ETV Bharat / business

ଏୟାରଟେଲ ଗ୍ରାହକଙ୍କୁ ଝଟକା, 1 ଜିବି ପାଇଁ ଗଣିପାରନ୍ତି 100 ଟଙ୍କା

author img

By

Published : Aug 28, 2020, 7:21 PM IST

ଏୟାରଟେଲ ଗ୍ରାହକଙ୍କ ବଢିଲା ଚିନ୍ତା । ଆପଣଙ୍କ ଇଣ୍ଟରନେଟ ବ୍ୟବହାର ହେବ ମହଙ୍ଗା । 1 ଜିବି ପାଇଁ ଆପଣ ମାସିକ ଏବେ 45 ଟଙ୍କା ଦେଉଥିବା ବେଳେ ଆଗକୁ ଏହା 100 ଟଙ୍କା ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ସୁନୀଲ ମିତ୍ତଲ । ଅଧିକ ପଢନ୍ତୁ..

ପ୍ରସ୍ତୁତ ରୁହନ୍ତୁ ଏୟାରଟେଲ ଗ୍ରାହକ , 1ଜିବି ପାଇଁ ଗଣିପାରନ୍ତି 100 ଟଙ୍କା

ନୂଆଦିଲ୍ଲୀ: ଏୟାରଟେଲ ଉପଭୋକ୍ତା ଟିକେ ଅଧିକା ଅର୍ଥ ପ୍ରାଦନ ପାଇଁ ପ୍ରସ୍ତୁତ ରୁହନ୍ତୁ । ମହଙ୍ଗା ହେବ ମୋବାଇଲ ସେବା । ମୋବାଇଲ ସେବା ଶୁଳ୍କ ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି ଏୟାରଟେଲ ପ୍ରତିଷ୍ଠାତା ଏବଂ ଚେୟାରମ୍ୟାନ ସୁନୀଲ ମିତ୍ତଲ ।

ଯଦି ଆପଣ ଏବେ ମାସିକ 45 ଟଙ୍କା ପେମେଣ୍ଟ କରୁଛନ୍ତି, ବହୁତ ଶୀଘ୍ର ଆପଣଙ୍କୁ ଏହାର ଦୁଇ ଗୁଣା ଅର୍ଥାତ ମାସିକ ପାଖାପାଖି 100 ଟଙ୍କା ଗଣିବାକୁ ପଡିବ । ବର୍ତ୍ତମାନର ଅଫର ଅନୁସାରେ 160 ଟଙ୍କାରେ 16 ଜିବି ଇଣ୍ଟରନେଟ୍ ଡାଟା ବ୍ୟବହାର କରୁଛନ୍ତି । ହେଲେ ଆଗକୁ ମୋବାଇଲ ଶୁଳ୍କ ବଢିଲେ ଆପଣ 1 ଜିବି ପାଇଁ ମାସିକ 100 ଟଙ୍କା ଦେଇପାରନ୍ତି ।

‘‘ ଆମେ ଚାହୁଁନୁ କି ଉପଭୋକ୍ତା ଆମେରିକା ଓ ୟୁରୋପ ଭଳି 50 ରୁ 60 ଡଲାର ଖର୍ଚ୍ଚ କରନ୍ତୁ, କିନ୍ତୁ ଗୋଟିଏ ମାସରେ ଦୁଇ ଡଲାରରେ 16 ଜିବି ଇଣ୍ଟରନେଟ ଯେକୌଣସି ପରିସ୍ଥିତିରେ ବି ନେଟଓ୍ବର୍କ ସେବା ଶିଳ୍ପ ପାଇଁ ସମ୍ଭବ ନୁହେଁ । ଭାରତୀ ଏଣ୍ଟରପ୍ରାଇଜେସ୍ କାର୍ଯ୍ୟନିର୍ବାହୀ ଅଖିଲ ଗୁପ୍ତାଙ୍କ ଏକ ପୁସ୍ତକ ପ୍ରକାଶନରେ ଯୋଗଦେଇ ସୁନୀଲ ମିତ୍ତଲ ଏ ନେଇ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.