ନୂଆଦିଲ୍ଲୀ: ଲକଡାଉନରେ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି ମୋଟରସାଇକଲେ ଉତ୍ପାଦନକାରୀ କମ୍ପାନୀ । ଭାରତର ସର୍ବବୃହତ ମୋଟର ସାଇକେଲ ରପ୍ତାନିକାରୀ ତଥା ଅଗ୍ରଣୀ ଦୁଇ ଚକିଆ ଉତ୍ପାଦନକାରୀ ବଜାଜ ଅଟୋ ଲିମିଟେଡ ଏପ୍ରିଲ ମାସରେ ନିଜ କର୍ମଚାରୀଙ୍କ ବେତନର 10 ପ୍ରତିଶତ ଟଙ୍କା କାଟିବାକୁ ନିଷ୍ପତ୍ତି ନେଇଥିଲା । ଯାହାକୁ କମ୍ପାନୀ ପ୍ରତ୍ୟାହାର କରି ନେଇଛି ।
କମ୍ପାନୀର ମାନବ ସମ୍ବଳ ବିଭାଗର ଏକ ଚିଠିର ରିପୋର୍ଟ ଅନୁଯାୟୀ, ବଜାଜ ଅଟୋ ଏପ୍ରିଲ 15-30, 2020 ପର୍ଯ୍ୟନ୍ତ ସ୍ୱେଚ୍ଛାକୃତ ମଜୁରୀ ରିହାତିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । କମ୍ପାମୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କମ୍ପାନୀ ଏପରି ନିଷ୍ପତ୍ତି ନେଇଛି ।
ଏନେଇ କମ୍ପାନୀ କହିଛି ଯେ, ଆମେ ଚାହୁଁନୁ ଚୁକ୍ତି ଭିତ୍ତିକ ଶ୍ରମିକଙ୍କ ଗୋଟିଏ ବି ପିଲା ଯେପରି ଭୋକରେ ନ ଶୁଏ । ତେଣୁ ଆମେ ନିଷ୍ପତ୍ତି ନେଇଛୁ ସମସ୍ତ ଚୁକ୍ତି ଭିତ୍ତିକ ଶ୍ରମିକଙ୍କୁ ଏପ୍ରିଲମାସରେ ପୂର୍ଣ୍ଣ ଦରମା ପ୍ରଦାନ କରାଯିବ । ଏହାପରେ ଆଗାମୀ ମେ ମାସରେ ବ୍ୟବସାୟର ସମୀକ୍ଷା କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।