ETV Bharat / business

‘ଇଟିଭି ଭାରତ’ ଆଗରେ ଅର୍ଥନୀତିର ନକ୍ସା ରଖିଲେ ଅନୁରାଗ

author img

By

Published : Oct 5, 2019, 5:09 PM IST

ଧୀମା ଅର୍ଥନୀତି । ଦରଦାମ ବୃଦ୍ଧି । ହୁ ହୁ ହୋଇ ବଢୁଥିବା ବେକାରୀ ସମସ୍ୟା । ସେଥିରେ ପୁଣି 5 ବର୍ଷର ସର୍ବନିମ୍ନରେ ଦେଶର ମୋଟ ଘରୋଇ ଉତ୍ପାଦ । ଏପରି ସ୍ଥିତିକୁ କିପରି ନିୟନ୍ତ୍ରିତ କରାଯିବ ? ଏ ନେଇ ଇଟିଭି ଭାରତର ଆଗରେ ଜବାବ ରଖିଲେ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର...

ଫଟୋ ସୌଜନ୍ୟ- ଇଟିଭି ଭାରତ

ନୂଆଦିଲ୍ଲୀ: ଧୀମା ଅର୍ଥନୀତି । ଦରଦାମ ବୃଦ୍ଧି । ହୁ ହୁ ହୋଇ ବଢୁଥିବା ବେକାରୀ ସମସ୍ୟା । ସେଥିରେ ପୁଣି 5 ବର୍ଷର ସର୍ବନିମ୍ନ ସ୍ଥରରେ ଦେଶର ମୋଟ ଘରୋଇ ଉତ୍ପାଦ । ଏପରି ସ୍ଥିତିକୁ କିପରି ନିୟନ୍ତ୍ରିତ କରାଯିବ ? ଏ ନେଇ ‘ଇଟିଭି ଭାରତ’ ଆଗରେ ଜବାବ ରଖିଲେ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ମୋଦି ସରକାରଙ୍କ କାର୍ଯ୍ୟକାଳ ସମୟରେ ମୁଦ୍ରାସ୍ପୀତି 3ରୁ 3.5 ପ୍ରତିଶତ ଭିତରେ ରହିଛି । ଯାହାକି ୟୁପିଏ ସମୟରେ 12 ପ୍ରତିଶତ ରହିଥିଲା । ତେବେ ମୁଦ୍ରାସ୍ପୀତି ବହୁତ କମ ରହିଲେ ମଧ୍ୟ ଅର୍ଥବ୍ୟବସ୍ଥା ପ୍ରତି ଏହା ହାନିକାରକ ହୋଇପାରେ ବୋଲି ବହୁ ବିଶେଷଜ୍ଞ ମଧ୍ୟ ମତ ଦେଇଛନ୍ତି । ସେ ଯାହା ବି ହେଉ, ବର୍ତ୍ତମାନର ସରକାର ସର୍ବଦା ଦରଦାମ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅନୁରାଗ କହିଛନ୍ତି ।

ଏଥିସହ ଦେଶର ଅର୍ଥନୀତିକୁ ମଜବୁତ କରିବା ପାଇଁ ସରକାର ଏପରି ବହୁ ପଦକ୍ଷେପ ନେଇଛନ୍ତି । ଗତ 5 ବର୍ଷ ଭିତରେ ବିକାଶ ଦର ମଧ୍ୟ 7 ପ୍ରତିଶତରୁ ଊର୍ଦ୍ଧ୍ବ ରହିଛି । ଯଦିଓ ଏବେ ଏହା ହ୍ରାସ ପାଇଛି । କିନ୍ତୁ ଏହା ଏତେଟା ବି ଚିନ୍ତାଜନକ ନୁହେଁ । କାରଣ ପୂରା ବିଶ୍ବରେ ଯେଉଁଭଳି ମାନ୍ଦାବସ୍ଥା ଲାଗିରହିଛି, ତାକୁ ଦେଖିବାକୁ ଗଲେ ଭାରତ ବହୁ ଆଗରେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ନିବେଶ ଆଣିବ କର୍ପୋରେଟ ଟିକସ ରିହାତି । ଅଟୋମୋବାଇଲ ସେକ୍ଟରରେ ଅଭିବୃଦ୍ଧି ପାଇଁ ଦ୍ରବ୍ୟ ଓ ସେବା କର(ଜିଏସଟି) ହ୍ରାସ । ରିୟଲଇଷ୍ଟେଟ ସେକ୍ଟର ପାଇଁ 20 ହଜାର କୋଟିର ସ୍ବତନ୍ତ୍ର ପ୍ୟାକେଜ , ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ (ଏନବିଏଫସି)କୁ 17 ହଜାର କୋଟିର ଆର୍ଥିକ ବୁଷ୍ଟର, ଗ୍ରାହକଙ୍କ କମ ସୁଧରେ ଋଣ ମିଳିବା ପାଇଁ ବ୍ୟାଙ୍କକୁ ନିର୍ଦ୍ଦେଶ ଆଦି ଦିଆଯାଇଛି । ଯାହାକି ବିଦେଶୀ ନିବେଶକଙ୍କୁ ସହଜରେ ଭାରତ ଆଡକୁ ଆକୃଷ୍ଟ କରିପାରିବ । ଫଳରେ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ବର୍ତ୍ତମାନ ସମୟରେ ମୁଣ୍ଡ ଟେକିଥିବା ବଡ ସମସ୍ୟା ବେକାରୀ ସଂଖ୍ୟା ହ୍ରାସ ପାଇବ ବୋଲି କହିଛନ୍ତି ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.