଣ୍ଟ ହାସଲ କଲା PMJDY, 40 କୋଟି ଟପିଲା ଆକାଉଣ୍ଟ ସଂଖ୍ୟା

author img

By

Published : Aug 3, 2020, 4:43 PM IST

ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତ କାର୍ଯ୍ୟକ୍ରମ PMJDY ଅଧୀନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ଯୋଜନା ଅଧୀନରେ ଖୋଲାଯାଇଥିବା ମୋଟ ଆକାଉଣ୍ଟ ସଂଖ୍ୟା 40 କୋଟି ଅତିକ୍ରମ କରିଛି। ଅଧିକ ପଢନ୍ତୁ..

ମାଇଲଖୁଣ୍ଟ ହାସଲ କଲା PMJDY, 40 କୋଟି ଟପିଲା  ଆକାଉଣ୍ଟ ସଂଖ୍ୟା
ମାଇଲଖୁଣ୍ଟ ହାସଲ କଲା PMJDY, 40 କୋଟି ଟପିଲା ଆକାଉଣ୍ଟ ସଂଖ୍ୟା

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY) ଅଧୀନରେ 40 କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା 6 ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା।

ସଦ୍ୟ ରିପୋର୍ଟ ଅନୁସାରେ ଏବେ ସୁଦ୍ଧା 40.05 କୋଟି ଲୋକଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି ଏବଂ ଏହି ଆକାଉଣ୍ଟରେ ଜମା ହୋଇଥିବା ପରିମାଣ 1.30 ଲକ୍ଷ କୋଟି ଅତିକ୍ରମ କରିଛି। ଜନଧନ ଯୋଜନାର ଷଷ୍ଠ ବାର୍ଷିକୀର କିଛି ଦିନ ପୂର୍ବରୁ ଆକାଉଣ୍ଟର ବୃଦ୍ଧିର ଏହି ସଫଳତା ହାସଲ କରାଯାଇଛି । ଏହି ଯୋଜନା 2014 28 ଅଗଷ୍ଟ ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଦେଶର ସମସ୍ତ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ସହିତ ଯୋଡିବା।

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ (ଡିଏଫଏସ) ଏକ ଟ୍ବିଟ ଜରିଆରେ କହିଛି କି , “ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତ କାର୍ଯ୍ୟକ୍ରମ PMJDY ଅଧୀନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ଯୋଜନା ଅଧୀନରେ ଖୋଲାଯାଇଥିବା ମୋଟ ଆକାଉଣ୍ଟ ସଂଖ୍ୟା 40 କୋଟି ଅତିକ୍ରମ କରିଛି।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ସହଜ ଉପାୟରେ ସବୁ ପ୍ରକାରର ଆର୍ଥିକ ସେବା ଯେପରିକି ବ୍ୟାଙ୍କିଙ୍ଗ , ସଞ୍ଚୟ, ଜମାଖାତା , ଟଙ୍କା ଟ୍ରାନ୍ସଫର, ଋଣ , ବୀମା ଓ ପେନସନ ଆଦି ଯୋଗାଇ ଦେବାକୁ ସୁନିଶ୍ଚିତ କରାଯାଇଛି । ଏହି ଯୋଜନା ଅଧିରେ ଖୋଲାଯାଉଥିବା ଜନଧନ ଖାତାର ମୂଳ ସଞ୍ଚୟ ବ୍ୟାଙ୍କ ଖାତା ହିଁ ହୋଇଥାଏ । ଏଥିସହ ରୂପେ କାର୍ଡ ଓ ଆକାଉଣ୍ଟଧାରୀଙ୍କୁ ଓଭରଡ୍ରାଫ୍ଟ ଦେବା ଭଳି ଅତିରିକ୍ତ ସୁବିଧା ପ୍ରଦାନ କରାଯାଏ ।

ଏହି ଆକାଉଣ୍ଟ ପାଇଁ ଆକାଉଣ୍ଟଧାରୀଙ୍କୁ କୌଣସି ସର୍ବନିମ୍ନ ରାଶି ରଖିବା ଆବଶ୍ୟକ ମଧ୍ୟ ନାହିଁ । ଜନ ଧନ ଆକାଉଣ୍ଟଧାରୀଙ୍କ ମଧ୍ୟରୁ 50 ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କୋଭିଡ -19 ସଙ୍କଟରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର 3 ସମାନ ମାସିକ କିସ୍ତିରେ 1,500 ଟଙ୍କା ଜମା କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.