ETV Bharat / business

କାମକରୁନି ଟ୍ରମ୍ପଙ୍କ ଟାରିଫ ଅସ୍ତ୍ର, ମେ’ରେ ବଢିଛି ଚୀନ ରପ୍ତାନୀ - tariff

ଆମେରିକା ଆଟାକରେ ଚୀନକୁ ପଡୁିନି ଫରକ । ମେ ମାସରେ ବୃଦ୍ଧି ପାଇଛି ରପ୍ତାନୀ । ତେବେ ଯଦି ଆଗକୁ ଏହି ଟ୍ରେଡୱାର ସାଂଘାତିକ ହୁଏ , ତାହା ହେଲେ କେବଳ ଚୀନ ନୁହେଁ ସମଗ୍ର ବିଶ୍ବର ଅର୍ଥନୀତି ପ୍ରଭାବିତ ହେବେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 11, 2019, 10:47 PM IST

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପ୍ରତିବନ୍ଧକ ପରେ ବି ପ୍ରଭାବିତ ହୋଇନି ଡ୍ରାଗନ । ଆମେରିକା ଆଟାକରେ ଅଟକିନି ଚୀନ ଅଭିବୃଦ୍ଧି । ମୋଟା ଅଙ୍କର ଟାରିଫ (କଟକଣା) ଲାଗୁ ପରେ ବି ବଢିଛି ଚୀନ ରପ୍ତାନୀ । ମେ ମାସରେ ରପ୍ତାନୀ 1.1 ପ୍ରତିଶତ ବୃଦ୍ଧି ପାଇଛି । ଯେତେବଳେ କି ଏଥିରେ ହ୍ରାସ ନେଇ ଆଶଙ୍କା କରାଯାଉଥିଲା ।

ଚୀନର ସର୍ବବୃହତ୍ତ ବାଣିଜ୍ୟିକ ଭାଗୀଦାରୀ ଆମେରିକା । ହେଲେ ବର୍ତ୍ତମାନ ସମୟରେ ଉଭୟ ଦେଶ ମଧ୍ୟରେ ଚାଲିଥିବା ଟ୍ରେଡୱାର କେବଳ ଚୀନ ନୁହେଁ ସମଗ୍ର ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରୁଛି । ତେବେ ଟ୍ରମ୍ପଙ୍କ କଟକଣା ଅବଧି ପୂର୍ବରୁ ବହୁ ରପ୍ତାନୀକାରୀ ସେମାନଙ୍କ ମାଲ ନେବା ଆରମ୍ଭ କରିଦେଇଥିଲେ । ଯେଉଁଥିପାଇଁ ଏହି ଅଭିବୃଦ୍ଧି ଦେଖାଦେଇଛି ।

ହେଲେ ରପ୍ତୀନୀ ବଢିଲେ ମଧ୍ୟ ଆଗକୁ ଯଦି ଏହି ଟ୍ରେଡୱାର ଜାରି ରୁହେ, ତାହା ହେଲେ ବିଶ୍ବ ଅର୍ଥନୀତି ବିଗିଡିବା ସୁନିଶ୍ଚିତ । ସୂଚନା ମୁତାବକ, ବର୍ତ୍ତମାନ ସମୟରେ ଚୀନର ରପ୍ତାନୀ ଧୀରେ ଧୀରେ ହ୍ରାସ ପାଉଛି । ବଜାର ବିଗିଡିବାରେ ଲାଗିଛି । ଏଥିଯୋଗୁଁ ବେପାରୀମାନଙ୍କ ପାଇଁ ସରକାରଙ୍କୁ ସହାୟତା ଆର୍ଥିକ ପ୍ୟାକେଜ ଜାରି କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି । ଚୀନର ମୋଟ ଘରୋଇ ଉତ୍ପାଦ(ଜିଡିପି)ର 20 ପ୍ରତିଶତ କେବଳ ରପ୍ତାନୀରୁ ଆଦାୟ ହୋଇଥାଏ ।

