ETV Bharat / business

ପେଟ୍ରୋଲ ପରେ ବଢିଲା ଡିଜେଲ ବିକ୍ରି, କୋଭିଡ ପୂର୍ବ ସ୍ତରକୁ ଫେରିଲା ଚାହିଦା

author img

By

Published : Oct 16, 2020, 7:27 PM IST

ଭାରତରେ ସବୁଠୁ ଅଧିକ ବ୍ୟବହୃତ ଇନ୍ଧନ ଡିଜେଲ । ହେଲେ ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ପରେ ଡିଜେଲ ବିକ୍ରି ହ୍ରାସ ହୋଇଥିଲା । ଅଧିକ ପଢନ୍ତୁ..

ପେଟ୍ରୋଲ ପରେ ବଢିଲା ଡିଜେଲ ବିକ୍ରି, କୋଭିଡ ପୂର୍ବ ସ୍ତରକୁ ଫେରିଲା ଚାହିଦା
ପେଟ୍ରୋଲ ପରେ ବଢିଲା ଡିଜେଲ ବିକ୍ରି, କୋଭିଡ ପୂର୍ବ ସ୍ତରକୁ ଫେରିଲା ଚାହିଦା

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ମାସର ପ୍ରଥମାର୍ଦ୍ଧରେ ଡିଜେଲର ଚାହିଦା 8.8 ପ୍ରତିଶତ ବୃଦ୍ଧି ହୋଇଛି । ଏଭଳି ଭାବେ ପେଟ୍ରୋଲ ପରେ ଏବେ ଡିଜେଲର ଚାହିଦା ମଧ୍ୟ କୋରୋନା ମହାମାରୀ ପୂର୍ବରୁ ସ୍ତରକୁ ଫେରିଛି । ଉଦ୍ୟୋଗ ଜଗତର ତଥ୍ୟରୁ ଏହା ପ୍ରକାଶ ପାଇଛି ।

ଭାରତରେ ସବୁଠୁ ଅଧିକ ବ୍ୟବହୃତ ଇନ୍ଧନ ହେଉଛି ଡିଜେଲ । ହେଲେ କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ସମଗ୍ର ଦେଶରେ ମାର୍ଚ୍ଚରୁ ଲାଗୁ ଲକଡାଉନ ପରେ ଡିଜେଲ ବିକ୍ରି ହ୍ରାସ ହୋଇଥିଲା । ହେଲେ ବର୍ତ୍ତମାନ ଅନଲକ ପର୍ଯ୍ୟାୟ ବଢିବା ସାଙ୍ଗକୁ ଯାତାୟତ ସ୍ବାଭାବିକ ହୋଇଛି । ତେବେ ପୂର୍ବ ଅପେକ୍ଷା ଲୋକ ଅଧିନକ ବ୍ୟକ୍ତିଗତ ଗାଡି ଉପରେ ନିର୍ଭରଶୀଳ ଯୋଗୁଁ ପେଟ୍ରୋଲ ଓ ଡିଜେଲ ଚାହିଦା ବି ବଢୁଛି । ସେପଟେ ଟ୍ରାନ୍ସପୋର୍ଟ ବି ବଢୁଥିବାରୁ ଡିଜେଲ ବ୍ୟବହାର ବୃଦ୍ଧି ପାଉଛି ।

ଅକ୍ଟୋବର ପହିଲାରୁ 15 ମଧ୍ୟର ତଥ୍ୟରେ ଅନୁମାନ ଠାରୁ ଅଧିକ ସୁଧାର ଦେଖିବାକୁ ମିଳିଛି । ପେଟ୍ରୋଲ ଚାହିଦା ଗତ ମାସ କୋରୋନା ମହାମାରୀ ପୂର୍ବ ସ୍ତରକୁ କମବ୍ୟାକ କରିଛି । ଅକ୍ଟୋବର ପ୍ରଥମରେ ପେଟ୍ରୋଲ ବିକ୍ରି ବାର୍ଷିକ ଆଧାରରେ 1.5 ପ୍ରତିଶତ ବଢି 9,82,000 ଟନରେ ପହଞ୍ଚିଛି । ଏହି ବିକ୍ରି ଗତ ବର୍ଷ ସମାାନ ଅବଧିରେ 9,67,000 ଟନ ଥିଲା ।

ଭାରତରେ ମାର୍ଚ୍ଚ 25ରେ ଲକଡାଉନ ଲାଗୁ ପରେ ଚାହିଦାରେ ଅପ୍ରତ୍ୟାଶିତ ହ୍ରାସ ଦେଖିବାକୁ ମିଳିଛି । ଏପ୍ରିଲ ମାସରେ ଇନ୍ଧନ ଚାହିଦା 49 ପ୍ରତିଶତ ପର୍ଯ୍ୟନ୍ତ ଖସିଥିଲା । ଏହି ସମୟରେ ବିମାନ ଇନ୍ଧନ ଏଟିଏଫ ଚାହିଦା ପୂର୍ବ ବର୍ଷ ତୁଳନାରେ 57 ପ୍ରତିଶତ କମି 1,35,000 ଟନକୁ ଖସିଥିଲା । ଯଦିଓ ଏହା 1 ମାସ ପୂର୍ବରୁ 1,30,000 ଟନରୁ 2.5 ପ୍ରତିଶତ ଅଧିକ ରହିଛି । ଏହି କାଳରେ ରନ୍ଧନ ଗ୍ୟାସ (ଏଲପିଜି) ବିକ୍ରି 11.6 ଲକ୍ଷ ଟନ ରହିଥିଲା । ଯାହାକି ଗତ ବର୍ଷ ତୁଳନାରେ 7 ପ୍ରତିଶତ ଓ ମାସେ ତଳେ ତୁଳନାରେ 3 ପ୍ରତିଶତ ଅଧିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.