ETV Bharat / business

ଡିସେମ୍ବର 15 କୁ ବଢିପାରେ ଏୟାର ଇଣ୍ଡିଆର ବିଡ୍‌ ସମୟସୀମା - Air India bid

ଏୟାର ଇଣ୍ଡିଆ ବିକ୍ରି ନେଇ ବିଡରମାନଙ୍କୁ ଆକର୍ଷିତ ପାଇଁ ସରକାର ଦେବେ ମୂଲ୍ୟାଙ୍କନ ନିୟମରେ ଆଶ୍ବସ୍ତି । ଏଥିସହ ବଢିପାରେ ଏୟାର ଇଣ୍ଡିଆର ବିଡ୍‌ ଦାଖଲ ଅବଧି । ଅଧିକ ପଢନ୍ତୁ..

ଡିସେମ୍ବର 15 କୁ ବଢିପାରେ  ଏୟାର ଇଣ୍ଡିଆର ବିଡ୍‌ ସମୟସୀମା

author img

By

Published : Oct 19, 2020, 10:45 PM IST

ନୂଆଦିଲ୍ଲୀ: ସମ୍ଭାବ୍ୟ ବିଡରମାନଙ୍କୁ ଆକର୍ଷିତ କରିବା ପାଇଁ ଏୟାର ଇଣ୍ଡିଆର ସମ୍ପତ୍ତି ମୂଲ୍ୟ ନିର୍ଦ୍ଧାରଣ ନିୟମକୁ ସହଜ କରିଛନ୍ତି । ଏଥିସହ ସରକାର ବିଡରମାନଙ୍କୁ ଏକ ଏଣ୍ଟରପ୍ରାଇଜ ମୂଲ୍ୟ ଆଧାରରେ ଅଫର ଦେବାକୁ ଅନୁମତି ପ୍ରଦାନ କରିବେ ।

ଏହି କ୍ରମରେ ସରକାର କ୍ଷତିରେ ଚାଲିଥିବା ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ପାଇଁ ପ୍ରାଥମିକ ରୁଚି ପତ୍ର ଦାଖଲ କରିବା ସମୟସୀମା ସେପ୍ଟେମ୍ବର 15ରୁ ବଢାଇପାରନ୍ତି ।

ସୁତ୍ର ଅନୁସାରେ , ଏଣ୍ଟରପ୍ରାଇଜ ମୂଲ୍ୟ ଆଧାରରେ ବିଡ ଆମନ୍ତ୍ରିତ କରାଯିବ । ଯାହାକି ଅଧିଗ୍ରହଣ ଚୁକ୍ତି ପାଇଁ ଏକ ଲୋକପ୍ରିୟ ମୂଲ୍ୟାଙ୍କନ ପଦ୍ଧତି । ଏଣ୍ଟରପ୍ରାଇଜ ମୂଲ୍ୟ (EV) କମ୍ପାନୀର ମୋଟ ଦାମର ମୂଲ୍ୟାଙ୍କନ କରିବା ପ୍ରକ୍ରିୟା । ଯାହାର ବ୍ୟବହାର ପ୍ରାୟତଃ ଇକ୍ୟୁଟି ବଜାର ପୁଞ୍ଜିକରଣର ଅଧିକ ବ୍ୟାପକ ବିକଳ୍ପ ଭାବେ କରାଯାଇଥାଏ । ଇଭିର ଗଣନାରେ କମ୍ପାନୀର ବଜାର ପୁଞ୍ଜିକରଣ ସାମିଲ ହୋଇଥାଏ । କିନ୍ତୁ ଏଥିସହ ଏଥିରେ ଛୋଟ ବା ଲମ୍ବା ଅବଧିର କୌଣସି ଋଣ ସହ ହିଁ କମ୍ପାନୀର ବହିଖାତାରେ ନଗଦକୁ ସାମିଲ କରାଯାଇଥାଏ ।

ଏୟାର ଇଣ୍ଡିଆର ବିଲ ଲଗାଇବା ସମୟସୀମା ଡିସେମ୍ବର 15 ଯାଏଁ ବଢାଇବାକୁ ପ୍ରସ୍ତାବ ରହିଛି । ଏୟାର ଇଣ୍ଡିଆ ପାଇଁ ବିଲ ଲଗାଇବା ସମୟସୀମା ଅକ୍ଟୋବର 30ରେ ଶେଷ ହେବାକୁ ଯାଉଛି । ଆଉ ଏହି ସମୟସୀମାରେ ପଞ୍ଚମ ବିସ୍ତାର ହେବ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.