ପ୍ରକାଶ ଥାଉ ଯେ, ମେ 10ରେ ଟ୍ରମ୍ପ ପ୍ରଶାସନ ଚୀନର 200 ଅରବ ଡଲାର ବସ୍ତୁ ଉପରେ ଟାରିଫ 25 ପ୍ରତିଶତକୁ ବୃଦ୍ଧି କରିଥିଲା । ଆଉ ବାକି 300 ଅରବ ଡଲାର ବସ୍ତୁ ଉପରେ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଥିଲା । ପ୍ରତି ଜବାବରେ ଚୀନ ମଧ୍ୟ ପାଲଟା ଶୁଳ୍କ ଲଗାଇ ୱାରର ଆହ୍ବାନ ଦେଇଥିଲା ।

ସ୍ଲଗ :-  ପୋଡଶୀ ଙ୍କ ଛୁରାମାଡ ଆକ୍ରମଣରେ ବାପା ଓ ପୁଅ ଆହତ ...  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ ,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୧୧-୦୬-୧୯. -( ଭିଜୁଆଲ ftp ରେ ଯାଇଛି .)
 (ଆଙ୍କର):- ପୋଡଶୀ ଙ୍କ ଛୁରାମାଡ ଆକ୍ରମଣରେ  ଗୋଟିଏ ପରିବାରର ବାପା ଓ ପୁଅ ଆହତ ।ଘଟଣା ଘଟିଛି ଗଞ୍ଜାମ   ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମରେ । ଆହତ ହେଲେ ୫୦ ବର୍ଷୀୟ ଜି. ଯୋଗେନ୍ଦ୍ର ରେଡ୍ଡୀ ଏବଂ ତାଙ୍କର ପୁଅ ଜି . ରାଜେଶ ରେଡ୍ଡୀ ।ଗତ କିଛି ଦିନ ତଳେ ଦକ୍ଷିଣପୁର ଗ୍ରାମରେ   ରହିଆସୁଥବା ଜି.ଯୋଗେନ୍ଦ୍ର ରେଡି ଙ୍କ ପରିବାର ସହ ଘର ସମୁଖରେ ରହିଆସୁଥିବା ଉକ୍ତ ଗ୍ରାମର ପି . ଜାଗିଲି ରେଡ୍ଡୀ ଙ୍କ ସାମାନ୍ୟ କୋୖଣସି କଥା କୁ ନେଇ ପାଟିତୁଣ୍ଡ ହୋଇଥିଲା । ଆଉ ଏହି ଘଟଣା ପରେ ଆଜି ଆକ୍ରମଣ ର ଶିକାର ହୋଇଥିବା  ଯୋଗେନ୍ଦ୍ରଙ୍କ ଘର ଛାତ ପଡୁଥିବା ସମୟରେ ହଠାତ୍   ଅଭିଯୁକ୍ତ ଜାଗିଲି କୈାଣସି  ଛାତକୁ ଆସି ଏକ ଛୁରୀ ସାହାର୍ଯ୍ୟରେ ପ୍ରଥମେ ଯୋଗେନ୍ଦ୍ର ଙ୍କ ପେଟକୁ ଆକ୍ରମଣ କରିଥିଲା ଏଥିରେ ପୁଅ ରାଜେଶ ବାପାଙ୍କୁ ବଞ୍ଚାଇବା ପାଇଁ ଯିବା ସମୟରେ ପୁଅ କୁ ମଧ୍ୟ ଆକ୍ରମଣ କରାଯାଇଥିବା ର ଅଭିଯୋଗ ହୋଇଛି  । ପରିବାର ଲୋକଙ୍କ ଦ୍ୱାରା ଆହାତ ଦୁଇ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ  ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଏ ନେଇ ପୋଲିସ ପକ୍ଷରୁ  ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.