ଡଲାସ: କୋରୋନା ଭାଇରସ ମହାମାରୀ ଯୋଗୁଁ ବିମାନ ଯାତ୍ରା ଚାହିଦା ହ୍ରାସ ହୋଇଛି । ଏହି କାରଣରୁ ଅକ୍ଟୋବର ସୁଦ୍ଧା ପ୍ରାୟ 25,000 କର୍ମଚାରୀଙ୍କ ଚାକିରୀ ଯାଇପାରେ ବୋଲି ଚେତାବନୀ ଦେଇଛି ଆମେରିକାନ ଏୟାରଲାଇନ୍ସ ।
ତେବେ ଆମେରିକାନ ଏୟାରଲାଇନର ବର୍ଷିଷ୍ଠ ଅଧିକାରୀ କହିଛନ୍ତି କି, ଯଦି ପର୍ଯ୍ୟାପ୍ତ ସଂଖ୍ୟାରେ ୱାର୍କର 2 ବର୍ଷ ଯାଏଁ କମ ପେମେଣ୍ଟ ସହ ଛୁଟି ନିଅନ୍ତି, ତେବେ ଏହି ଛଟେଇ କମ ହୋଇପାରେ ।
ଏୟାରଲାଇନର ସିଇଓ ଡଗ ପାର୍କର ଏବଂ ସଭାପତି ରୋବର୍ଟ ଇସୋମ କର୍ମଚାରୀମାନଙ୍କୁ ପଠାଇଥିବା ନୋଟିସରେ କହିଛନ୍ତି କି, ଛଟେଇ ନ ହେବା ଆଶା ରହିଛି । କାରଣ ଅକ୍ଟୋବର 1 ସୁଦ୍ଧା ପୁଣି ବିମାନ ଯାତ୍ରା ପାଇଁ ଚାହିଦା ତୀବ୍ର ଗତିରେ ବଢିବ ବୋଲି ଅନୁମାନ ରହିଛି ।
ମାର୍ଚ୍ଚ ଆରମ୍ଭ ଓ ଏପ୍ରିଲ ମଧ୍ୟ ଭାବରେ ବିମାନ ଯାତ୍ରା 95 ପ୍ରତିଶତ ହ୍ରାସ ପାଇଛି । ଫଳରେ ବିମାନ ଶିଳ୍ପ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ଖର୍ଚ୍ଚ କାଟ କରିବା ପାଇଁ କମ୍ପାନୀ କର୍ମଚାରୀଙ୍କ ଦରମା ହ୍ରାସ ନଚେତ ଛଟେଇ ନେଇ ଚିନ୍ତା କରୁଛନ୍ତି ।