ETV Bharat / business

ଅସୁସ୍ଥ ଭୋଡାଫୋନ-ଆଇଡିଆ, ପ୍ରଫିଟରେ ଏୟାରେଟଲ ଓ ଜିଓ

author img

By

Published : Apr 4, 2020, 7:11 AM IST

ରାଷ୍ଟ୍ରବ୍ୟାପି ବନ୍ଦ ଯୋଗୁଁ 2G-3G ସଂଯୋଗ ଥିବା ବହୁତ କମ୍ ପୁରୁଣା ଗ୍ରାହକ 4G ସିମ୍ ନେଉଛନ୍ତି । ଏପଟେ ଭୋଡାଫୋନ ଓ ଆଇଡିଆ ଆର୍ଥିକ ସଙ୍କଟରେ ଅଛନ୍ତି । ଆଉ ଏହାର ଫାଇଦା ମିଳୁଛି ଏୟାରଟେଲ ଓ ଜିଓକୁ ।

Airtel, Jio to continue gaining market share due to VodaIdea's worsened financial health
ଅସୁସ୍ଥ ଭୋଡାଫୋନ-ଆଇଡିଆ, ପ୍ରଫିଟରେ ଏୟାରେଟଲ ଓ ଜିଓ

ନୂଆଦିଲ୍ଲୀ. ସଙ୍କଟଗ୍ରସ୍ଥ ଭୋଡାଫୋନ ଆଇଡିଆରର ଫାଇଦା ନେଇଛି ଭାରତୀ ଏୟାରଟେଲ ଓ ରିଲାୟନ୍ସ ଜିଓ । ଆକ୍ସିସ କ୍ୟାପିଟାଲ ଶୁକ୍ରବାର ଏକ ନୋଟରେ କହିଛି ଯେ, ଭୋଡାଫୋନ ଆଇଡିଆର ଖରାପ ଆର୍ଥିକ ସ୍ଥିତି ଯୋଗୁଁ ଏୟାରଟେଲ ଓ ଜିଓର ଦବଦବା ଚାଲିଛି । ଆଡଜଷ୍ଟମେଣ୍ଟ ଗ୍ରସ ରେଭିନ୍ୟୁ (ଏଜିଆର) ବକୟୋ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ ଭୋଡାଫୋନ ଓ ଆଇଡିଆର ଆର୍ଥିକ ସ୍ଥିତିକୁ ଆହୁରୀ ଖରାପ କରିପାରେ ।

ଆକ୍ସିସ କ୍ୟାପିଟାଲ ଆହୁରୀ ମଧ୍ୟ କହିଛି ଯେ, ସେ ମୋବାଇଲ ଅପରେଟର ରାଜସ୍ବର ଅନୁମାନକୁ ଆହୁରୀ କମ କରିଦେଇଛି । ଏହାର କାରଣ ହେଉଛି, ଅପରେଟରଙ୍କ ଗ୍ରାହକଙ୍କ ସଂଖ୍ୟା ଅଟକି ରହିଛି। ଏହା ବ୍ୟତିତ ରାଷ୍ଟ୍ରବ୍ୟାପି ବନ୍ଦ ଯୋଗୁଁ 2G-3G ସଂଯୋଗ ଥିବା ବହୁତ କମ୍ ପୁରୁଣା ଗ୍ରାହକ 4G ସିମ୍ ନେଉଛନ୍ତି ।

କୁହାଯାଇଛି ଯେ, ଯଦି ଏହି ପ୍ରତିବନ୍ଧକ ଟିକେ ଆଗକୁ ବଢେ, ତେବେ ଏହା ଅପରେଟରଙ୍କ ରାଜସ୍ୱର ସେହି ସମ୍ଭାବ୍ୟ ବୃଦ୍ଧି ଉପରେ ମଧ୍ୟ ଆଂଶିକ ପ୍ରଭାବ ପକାଇବ। 2019 ଡିସେମ୍ବରରେ ଦର ବୃଦ୍ଧି ପରେ ଆସନ୍ତା ମାସରେ ଟେଲିକମ କମ୍ପାନୀଗୁଡିକ ରାଜସ୍ୱ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.