ETV Bharat / business

ଏଣିକି ରେଳ ଷ୍ଟେସନରୁ ଆଦାୟ ହେବ ଏୟାରପୋର୍ଟ ଭଳି ଶୁଳ୍କ

author img

By

Published : Feb 13, 2020, 10:41 AM IST

ଏବେ ରେଳ ଷ୍ଟେସନରେ ଉପଲବ୍ଧ ଜନସୁବିଧା ପାଇଁ ଏୟାରପୋର୍ଟ ଭଳି ଆଦାୟ ହେବ ଶୁଳ୍କ । ଷ୍ଟେସନର ପୁର୍ନବିକାଶ ପାଇଁ ଏହି ଟଙ୍କା ସଂଗ୍ରହ ହେବ । ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

airport like user charge to be levied for newly redeveloped rail stations rly board chairman
ଏଣିକି ରେଳ ଷ୍ଟେସନରେ ଆଦାୟ ହେବ ଏୟାରପୋର୍ଟ ଭଳି ଶୁଳ୍କ

ନୂଆଦିଲ୍ଲୀ: ଏବେ ରେଳ ଷ୍ଟେସନରେ ଉପଲବ୍ଧ ଜନସୁବିଧା ପାଇଁ ଏୟାରପୋର୍ଟ ଭଳି ଆଦାୟ ହେବ ଶୁଳ୍କ । ଷ୍ଟେସନର ପୁର୍ନବିକାଶ ପାଇଁ ଏହି ଟଙ୍କା ସଂଗ୍ରହ ହେବ । ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ବିମାନ ଯାତ୍ରାରେ ଜନସୁବିଧା ବିକାଶ ଶୁଳ୍କ(ୟୁଡିଏଫ) କରର ଏକ ଏକ ଅଂଶ ହୋଇଥାଏ । ଯାହାକୁ ବିମାନ ଯାତ୍ରୀ ଭରିଥାନ୍ତି । ୟୁଡିଏଫ ବିଭିନ୍ନ ବିମାନ ବନ୍ଦରରେ ଏହି ଶୁଳ୍କ ଆଦାୟ କରାଯାଉଛି । ଏହି ଶୁଳ୍କ ବିଭିନ୍ନ ଦିଗ ଉପରେ ନିର୍ଭର ହୋଇଥିବାରୁ ଭିନ୍ନ ଭିନ୍ନ ଲାଗୁ ହୁଏ । ଅର୍ଥାତ ସେବା ଅନୁଯାୟୀ ଶୁଳ୍କ ଲଗାଯାଏ ।

ରେଳୱେ ବୋର୍ଡ ଅଧ୍ୟକ୍ଷ ଭି କେ ଯାଦବ ଗଣମାଧ୍ୟମକୁ କହିଛନ୍ତି କି, ନୂଆ ବିକଶିତ ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ଆଗମନ ସଂଖ୍ୟା ଆଧାରରେ ଅଲଗା ଅଲଗା ଶୁଳ୍କ ରହିଥାଏ । ମନ୍ତ୍ରଣାଳୟ ପକ୍ଷରୁ ଶୀଘ୍ର ଏ ନେଇ ଅଧିସୂଚନା ଜାରି କରାଯିବ ।

ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, 1,296 କୋଟି ଟଙ୍କାର ଆନୁମାନିକ ବ୍ୟୟବରାଦ ସହ ଅମୃତସର, ନାଗପୁର, ଗ୍ବାଲିୟର ଓ ସାରବରମତୀ ରେଳ ଷ୍ଟେସନର ପୁର୍ନବିକାଶ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । 2020-21ରେ ସରକାର ଭାରତୀୟ ରେଳ ଷ୍ଟେସନ ପୁର୍ନବିକାଶ ନଗମ ଲିମିଟେଡ(ଆଇଆରଏସଡିସି) ଜରିଆରେ ସମଗ୍ର ଦେଶର 50ଟି ଷ୍ଟେସନର ପୁର୍ନବିକାଶ ପାଇଁ ଟେଣ୍ଡର ଜାରି ପାଇଁ ଯୋଜନା ତିଆରି ହୋଇଛି । ଆଉ ଏହା ଉପରେ 50,000 କୋଟି ଟଙ୍କା ନିବେଶ ପ୍ରସ୍ତାବ ଦିଆଯାଇଛି ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.