ETV Bharat / business

ଆତ୍ମନିର୍ଭର ଭାରତ ରିପୋର୍ଟ କାର୍ଡ, ଜାଣନ୍ତୁ ପ୍ୟାକେଜ ବଣ୍ଟନର ଅପଡେଟ

ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ଘୋଷଣା ହୋଇଥିବା ବିଭିନ୍ନ ସ୍କିମର କାର୍ଯ୍ୟକାରୀତା କେତେ ଦୂର ଯାଇଛି ତାହାର ରିପୋର୍ଟ ପ୍ରକାଶ କରିଛି ଅର୍ଥ ମନ୍ତ୍ରାଳୟ । ମନ୍ତ୍ରାଳୟ ଅନୁସାରେ 25 ହଜାର କୋଟି ଟଙ୍କା ଚାଷୀଙ୍କୁ ବଣ୍ଟନ ହୋଇଥିଲା ବେଳେ ଏମଏସଏମଇକୁ 1.18 ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ ହୋଇଛି । ଅଧିକ ପଢନ୍ତୁ..

ଆତ୍ମନିର୍ଭର ଭାରତ ରିପୋର୍ଟ କାର୍ଡ , ଜାଣନ୍ତୁ ପ୍ୟାକେଜ ବଣ୍ଟନର ଅପଡେଟ

author img

By

Published : Sep 14, 2020, 1:47 PM IST

ନୂଆଦିଲ୍ଲୀ: କୋଭିଡ-19 ମାଡରେ ଉପୁଜିଥିବା ସଙ୍କଟରୁ ଅର୍ଥନୀତିକୁ ମୁକୁଲାଇବା ପାଇଁ ଗତ ମେ ମାସରେ ସରକାର 20 ଲକ୍ଷ କୋଟ ଟଙ୍କାର ପ୍ରୋତ୍ସାହନ ପ୍ୟାକେଜର ଘୋଷଣା କରିଥିଲେ । ଯାହାକି ଦେଶର ମୋଟ ଉତ୍ପାଦ (ଜିଡିପି)ର 10 ପ୍ରତିଶତ । ଏହି ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ସମସ୍ତ ସେକ୍ଟରକୁ ବୁଷ୍ଟର ଦେବାକୁ ମୋଟା ଅଙ୍କର ବ୍ୟୟବରାଦ ହୋଇଛି । ତେବେ ଏହି ପ୍ୟାକେଜ ଅନ୍ତର୍ଗତ କେଉଁ ସେକ୍ଟରେ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ରଖିଛନ୍ତି ସରକାର ।

ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ଘୋଷଣା ହୋଇଥିବା ବିଭିନ୍ନ ସ୍କିମର କାର୍ଯ୍ୟକାରିତା କେତେ ଦୂର ଯାଇଛି ତାହାର ରିପୋର୍ଟ ପ୍ରକାଶ କରିଛି ଅର୍ଥ ମନ୍ତ୍ରାଳୟ । ମନ୍ତ୍ରାଳୟ ଅନୁସାରେ ଏହି ଅଭିଯାନ ଅଧିନରେ ନାବାର୍ଡ ଜରିଆରେ କୃଷି କାର୍ଯ୍ୟ ପାଇ30,000 କୋଟି ଟଙ୍କା ବଣ୍ଟନ ହୋଇଛି । ଏହା ମାଧ୍ୟମରେ ଅଗଷ୍ଟ 28 ପର୍ଯ୍ୟନ୍ତ ଚାଷୀଙ୍କୁ 25,000 କୋଟି ଦିଆଯାଇଛି । ସ୍ପେଶାଲ୍ ଲିକ୍ୱିଡିଟି ସୁବିଧା (SLF) ଅଧୀନରେ ଅବଶିଷ୍ଟ 5000 କୋଟି ଟଙ୍କା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା କ୍ଷୁଦ୍ର ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଏବଂ NBFC-MFI ପାଇଁ ନାବାର୍ଡକୁ ବଣ୍ଟନ କରାଯାଇଥିଲା ।

ଏନବିଏଫସି, ଏମଏଫଆଇ ଏବଂ ଏଚଏଫସିଗୁଡିକ ପାଇଁ ଆରମ୍ଭ ହୋଇଥିବା 30 ହଜାର କୋଟିର ସ୍ବତନ୍ତ୍ର ଲିକ୍ୟୁଟି ସ୍କିମ ଭଲ ଭାବେ ପରିଚାଳନା ହେଉଛି ବୋଲି ଅର୍ଥ ମନ୍ତ୍ରାଳୟ ପ୍ରକାଶ କରିଛି । ସେପ୍ଟେମ୍ବର 11 ସୁଦ୍ଧା 37ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାର ବ୍ଯୟ ଅଟକଳ 10,590 କୋଟି ଟଙ୍କା ରହିଛି । ସେହିଭଳି 783.5 କୋଟି ଟଙ୍କାର 6ଟି ଆବେଦନ ବିଚାରଧୀନ ଅଛି ।

ଏହା ବ୍ୟତୀତ ସେପ୍ଟେମ୍ବର 10 ସୁଦ୍ଧା ଏନବିଏଫସି ସହ ପବ୍ଲିକ ଏବଂ ପ୍ରାଇଭେଟ ବ୍ୟାଙ୍କ 42,01,576 କୋଟି ଲୋକଙ୍କୁ 1,63,226.49 କୋଟି ଟଙ୍କା ଋଣ ମଞ୍ଜୁର ହୋଇଛି । ସେହିଭଳି 25,01,999 ଋଣ ଗ୍ରହିତାଙ୍କ ଖାତାକୁ 1,18,138.64 କୋଟି ଟଙ୍କା ପଠାଯାଇଛି । ଏହି ଯୋଜନାରେ ଫେବୃଆରୀ 29 ସୁଦ୍ଧା ଏମଏସଏମଇ ମାନଙ୍କୁ 20 ପ୍ରତିଶତ ବକେୟା ଋଣ ପ୍ରଦାନ କରାଯାଇଛି , ଯେଉଁଥିରେ 25 କୋଟି ଟଙ୍କା ବକେୟା ରହିଛି ଏବଂ 100 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.