ETV Bharat / business

ଆମେରିକା ପରେ ବ୍ରିଟେନକୁ ଉଡିବ ସ୍ପାଇସଜେଟ

author img

By

Published : Jul 24, 2020, 4:37 PM IST

ଭାରତରୁ ବ୍ରିଟେନକୁ ଉଡାଣ ସେବା ଆରମ୍ଭ କରିବ ସ୍ପାଇସଜେଟ । ଗୁରୁବାର ଆମେରିକାକୁ ଉଡାଣ ପାଇଁ ଅନୁମତି ମିଳିଥିଲା । ଅଧିକ ପଢନ୍ତୁ..

ଆମେରିକା ପରେ ବ୍ରିଟେନ ଉଡିବ ସ୍ପାଇସଜେଟ
ଆମେରିକା ପରେ ବ୍ରିଟେନ ଉଡିବ ସ୍ପାଇସଜେଟ

ମୁମ୍ବାଇ: ଆମେରିକା ପରେ ଭାରତରୁ ବ୍ରିଟେନକୁ ଉଡାଣ ଭରିବା ପାଇଁ ଅନୁମତି ପାଇଲା ସ୍ପାଇସଜେଟ । କମ୍ପାନୀ ଶୁକ୍ରବାର ଏ ନେଇ ସେୟାର ବଜାରକୁ ସୂଚନା ଦେଇଛି ।

କମ୍ପାନୀକୁ ଭାରତର ଅନୁସୂଚିକ ଏୟାରଲାଇନ ମାନ୍ୟତା ମିଳିସାରିଛି । କମ୍ପାନୀ କହିଛି ଯେ ଦ୍ୱିପାକ୍ଷିକ ଏୟାର ଟ୍ରାଫିକ ସେବା ଚୁକ୍ତିନାମା ଅନୁଯାୟୀ ଭାରତ ଏବଂ ବ୍ରିଟେନ ସରକାର ସ୍ପାଇସଜେଟକୁ ଇଣ୍ଡୋ-ୟୁକେ ଏୟାରୱେରେ ସେବା ଆରମ୍ଭ ପାଇଁ ଅନୁମତି ଦେଇଛନ୍ତି।

ଏୟାର ସର୍ଭିସେସ ଚୁକ୍ତି ହେଉଛି ଏକ ଦ୍ୱିପାକ୍ଷିକ ଚୁକ୍ତି । ଯାହା ଦୁଇ ଦେଶ ମଧ୍ୟରେ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଥାଏ । ସ୍ପାଇସଜେଟକୁ ଏ ଏ ନେଇ ଅନୁମତି ଏଭଳି ସମୟରେ ମିଳିଛି , ଯେବେ କେରୋନା ମହାମାରୀ କାରଣରୁ ମାର୍ଚ୍ଚ 22 ରୁ ସମଗ୍ର ଦେଶରେ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ପ୍ରକାଶ ଯେ, ଏବେ ଯାଏଁ କେବଳ ସରକାରୀ ରାଷ୍ଟ୍ରାୟତ କମ୍ପାନୀ ଏୟାର ଇଣ୍ଡିଆ ଆମେରିକା ଓ ବ୍ରିଟେନକୁ ଉଡାଣ ଭରିପାରୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.