କୋଲକତା: ଇ-କମର୍ସ କମ୍ପାନୀ ଆମାଜନ ଓ ବିଗ ବାସ୍କେଟକୁ ପଶ୍ଚିମବଙ୍ଗରେ ମଦ ଡେଲିଭରି ପାଇଁ ମଞ୍ଜୁରୀ ମିଳିଛି । ଶନିବାର ଏ ନେଇ ଏକ ଡକ୍ୟୁମେଣ୍ଟରେ ସୂଚନା ଦିଆଯାଇଛି ।
ଅନଲାଇନ ଗ୍ରୋସରୀ ପ୍ଲାଟଫର୍ମ ବିଗ ବାସ୍କେଟ କହିଛି କି, ଦେଶରେ ମଦ ଡେଲିଭରି ବର୍ଗରେ ଏହା ଆମ ପାଇଁ ପ୍ରଥମ ସୁଯୋଗ ହେବ । ଆମଜନ ପାଇଁ ମଧ୍ୟ ଏହା ପ୍ରଥମ ଥର ରହିଛି ।
ସରକାରୀ କମ୍ପାନୀ ପଶ୍ଚିମବଙ୍ଗ ଷ୍ଟେଟ ବେଭରେଜ କର୍ପୋରେସନ ଲିମିଟେଡ (BevCo)ଉଭୟ କମ୍ପାନୀଙ୍କୁ ଯୋଗ୍ୟ ବିବେଚନା କରିବା ପରେ ହୋମ ଡେଲିଭରି ପାଇଁ ଚୁକ୍ତିନାମା ସ୍ବାକ୍ଷର କରିବାକୁ ଆହ୍ବାନ କରିଛି । ଏହା BevCo ବ୍ୟତୀତ କୋଲକାତାର 2 କମ୍ପାନୀ ମଦ ହୋଲସେଲ କମ୍ପାନୀ Senrysa ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ଏବଂ ଗୋଲ୍ଡେନ ଗୋୟଙ୍କା କମର୍ସ ପ୍ରାଇଭେଟ ଲିମିଟେଡକୁ ମଧ୍ୟ ଚୁକ୍ତିମାନାରେ ସାକ୍ଷର କରିବାକୁ ଆମନ୍ତ୍ରଣ କରିଛି । ତେବେ ଡେଲିଭରି କେବେ ଠାରୁ ଆରମ୍ଭ ହେବ ସେ ନେଇ ବିଗ ବାସ୍କେଟ ଓ ଆମାଦନ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।
ପ୍ରକାଶ ଯେ, ଦେଶରେ ପ୍ରଥମ ରାଜ୍ୟ ଝାଡଖଣ୍ଡ ,ଅନଲାଇନ ପ୍ଲାର୍ଟଫର୍ମ ଦ୍ବାରା ମଦର ହୋମ ଡେଲିଭରି ପାଇଁ ଅନୁମତି ଦେଇଛି ।