ନୂଆଦିଲ୍ଲୀ: କମ୍ପାନୀ ଉପରେ ଲାଗୁଥିବା ସମସ୍ତ କରକୁ ହଟାଇ 2023 ସୁଦ୍ଧା କେବଳ 15 ପ୍ରତିଶତ କରାଯାଉ । ଏନେଇ ଆଗାମୀ ବଜେଟରେ ଘୋଷଣା କରିବାକୁ ସରକାରଙ୍କୁ ଦାବି ଜଣାଇଛି ପ୍ରମୁଖ ଉଦ୍ୟୋଗ ମଣ୍ଡଳ ଭାରତୀୟ ଉଦ୍ୟୋଗ ପରିସଂଘ (ସିଆଇଆଇ) ।
ସରକାର, ଆଗାମୀ ସାଧାରଣ ବଜେଟରେ ସମସ୍ତ କର୍ପୋରେଟ କର ଦରକୁ ଛାଡ କରି 2023 ଏପ୍ରିଲ ସୁଦ୍ଧା 15 ପ୍ରତିଶତକୁ ଆଣିବା ପାଇଁ ଘୋଷଣା କରନ୍ତୁ ବୋଲି ସିଆଇଆଇ ପରାମର୍ଶ ଦେଇଛି ।
ସିଆଇଆଇ ଅଧ୍ୟକ୍ଷ ବିକ୍ରମ କିଲୋସ୍କର କହିଛନ୍ତି ଯେ, ‘‘ ସାଧାରଣ ବଜେଟରେ କର୍ପୋରେଟ କରକୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ରିହାତିକୁ ଶେଷ ନେଇ ରୂପରେଖ ପ୍ରସ୍ତୁତ କରାଯାଇପାରିବ । ଏଭଳି ପ୍ରକାର ସୁବିଧା ଦ୍ବାରା ନିବେଶକଙ୍କ ଧାରଣା ମଜବୁତ ସହ ନିବେଶ ପାଇଁ ପ୍ରୋତ୍ସାହନ ମିଳିବ ।
ଗତ ବର୍ଷ ସରକାର କର୍ପୋରେଟ କର ହ୍ରାସ 10 ପ୍ରତିଶତ ହ୍ରାସ କରିଥିଲେ । ଫଳରେ ଏହା 22 ପ୍ରତିଶତରେ ପହଞ୍ଚିଛି । ଏହା ଉପରେ ପୁଣି ସେସ ଓ ସରଚାର୍ଜ ଲାଗୁ ଦ୍ବାରା ଏହା 25.17 ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଉଛି । ଏଣୁ ଏହି ହ୍ରାସର ପ୍ରଭାବ ଏତେଟା ସନ୍ତୋଷଜନକ ନୁହେଁ ବୋଲି ଉଦ୍ୟୋଗ ଜଗତ କହିଛି ।
ଏହା ବ୍ୟତିତ 2023 ମାର୍ଚ୍ଚ ପର୍ଯ୍ୟନ୍ତ ଉତ୍ପାଦନ ଆରମ୍ଭ କରିଥିବା ବିନିର୍ମାଣ କ୍ଷେତ୍ରର କମ୍ପାନୀ(ଯାହାର ଗଠନ 2019 ଅକ୍ଟୋବର ବା ପରେ)ଙ୍କ ପାଇଁ 15 ପ୍ରତିଶତ ହାରରେ କର ଦେବାକୁ ହେବ । ଏଥିସହ ସେସ ଓ ସରଚାର୍ଜ ସହ ଏହା 17.14ପ୍ରତିଶତ ହେବ ।