ETV Bharat / business

ବିଜ୍ଞାପନ ବିଜନେସରେ ପାଦ ରଖିଲା ଏୟାରଟେଲ

author img

By

Published : Feb 24, 2021, 4:46 PM IST

ଭାରତୀ ଏୟାରଟେଲ 'ଏୟାରଟେଲ ବିଜ୍ଞାପନ'ର ଶୁଭାରମ୍ଭ ସହିତ ବିଜ୍ଞାପନ ବ୍ୟବସାୟରେ ଏଣ୍ଟ୍ରି କରିଛି । ଅଧିକ ପଢନ୍ତୁ..

ବିଜ୍ଞାପନ ବିଜନେସରେ ପାଦ ରଖିଲା ଏୟାରଟେଲ
ବିଜ୍ଞାପନ ବିଜନେସରେ ପାଦ ରଖିଲା ଏୟାରଟେଲ

ନୂଆଦିଲ୍ଲୀ: ବିଜ୍ଞାପନ ବିଜନେସରେ ଏଣ୍ଟ୍ରି କଲା ଦୂରସଞ୍ଚାର ପ୍ରମୁଖ ଭାରତୀ ଏୟାରଟେଲ ଲିମିଟେଡ । 'Airtel Ads' ର ଲଞ୍ଚ କରି କମ୍ପାନୀ ବିଜ୍ଞାପନ ବଜାରରେ ପାଦ ରଖିଲା । ଗ୍ରାହକଙ୍କୁ ବ୍ରାଣ୍ଡ ସହ ଯୋଡିବା ପାଇଁ କମ୍ପାନୀ ଏଭଳି ପଦକ୍ଷେପ ଆପଣାଇଛି । ସୁନୀଲ ମିତ୍ତଲଙ୍କ ନେତୃତ୍ବାଧୀନ ଏହି ଦୂରସଞ୍ଚାର ଅପରେଟର ବୁଧବାର ଏକ ବିବୃତ୍ତିରେ ଏ ନେଇ କହିଛି ।

ଏୟାରଟେଲ ବିଜ୍ଞାପନ ପ୍ଲାର୍ଟଫର୍ମ ବ୍ରାଣ୍ଡ, ମୋବାଇଲ୍, DTH ଏବଂ ଘର ପରି ବିଭିନ୍ନ ବ୍ୟବସାୟରେ 320 ନିୟୁତରୁ ଅଧିକ ଗ୍ରାହକଙ୍କୁ ସମ୍ମତି ଭିତ୍ତିକ ଏବଂ ଗୋପନୀୟତା-ସୁରକ୍ଷିତ ଅଭିଯାନ ଗୁଡିକୁ ପିଚ୍ କରିବାକୁ ସକ୍ଷମ କରାଇବ ।

Airtel Ads ପ୍ରଥମ ଶ୍ରେଣୀରେ 100ରୁ ଅଧିକ ବ୍ରାଣ୍ଡ ପାଇଁ ଅଭିଯାନକୁ ସକ୍ଷମ କରିଦେଇଛି । ଯେପରିକି ତୀବ୍ର ବେଗରେ ବଢୁଥିବା ଉପଭୋକ୍ତା ସାମଗ୍ରୀ (FMCG), ବ୍ୟାଙ୍କିଙ୍ଗ , ଆର୍ଥିକ ସେବା ଓ ବୀମା (BFSI), ଡିଜିଟାଲ ଷ୍ଟାର୍ଟଅପ, ଅନ୍ୟାନ୍ୟ ରହିଛି । ଏଥିରେ ପେପ୍ସିକୋ , ଜୋମାଟୋ , ସିଆରଟିଇ , ଟାଟା ଏଆଇଜି ଇନ୍ସୁରାନ୍ସ , ଲେନ୍ସକାର୍ଟ , ଆପୋଲୋ 24.7 , ଗେମ୍ସ କ୍ପାଫ୍ଟ , ଗାଡି ଓ ହାର୍ଲେ ଡେଭିଡସନ ସହ ସହଭାଗୀତା କରାଯାଇଛି ।

ଉଦାହରଣ - ଯଦି ଆପଣ ରିଚାର୍ଜ ପାଇଁ ଏୟାରଟେଲ ଥ୍ୟାଙ୍କ୍ସ ଆପକୁ ଆସୁଛନ୍ତି , ଆଉ ଆପଣଙ୍କୁ ଜୋମାଟାେର 40 ପ୍ରତିଶତ ଡିସକାଉଣ୍ଟ ଅଫର ଦେଖାଯାଉଛି , ତେବେ ସେହି ଅଫରକୁ ନେଇ ନେଣ ଦେଣ ସମୟରେ ଦେଖାଦେଇଥାଏ । ଏହା ଦ୍ବାରା ଆଗକୁ ଆହୁରି ରିଚାର୍ଜ ସହ କମ୍ପାନୀ ସହ ଯୋଡି ହେବାକୁ ଗ୍ରାହକଙ୍କୁ ପ୍ରୋତ୍ସାହନ ମିଳିବ । ଯାହାକି ଏହି ପ୍ଲାର୍ଟଫର୍ମର ଲକ୍ଷ୍ୟ ।

ତେବେ ବିଜ୍ଞାପନ କେବଳ ବିଭିନ୍ନ ଏୟାରଟେଲ ପ୍ଲାର୍ଟଫର୍ମରେ ଉପଲବ୍ଧ ହେବ । ଏୟାରଟେଲର 320 ମିଲିୟନ ଗ୍ରାହକଙ୍କ ଗ୍ରାହକ ଆଧାର ଆକାରକୁ ଦେଖି 190 ମିଲିୟନ ସହ କମ୍ପାନୀର ମ୍ୟୁଜିକ ଷ୍ଟ୍ରିମିଂ ଆପ Wynk, ଓଭର-ଦ ଟପ (OTT) ଭିଡିଓ କଣ୍ଟେଟ Xtream ଓ 17 ମିଲିୟନ ଡିଟିଏଚ ସେବା ଲାଭ ଉଠାଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.